Advertisment

ବଢିଲା ଫ୍ରି ଆଧାର ଅପଡେଟ୍ ଅବଧି; ଜାଣନ୍ତୁ କେବେ ରହିଛି ଶେଷ ତାରିଖ

ଏହି ମାଗଣା ସେବା କେବଳ myAadhaar ପୋର୍ଟାଲରେ ଉପଲବ୍ଧ। UIDAI କହିଛି ଯେ ଏହା ଆଧାର ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Adhaar Card Free Update Deadline Extended

Aadhaar Card Update

ଫ୍ରି ଆଧାର ଅପଡେଟ୍ ପାଇଁ ବଢିଲା ସମୟ ସୀମା। କେନ୍ଦ୍ର ସରକାର ପୁଣି ଥରେ ଆଧାର ଅପଡେଟ୍ ପାଇଁ ସମୟ ଅବଧି ବଢାଇଛନ୍ତି। ଆଜି ଫ୍ରି ଆଧାର ଅପଡେଟର ଶେଷ ଦିନ ଥିବା ବେଳେ ଏହାକୁ ଆସନ୍ତା ଜୁନ ୧୪ ଯାଏ ବୃଦ୍ଧି କରାଯାଇଛି। ଏହା ପରେ ଆଧାର ଅପଡେଟ୍ ପାଇଁ ଦେୟ ଦେବାକୁ ପଡ଼ିବ।

Advertisment

ଦଶ ବର୍ଷ ତଳେ ଆଧାର କରିଥିବା ବ୍ୟକ୍ତିଙ୍କର ଯଦି କୌଣସି ତଥ୍ୟ ଅପଡେଟ୍ ହୋଇନଥାଏ ତେବେ ସେମାନେ ଫ୍ରିରେ ଆଧାର ଅପଡେଟ୍ କରିପାରିବେ। ସୋସିଆଲ ମିଡିଆରେ UIDAI ପୋଷ୍ଟ ଅନୁଯାୟୀ, UIDAI ମାଗଣା ଅନଲାଇନ୍ ଡକ୍ୟୁମେଣ୍ଟ ଅପଲୋଡ୍ ସୁବିଧାକୁ ଜୁନ୍ ୧୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଟି କୋଟି ଆଧାର ଉପଭୋକ୍ତା ଆସନ୍ତା ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରିପାରିବେ।

ଅଧିକ ପଢ଼ନ୍ତୁ: ଏବେ ଘରେ ବସି ନିଜେ କରି ନିଅନ୍ତୁ ଆଧାରକାର୍ଡ ତ୍ରୁଟି ସଂଶୋଧନ

Advertisment

ଏହାପୂର୍ବରୁ ୨ଥର ଏହି ଅବଧି ବୃଦ୍ଧି କରାଯାଇଛି। ପ୍ରଥମେ ଫ୍ରି ଆଧାର ଅପଡେଟ କରିବାର ସମୟ ସୀମା ୧୪ଡିସେମ୍ବର ୨୦୨୩ ଥିଲା।ଏହାକୁ ବଢାଯାଇ ଏହି ତାରିଖକୁ ଆଜି ଅର୍ଥାତ୍ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଥିଲା। ଏହି ମାଗଣା ସେବା କେବଳ myAadhaar ପୋର୍ଟାଲରେ ଉପଲବ୍ଧ। UIDAI କହିଛି ଯେ ଏହା ଆଧାର ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛି ।

ଅନଲାଇନ ଡିଟେଲ୍ସ କିପରି ଅପଡେଟ୍ ହେବ?

ପ୍ରଥମେ UIDAIର ୱେବସାଇଟ୍ https://uidai.gov.in/ ରେ ଲଗଇନ୍ କରନ୍ତୁ।

ଏହାପରେ ହୋମପେଜରେ ଥିବା ଆଧାର ପୋର୍ଟାଲକୁ ଯାଆନ୍ତୁ।

ଆଧାର ନମ୍ୱର ଓ ରେଜିଷ୍ଟର ମୋବାଇଲ୍ ନମ୍ୱରରେ ଯାଇଥିବା ଓଟିପି ଦେଇ ଲଗଇନ୍ କରନ୍ତୁ।

ଏହାପରେ ଆପଣଙ୍କର ଡିଟେଲ୍ସ ଯାଞ୍ଚ କରି ସଠିକ୍ ବକ୍ସରେ କ୍ଲିକ୍ କରନ୍ତୁ।

ଡେମୋଗ୍ରାଫିକ୍ ତଥ୍ୟ ଭୁଲ ଥିଲେ ଡ୍ରାପ-ଡାଉନ ମେନ୍ୟୁ ସିଲେକ୍ଟ କରି ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଶିଶୁର ‘ବାଲ୍‌ ଆଧାର’ କରାଇଛନ୍ତି ତ ? ଯଦି ନାହିଁ, ତେବେ ଏମିତି କରିବେ ଆବେଦନ..

ଏହି କାଗଜପତ୍ର ଜେପିଇଜି, ପିଏନଜି ଓ ପିଡିଏଫରେ ରହିଥିବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ ମାଗଣା ସେବା କେବଳ myAadhaar ପୋର୍ଟାଲରେ ଦିଆଯାଉଛି । ଯଦି ଆପଣ CSC କେନ୍ଦ୍ର ପରିଦର୍ଶନ କରି ଏହି ସୂଚନା ଅପଲୋଡ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କର ଆଧାର ଅପଡେଟ୍ ପାଇଁ ଆପଣଙ୍କୁ ୫୦ଟଙ୍କା ଦେବାକୁ ପଡିବ।

Aadhaar Card Aadhaar Card Update
Advertisment
Advertisment