/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745063606.jpg)
‘ଆର୍ଯ୍ୟଭଟ୍ଟ’ର ଗୋଲ୍ଡେନ୍ ଜୁବଲି
ଭାରତର ପ୍ରଥମ ସାଟେଲାଇଟ୍ 'ଆର୍ଯ୍ୟଭଟ୍ଟ' ଉତକ୍ଷେପଣକୁ ୫୦ ବର୍ଷ ପୂରିଛି । ୧୯୭୫ ମସିହା ଏପ୍ରିଲ ୧୯ ତାରିଖ ଶନିବାର ଅପରାହ୍ଣ ୧ଟା ୨୮ ମିନିଟ ୫୫ ସେକେଣ୍ଡରେ USSR ସହାୟତାରେ ଏହି ସାଟେଲାଇଟକୁ ମହାକାଶକୁ ପଠାଇଥିଲା ଭାରତ । ଏହି ସାଟେଲାଇଟକୁ ୩୦ ମାସ ମଧ୍ୟରେ ଭାରତୀୟ ଯୁବ ବୈଜ୍ଞାନିକମାନେ ତିଆରି କରିଥିଲେ । ଏଇଠାରୁ ହିଁ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ମହାକାଶ ଅଭିଯାନ ।
ଅଧିକ ପଢ଼ନ୍ତୁ: AI ସାହାଯ୍ୟରେ ଜନ୍ମହେଲା ବିଶ୍ୱର ପ୍ରଥମ ଶିଶୁ ; ଜାଣନ୍ତୁ କେମିତି ?
‘ଆର୍ଯ୍ୟଭଟ୍ଟ’ ସାଟେଲାଇଟ୍ ଉତକ୍ଷେପଣର ୪ ଦିନ ଭିତରେ ଏହା କାମ କରିବା ବନ୍ଦ କରିଦେଇଥିଲା । ପାୱାର ସପ୍ଲାଇ ବନ୍ଦ ଯୋଗୁ ସାଟେଲାଇଟ ମହାକାଶରେ ଅକାମି ହୋଇଯାଇଥିଲା । ତେବେ ଏହି ୪ ଦିନ ଭିତରେ ଯାହା ଆର୍ଯ୍ୟଭଟ୍ଟ ସାଟେଲାଇଟ ଠାରୁ ଆଶା କରାଯାଉଥିଲା ତାହାଠାରୁ ଅଧିକ ମିଳିଥିଲା । ଏହି ସାଟେଲାଇଟ୍ ବୈଜ୍ଞାନିକ ଉଦ୍ଭାବନ ପାଇଁ ଉଦିଷ୍ଟ ଥଲା ବୋଲି ଆର୍ଯ୍ୟଭଟ୍ଟ ପ୍ରୋଜେକ୍ଟ ନିର୍ଦ୍ଦେଶକ କହିଥିଲେ ।
ଏହି ସାଟେଲାଇଟ ଲଞ୍ଚ ବେଳେ ଋଷ ବୈଜ୍ଞାନିକଙ୍କ ସହ କାମ କରିଥିଲେ ଭାରତୀୟ ବୈଜ୍ଞାନିକ । ବର୍ତ୍ତମାନ ୫୦ ବର୍ଷ ପରେ ଆଜି ସୁଦ୍ଧା ଭାରତୀୟ ମହାକାଶ ଗବେଷଣ ସଂସ୍ଥା ୧୩୧ଟି ସାଟେଲାଇଟ ନିର୍ମାଣ କରିସାରିଲାଣି । ତା ମଧ୍ୟରୁ ଏବେ ପୃଥିବୀ ଚାରିପାଖେ ୫୧ ସାଟେଲାଇଟ୍ ପରିକ୍ରମା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)