Advertisment

Pope Francis Passes Away: ୧୪୦ କୋଟି କ୍ୟାଥଲିକ୍‌ ମୁଖିଆଙ୍କ ଦେହାନ୍ତ; କିଏ ହେବେ ପରବର୍ତ୍ତୀ ପୋପ୍ ? ଜାଣନ୍ତୁ...

ଗତକାଲି ପବିତ୍ର ଇଷ୍ଟର ସଣ୍ଡେରେ ଦର୍ଶନ ଦେବା ପରେ, ଆଜି ଇଷ୍ଟର ମଣ୍ଡେରେ ଆଖି ବୁଜିଛନ୍ତି ପୋପ୍ ଫ୍ରାନ୍ସିସ୍। ୧୨ ବର୍ଷ ଧରି କ୍ୟାଥଲିକ୍ ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ତଥା ରୋମ୍‌ର ବିଶପ୍ ଥିବା ଏହି ପୋପ୍‌ଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Pope Francis Passes Away

Pope Francis Passes Away

ନାଇଟକ୍ଲବ୍ ବାଉନ୍ସରରୁ ସର୍ବୋଚ୍ଚ ଖ୍ରୀଷ୍ଟ ଧର୍ମୁଗୁରୁ । ଜର୍ଜ ମାରିଓ ବର୍ଗୋଗ୍ଲିଓରୁ ପୋପ୍ ଫ୍ରାନ୍ସିସ୍ । ୧୪୦ କୋଟି କ୍ୟାଥଲିକ୍‌ ମୁଖିଆ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ ସାରା ବିଶ୍ବ। ଗତକାଲି ପବିତ୍ର ଇଷ୍ଟର ସଣ୍ଡେରେ ଦର୍ଶନ ଦେବା ପରେ, ଆଜି ଇଷ୍ଟର ମଣ୍ଡେରେ ଆଖି ବୁଜିଛନ୍ତି ପୋପ୍ ଫ୍ରାନ୍ସିସ୍। ୧୨ ବର୍ଷ ଧରି କ୍ୟାଥଲିକ୍ ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ତଥା ରୋମ୍‌ର ବିଶପ୍ ଥିବା ଏହି ପୋପ୍‌ଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ନମ୍ର ତଥା ଅମାୟିକ ବ୍ୟକ୍ତିତ୍ବ ପାଇଁ ସାରା ବିଶ୍ବର ପ୍ରିୟ ପାଲଟିଥିବା ଏହି ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍, ଡବଲ୍ ନିମୋନିଆ ବା ଦୁଇଟି ଯାକ ଫୁସଫୁସରେ ସଂକ୍ରମଣ ପାଇଁ ଗତ ୫ ସପ୍ତାହ ଧରି ଚିକିତ୍ସାଧୀନ ଥିଲେ। 

Advertisment

ତେବେ ଆଜି ସକାଳୁ ସେ ନିଜ ପିତାଙ୍କ ପାଖକୁ ଫେରିଯାଇଥିବା ଘୋଷଣା କରିଛନ୍ତି କାର୍ଡିନାଲ୍ କେଭିନ୍ ଫାରେଲ୍। ଆଜି ଭାରତୀୟ ସମୟ ରାତି ସାଢ଼େ ୧୧ଟାରେ ତାଙ୍କ ବାସଭବନ ସେଣ୍ଟ୍ ମାର୍ଥା ରେସିଡେନ୍ସରେ ପୋପ୍‌ଙ୍କ ମରଶରୀର କଫିନରେ ରଖାଯିବ। ତେବେ ଅନ୍ୟ ପୋପଙ୍କ ଭଳି ହେବନି ଫ୍ରାନ୍ସିସଙ୍କ ଶେଷକୃତ୍ୟ। ୧୦୦ରୁ ଅଧିକ ବର୍ଷ ଭିତରେ ପ୍ରଥମ ପୋପ୍ ଭାବେ ତାଙ୍କୁ ଭାଟିକାନ୍ ସିଟି ବାହାରେ କବର୍ ଦିଆଯିବ। ତାଙ୍କ ଇଚ୍ଛା ଅନୁସାରେ, ସେଣ୍ଟ ପିଟର୍ ବାସିଲିକା ପରିବର୍ତ୍ତେ ରୋମ୍ ସ୍ଥିତ ସାଣ୍ଟା ମାରିଆ ମ୍ୟାଗିଓର୍ ବାସିଲିକାରେ ତାଙ୍କୁ କବର୍ ଦିଆଯିବ। ଏଥିସହ ପରଂପରା ଭାଙ୍ଗି ୩ଟି ସୌଖୀନ କଫିନ୍ ପରିବର୍ତ୍ତେ, ଗୋଟିଏ କାଠ ଓ ଜିଙ୍କ୍ କଫିନରେ ତାଙ୍କୁ କବର ଦେବାକୁ କହିଯାଇଛନ୍ତି ପୋପ୍, ଯାହାକି ତାଙ୍କ ସରଳ ଓ ନିରାଡ଼ମ୍ବର ସ୍ବଭାବକୁ ସୂଚାଉଛି। ଫ୍ୟୁନେରାଲରେ ବ୍ରିଟେନ ରାଜପରିବାର ସଦସ୍ୟଙ୍କ ସମେତ ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ

