• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୨-୨୦୨୩ ଇନ୍‌କମ୍ ଟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ଥିଲା ଜୁଲାଇ ୩୧, ଆର୍ଥାତ୍‌ ଗତ ରବିବାର ।  ଏହି ତାରିