/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745062320.jpg)
Manmohan Counters
ନବୀନ ପଟ୍ଟନାୟକ ନବମ ଥର ବିଜେଡି ସଭାପତି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ନବୀନ ବାବୁ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହନ୍ତୁ’ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଯାହା ଯାହା କହିଥିଲା ସବୁ ସତ ଥିଲା । କେନ୍ଦ୍ରୀୟ ଅନୁଦାନ ଗତ ୯ ବର୍ଷ ଭିତରେ ଆସିଛି ଓ କେତେ ଖର୍ଚ୍ଚ ହୋଇଛି ବୋଲି ଆମେ ତାଙ୍କୁ ପ୍ରଶ୍ନ ପଚାରିଥିଲୁ, ମାତ୍ର ଆମ ପ୍ରଶ୍ନର ଉତ୍ତର ଏଯାଏଁ ନବୀନ ଦେଇ ପାରିନାହାନ୍ତି । ସେମାନେ କେନ୍ଦ୍ରୀୟ ଅନୁଦାନର ଅପବ୍ୟବହାର କରିଛନ୍ତି । ନବୀନ ବାବୁ ଖାଲି ଫଲ୍ସ ନ୍ୟାରେଟିଭ୍ କହିଦେଲେ ହେବ ନାହିଁ । କହୁଛନ୍ତି ଯଦି; ଏକ, ଦୁଇ କରି କୁହନ୍ତୁ। କଣ କଣ ଫଲ୍ସ ନ୍ୟାରେଟିଭ୍ । ସେ କହିଲେ ଆମେ ତାର ଉତ୍ତର ନିଶ୍ଚୟ ଦେବୁ ।
ଆମେ କହିଥିଲୁ, ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ । ମନ୍ତ୍ରୀ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିଲେ । ତାଙ୍କ ଦଳରେ ଗଣତନ୍ତ୍ର ନଥିବା ମଧ୍ୟ କହିଥିଲୁ ବୋଲି କହିଛନ୍ତି ମନମୋହନ । ସେମାନେ ଉତ୍ତର ଦେଇପାରିଲେନି ମାନେ ସେମାନେ ଅଯୋଗ୍ୟ । ଏଣୁ ଓଡ଼ିଶାର ଲୋକେ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ସୁଯୋଗ ଦେଲେ ବୋଲି ମନମୋହନ କହିଛନ୍ତି । ତେବେ ଗଣତନ୍ତ୍ରରେ ବିରୋଧୀ ରହିବା ଶୁଭଙ୍କର ବୋଲି ମଧ୍ୟ ସେ କହିଛନ୍ତି ।
#କାଉଣ୍ଟର_କଲେ_ମନମୋହନ
ନବୀନଙ୍କ ଫଲ୍ସ ନ୍ୟାରେଟିଭ୍ ମନ୍ତବ୍ୟ, କାଉଣ୍ଟର କଲେ ମନମୋହନ ସାମଲ । ଖାଲି ଫଲ୍ସ ନ୍ୟାରେଟିଭ୍ କହିଲେ କଣ ହେବ; ଏକ, ଦୁଇ କରି କୁହନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । #ManmohanSamal#BJP#NaveenPatnaik#OTVpic.twitter.com/Ckl8xtZo6J— ଓଟିଭି (@otvkhabar) April 19, 2025
୨୦୨୪ ନିର୍ବାଚନରେ ବିଜେଡି କାହିଁକି ହାରିଲା ସେନେଇ ମୁହଁ ଖୋଲିଥିଲେ ବିଜେଡି ସୁପ୍ରିମୋ । ପୁଣି ଥରେ ସଭାପତି ହେବା ପରେ ସେ କହିଥିଲେ, ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେଡି ହାରିଛି । ଫଲ୍ସ ନ୍ୟାରେଟିଭ୍ ପାଇଁ ଅଳ୍ପ ଭୋଟ୍ରେ ହାରିଲୁ । ସାମାଜିକ ଗଣମାଧ୍ୟମରେ ଉନ୍ନତି ଆଣି ଲୋକଙ୍କ ପାଖରେ ପହଞ୍ଚିପାରିବ । ଏଥିସହ ଟେକ୍ନୋଲୋଜି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ନବୀନ । ବିଜେଡି କର୍ମୀ ଭାଇଭଉଣୀଙ୍କ ଉପରେ ପୂରା ଭରସା ଅଛି ସେମାନଙ୍କୁ ଗାଁ ଗାଁରେ ବିଜେଡିର ସେବାର ବାର୍ତ୍ତା ପହଞ୍ଚାଇବାକୁ ନବୀନ ପରାମର୍ଶ ଦେଇଥିଲେ। ଏହା ପରେ ଫଲ୍ସ ନ୍ୟାରେଟିଭ୍ ନେଇ ନବୀନଙ୍କୁ ପାଲଟା ଆକ୍ରମଣ କରିଛନ୍ତି ରାଜ୍ୟ ବିଜେପି ସଭାପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)