• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତୀଙ୍କ ପାଇଁ ଲାଗିଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ତାର । ଟଚ୍‌ କଲେ ଲାଗିବ ଝଟ୍‌କା । ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ ।  ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ । ଟ୍ରେନ ଧକ୍କାରେ କେମିତି ହାତୀଙ୍କ ଜୀବନ ନଯିବ ସେଥିପାଇଁ ପ୍ରସ୍ତୁତ ହୋଇଛି ପୂରା ବ୍ଲୁ-ପ୍ରିଣ୍ଟ । ରେଲୱେ ଲାଇନ୍‌ରେ ଲାଗିଛି ଲମ୍ବା ଲମ୍ବା ବିଦ୍ୟୁତ ତାର । ଆଉ ବିଦ୍ୟୁତ ତାର ଛୁଇଁବା ମାତ୍ରେ ଲାଗିବ କଂରେଟ୍‌ । ହୁଏତ ଆପଣମାନେ କହିପାରନ୍ତି ଯଦି କଂରେଟ ଲାଗିବ ତେବେ ହାତୀଙ୍କ ମୃତ୍ୟୁ ହେବ । ତେବେ ଲାଭ କଣ ? ଆମେ ଆପଣଙ୍କୁ ଏଠି କହି ରଖୁଛୁ ଯେ, ସେହି କରେଣ୍ଟ ତାର କେବଳ ଝଟ୍‌କା ଦେବ । କିନ୍ତୁ ଜୀବନ ନେଇପାରିବନି । କାରଣ ସେହି କରେଣ୍ଟକୁ ଏତେ ବି ଶକ୍ତିଶାଳି କରାଯାଇ ନାହିଁ ।

ଏଣିକି ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ଲାଗୁ ହେଲା ଅଟୋମେଟିକ ସାଇରନ ମେସିନ

ହ୍ୟାଙ୍ଗିଂ ସୋଲାର ଫେନ୍ସିଂ । ଟ୍ରେନ ଧାରଣା ପାଖରେ ଟ୍ରେଞ୍ଚ ଖୋଳା ଯିବା ସହ ଲଗାଯାଇଛି ହ୍ୟାଙ୍ଗିଂ ସୋଲାର ଫେନ୍ସିଂ । ଓଡ଼ିଶା ରେ ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ କେନ୍ଦୁଝର ଯୋଡ଼ାରେ ଏହି ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ବା ଝୁଲନ୍ତା ସୌର ବିଦ୍ୟୁତ୍ ବାଡ଼ ସ୍ଥାପନ କରାଯାଇଛି । ବିନବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, କ୍ରେଚ୍ ହଟିଂ ଠାରୁ ବେହେରା ହଟିଂ ପର୍ଯ୍ୟନ୍ତ ରେଳ ଧାରଣାର ଉଭୟ ପାର୍ଶ୍ଵରେ ୭୫୦ ମିଟରର ଝୁଲନ୍ତା ସୌର ବିଦ୍ୟୁତ୍ ତାର ବାଡ଼ ଲଗାଯାଇଛି । ଆଉ ଏଥିପାଇଁ ବନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।

ଝୁଲନ୍ତା ତାରରେ ୧୦ ହଜାର ଭୋଲ୍ଟର ବିଦ୍ୟୁତ୍ କରେଣ୍ଟ ସଂଚାର ହେବ । ଏହି କରେଣ୍ଟ ସଂସ୍ପର୍ଶରେ ହାତୀ କିମ୍ବା ଅନ୍ୟ ବନ୍ୟ ଜନ୍ତୁ ଆସିଲେ ସେମାନଙ୍କୁ ମାତ୍ର ୩ ମିଲି ସେକେଣ୍ଡ ପାଇଁ ବିଦ୍ୟୁତ୍ ଝଟକା ଲାଗିବ । ତେବେ ଏହି ବିଦ୍ୟୁତ୍ ଆଘାତରେ ଜୀବ ଜନ୍ତୁଙ୍କ ପ୍ରାଣ ହାନୀ ଘଟିବ ନାହଁ । ହାତୀପଲ ଏହି ବାଟ ଦେଇ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କଲେ ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ଦ୍ଵାରା ତାଙ୍କୁ ବିଦ୍ୟୁତ୍ ଝଟକା ଲାଗିବ । ଫଳରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରିବା ସହିତ ଏହି ରାସ୍ତା ଦେଇ ଯିବେ ନାହିଁ ବୋଲି ଆଶା ରଖିଛି ବନବିଭାଗ ।

ତେବେ ଅନେକ ସମୟରେ ଟ୍ରେନ ଧକ୍କାରେ ହାତୀଙ୍କର ମୃତ୍ୟୁ ହେଉଥିବା ନଜିର ରହିଛି । ବାରମ୍ବାର ଚେଷ୍ଟା ପରେ ବି ରେଳ ବିଭାଗ ଓ ବନବିଭାଗ କର୍ମଚାରୀଙ୍କ ଅବହେଳା ପାଇଁ ହାତୀଙ୍କ ମୃତ୍ୟୁ ହୋଇଛି । ତେଣୁ ହାତୀ ମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ କେନ୍ଦୁଝର ବନବିଭାଗର ଏମିତି ପଦକ୍ଷେପକୁ ନେଇ ସବୁଆଡେ ଚର୍ଚ୍ଚା କରାଯାଉଛି ।

(ରିପୋର୍ଟ- ଦୀପକ କୁମାର ଶତପଥୀ, ଚଂମୁଆ)