• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଥ୍‌ରୁମ୍‌ ଭିତରେ କୁମ୍ଭୀର । ବିରାଟ କୁମ୍ଭୀର । ହଠାତ୍‌ କେଉଁଠୁ ଆସିଲା ଏଇ କୁମ୍ଭୀର । ସକାଳୁ ସକାଳୁ ନିଦ ଭାଙ୍ଗିବା ପରେ ପ୍ରତ୍ୟେକ ଲୋକ ବାଥ୍‌ରୁମ୍‌ ଯାଆନ୍ତି । ଆଉ ଏହି ସମୟରେ ଯଦି କେହି ନିଜ ବାଥ୍‌ରୁମ୍‌ରେ ବିରାଟକାୟ କୁମ୍ଭୀର ଦେଖନ୍ତି, ତାହାଲେ ତାଙ୍କର ଅବସ୍ଥା କ’ଣ ହେବ । ତାହା ଆପଣ ସହଜରେ ଅନୁମାନ କରିପାରୁଥିବେ । ଏହି ବାଥ୍‌ରୁମ୍‌ ଭିତରେ କମ୍ଭୀର ଥିବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ । ଏହାର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।

ନଦୀ କିମ୍ବା ଅନ୍ୟ କୌଣସି ଜଳାସୟରେରେ ଆପଣମାନେ କୁମ୍ଭୀର ଦେଖିବା ଏକ ସ୍ୱାଭାବିକ କଥା । ହେଲେ ଥରେ ଚିନ୍ତା କରନ୍ତୁ ଯେତେବେଳେ ସକାଳୁ ଉଠି ଆପଣ ବାଥରୁମ୍‌ ଯାଇଥିବେ ଆଉ ସେଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ ପାଇବେ । ତେବେ କ’ଣ ହେବ ? ଆପଣଙ୍କୁ ଏହି କଥା ବିଶ୍ୱାସ ହୋଇନପାରେ କି ବାଥରୁମ ଭିତରେ କୁମ୍ଭୀର ଶୋଇଛି ? କିନ୍ତୁ ଆମର ଏହି ଖବର ଶେଷରେ ଥିବା ଭିଡିଓ ଦେଖିଲେ ଆପଣ ନିଶ୍ଚୟ ବିଶ୍ୱାସ କରିବେ । ଆଉ ଆଶ୍ଚର୍ଯ୍ୟ ହେବେ ।

ଭାଇରାଲ ଫଟୋରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ଖୁବ୍‌ ଅଚିନ୍ତାରେ ବାଥରୁମ ଭିତରେ ଶୋଇଛି କୁମ୍ଭୀର । ଏହି ଘଟଣା ଗୁଜୁରାଟ୍‌ର ବୋଲି ଜଣାପଡ଼ିଛି । ଏହି ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆନନ୍ଦ ଜିଲ୍ଲାର ସୋଜିତ୍ରା ନଗରୀ ଖରକୁୱା ଅଞ୍ଚଳରେ ଥିବା ଜଣଙ୍କ ଶୌଚାଳୟରେ ପ୍ରାୟ ୬ ଫୁଟ୍‌ ଲମ୍ବର ଗୋଟାଏ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଥିଲା । ବାଥରୁମ୍‌ରେ କୁମ୍ଭୀର ପଶିଥିବା ନେଇ ଜାଣିବା ପରେ ତାହା ଦେଖିବାକୁ ଘର ଆଗରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ଏତେ ଲୋକଙ୍କୁ ଦେଖି ସୁଦ୍ଧା କୁମ୍ଭୀରଟି ଶୌଚାଳୟରୁ ଇଞ୍ଚେ ବି ହଲିନଥିଲା । ସେମିତି ସେହିଠାରେ ହିଁ ଶୋଇ ରହିଥିଲା ।

ଯାହାଫଳରେ ଉକ୍ତ ପରିବାର ଲୋକ ନିଜର ନିତ୍ୟକର୍ମ ସରିବାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଏହାସହ ନାନା ହଇରାଣ ମଧ୍ୟ ହୋଇଥିଲେ । ପରିବାରର ପ୍ରତ୍ୟେକ ଲୋକ ଭୟଭୀତ ବି ରହିଥିଲେ । ହେଲେ ବେଶ୍‌ ଅଚିନ୍ତାରେ ଶୋଇଥିଲା କୁମ୍ଭୀର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୁମ୍ଭୀରକୁ ସ୍ଥାନୀୟ ଲୋକମାନେ ଦେବୀଙ୍କ ବାହାନ ବୋଲି ବିଶ୍ୱାସ କରନ୍ତି । ତେଣୁ କୁମ୍ଭୀରକୁ ବାଥରୁମ୍‌ରେ କୌଣସି ପ୍ରକାର ଆଘାତ ଦେବାକୁ ଚେଷ୍ଟା କରିନଥିଲେ ସ୍ଥାନୀୟ ଲୋକ । ତେବେ ପୂର୍ବରୁ ମଧ୍ୟ ବହୁଥର ମନ୍ଦିରରେ ବି କୁମ୍ଭୀର ପଶିଥିଲା । ପରେ ତାକୁ ନେଇ ସ୍ଥାନୀୟ ଜଳାଶୟରେ ଛଡା ଯାଇଥିଲା । ତେବେ ବାରମ୍ବାର ଏମିତି କୁମ୍ଭୀର ପଶୁଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।