୧୯୩୬ ମସିହା ଡିସେମ୍ବର ୧୭ରେ ଆର୍ଜେଣ୍ଟିନାରେ ଜନ୍ମ ଗ୍ରହଣ କରିଥିଲେ ଫ୍ରାନ୍ସିସ୍ । ପୋପ୍ ବନିବା ପୂର୍ବରୁ ତାଙ୍କ ନାଁ ଥିଲା ଜର୍ଜ ମାରିଓ ବର୍ଗୋଗ୍ଲିଓ। ଯୁବାବସ୍ଥାରେ ନାଇଟକ୍ଲବ୍ ବାଉନ୍ସର ଓ ଚୌକିଦାର ସହ କେମିକାଲ୍ ଟେକନିସିଆନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ସେ। ତେବେ ୧୯୬୯ ଡିସେମ୍ବର ୧୩ରେ ତାଙ୍କ ଜୀବନରେ ଘଟିଲା ବଡ଼ ପରିବର୍ତ୍ତନ। ପ୍ରିଷ୍ଟ୍ ବନି ଆର୍ଜେଣ୍ଟିନାରେ ଏକଛତ୍ରବାଦ ଶାସନ ଚାଲିଥିବା ବେଳେ, ପ୍ରୋଭିନ୍ସିଆଲ୍ ସୁପିରିଅର୍ ଦାୟିତ୍ବ ସମ୍ଭାଳିଥିଲେ ଫ୍ରାନ୍ସିସ୍। ଏହାପରେ ସେ ବୁଏନସ୍ ଆର୍ଚ୍ଚବିସପ୍ ବନିଥିଲେ। ବେନେଡିକ୍ଟ ଷୋଡ଼ଶଙ୍କ ଇସ୍ତଫା ପରେ ୨୦୧୩ ମାର୍ଚ୍ଚ ୧୩ରେ ୭୬ ବର୍ଷ ବୟସରେ ସେ ପୋପ୍ ନିର୍ବାଚିତ ହୋଇଥିଲେ। ବିଭିନ୍ନ ପୁରାତନ ପରଂପରା ଭାଙ୍ଗି ନୂଆ ଆଦବକାଇଦା ଆପଣାଇବା ତାଙ୍କୁ ବହୁ ରୁଢ଼ିବାଦୀ ଖ୍ରୀଷ୍ଟିଆନଙ୍କ ସମାଲଚୋନାର ଶିକାର କରିଥିବା ବେଳେ, ନମ୍ର ତଥା ମେଳାପି ସ୍ବଭାବ ଏବଂ ଗରିବଙ୍କ ଉତ୍ଥାନ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ, ତାଙ୍କୁ ସାରା ବିଶ୍ବରେ ପରିଚିତ ଓ ଲୋକପ୍ରିୟ କରାଇଥିଲା। 

Advertisment

ଦିନକ ତଳେ ତାଙ୍କୁ ଭେଟିଥିଲେ ଏବେ ଭାରତ ଗସ୍ତରେ ଥିବା ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ। ଗତବର୍ଷ ଜି-ସେଭେନ୍ ସମ୍ମିଟ୍ ଗସ୍ତ ଅବସରରେ ତାଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୨ରେ ତାଙ୍କୁ ସାକ୍ଷାତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଆଜି ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶ୍ବ ନେତା ଶୋକ ବ୍ୟକ୍ତ କରିଛନ୍ତି ।

ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ପରେ ସମ୍ଭାବ୍ୟ ପରବର୍ତ୍ତୀ ପୋପ୍ ଭାବେ ୩ ଜଣଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ, ପାପାଲ କନକ୍ଲେଭରେ ନିର୍ବାଚନ ହୋଇ ଚୂଡ଼ାନ୍ତ ପ୍ରାର୍ଥୀଙ୍କୁ ବଛାଯିବ। ଏଥିପାଇଁ କିଛି ସପ୍ତାହ କିମ୍ବା କିଛି ମାସ ସମୟ ମଧ୍ୟ ଲାଗିପାରେ ।

Advertisment
Advertisment