Advertisment

Jatra Artists' Conflict: ଯାତ୍ରା ମାଲିକ ସଂଘ କରୁଛି କି ବଡ଼ ପ୍ଲାନ ? କଳାକାର ସଂଘରେ ରହିଲେ କରିପାରିବନି ଯାତ୍ରା

ଯାତ୍ରା କଳାକାର ବାପି ପଣ୍ଡାଙ୍କୁ ଏକ ଘରକିଆ କରିବାକୁ କଳାକାରକୁ ଲୋଭ ଦେଖାଉଥିବା ବାପି ପଣ୍ଡା ଖୁଲାସା କରିଛନ୍ତି । ସେମାନଙ୍କୁ ଧମକ ବି ଦିଆଯାଉଛି ଯେ ସଂଘ ବିରୁଦ୍ଧରେ ନ କହିଲେ ତୁମକୁ ଯାତ୍ରାରେ କାମ ମିଳିବନି। ବାପି ମାଲିକ ସଂଘରେ ଚାଲିଥିବା ଏଭଳି କିଛି ଭିତିରି କଥାକୁ ସର୍ବସମ୍ମୁଖରେ ପ୍ରଘଟ କରିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଆକ୍ସନ ନେବାକୁ ମାଲିକ ସଂଘ କିଏ ?

ଆକ୍ସନ ନେବାକୁ ମାଲିକ ସଂଘ କିଏ ?

କଳାକାର ସଂଘରେ ରହିଲେ କରିପାରିବନି ଯାତ୍ରା । ୨୦୨୫-୨୬ ମସିହା ଚୁକ୍ତିରେ ଲେଖିକି ଦେବାକୁ ହେବ । ଯାତ୍ରା ମାଲିକ ସଂଘ କରୁଛି କି ବଡ଼ ପ୍ଲାନ ? ଯାତ୍ରା କଳାକାର ସଂଘକୁ ଦୁଇ ଫାଳ କରିବାକୁ ଚିନ୍ତା କରୁଛି କି ମାଲିକ ସଂଘ ? ବାପି ପଣ୍ଡାଙ୍କ ବିରୁଦ୍ଧରେ ବଡ଼ ଆକ୍ସନ ନେବାକୁ ଚିନ୍ତା କରୁଛି କି ସଂଘ ? ଯିଏ ଖୋଲିବ ମୁହଁ ତା ବିରୁଦ୍ଧରେ ହେବ କି ଆକ୍ସନ ? ଯାତ୍ରା ମାଲିକ ସଂଘ ଏଭଳି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି କଳାକାର ସଂଘ ବିରୁଦ୍ଧରେ । ପାଟି ଫିଟାଇଲେ ଯାତ୍ରାରେ ତୁମକୁ କାମ ମିଳିବନି ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ରାତି ତମାମ କିଛି ଯାତ୍ରା ମାଲିକ ଆଲୋଚନା କରିଥିବା ଜଣାପଡ଼ିଛି ।

Advertisment

ଅଧିକ ପଢ଼ନ୍ତୁ: ବାପି ପଣ୍ଡାଙ୍କ ବିରୋଧରେ ହେବ ଆକ୍ସନ୍ ! ମାଲିକଙ୍କ ବିରୋଧରେ ଖୋଲିଥିଲେ ମୁହଁ

ସେହିପରି ଯାତ୍ରା କଳାକାର ବାପି ପଣ୍ଡାଙ୍କୁ ଏକ ଘରକିଆ କରିବାକୁ କଳାକାରକୁ ଲୋଭ ଦେଖାଉଥିବା ବାପି ପଣ୍ଡା ଖୁଲାସା କରିଛନ୍ତି । ସେମାନଙ୍କୁ ଧମକ ବି ଦିଆଯାଉଛି ଯେ ସଂଘ ବିରୁଦ୍ଧରେ ନ କହିଲେ ତୁମକୁ ଯାତ୍ରାରେ କାମ ମିଳିବନି । ବାପି ମାଲିକ ସଂଘରେ ଚାଲିଥିବା ଭିତିରି କଥାକୁ ସର୍ବସମ୍ମୁଖରେ ପ୍ରଘଟ କରିଛନ୍ତି । ହେଲେ କଳାକାରଙ୍କ ବିରୁଦ୍ଧରେ ହେଉଥିବା ଅନ୍ୟାୟକୁ ସେ ସବୁବେଳେ ବିରୋଧ କରିବେ ବୋଲି ରୋକ ଠୋକ ଶୁଣାଇଛନ୍ତି। କଳାକାରଙ୍କ ପେଟ ପାଟଣା କଥା । ତାଙ୍କ ଅସହାୟର ଫାଇଦା ନ ଉଠାଇବାକୁ ବାପି ପଣ୍ଡା ଅନୁରୋଧ କରିଛନ୍ତି ।

Advertisment

ଅନ୍ୟପଟେ ଯାତ୍ରା ମାଲିକ ହେମେନ୍ଦ୍ର ବାରିକ ବାପି ପଣ୍ଡାଙ୍କ ବିରୁଦ୍ଧରେ ଆକ୍ସନ ହେବାକୁ ଥିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ମାଲିକ ଓ କଳାକାରଙ୍କ ଭିତରେ ସମନ୍ବୟ ରଖି କାମ କରିବାକୁ ସେ କହିଛନ୍ତି । କଳାକାର ଓ କର୍ମଚାରୀ ସେମାନଙ୍କ ପେଟ ପାଟଣା ପାଇଁ କାମ କରୁଛନ୍ତି । ତେଣୁ ସେମାନଙ୍କ ପ୍ରାପ୍ୟ ଠିକଣା ସମୟରେ ଦେଇ ଦେବା ଉଚିତ୍‌ ବୋଲି ସେ ଯାତ୍ରା ମାଲିକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ପ୍ରତାପ ମହାନ୍ତି ହୁଅନ୍ତୁ କି ନରି ପଣ୍ଡା ହୁଅନ୍ତୁ କି ନମିତା ଭୂୟାଁ, ମାଲିକଙ୍କ ବିରୋଧରେ କହି ଶାସ୍ତି ପାଇଛନ୍ତି । ଆଉ ସଂଘର ଉପଦେଷ୍ଟା ହିସାବରେ ବାପି ପଣ୍ଡା କଳାକାରଙ୍କ ନାର୍ଯ୍ୟ ଦାବି ପାଇଁ କହିବା କ’ଣ ଭୁଲ କି ?

Odisha Jollywood Bapi Panda Odia Jatra
Advertisment
Advertisment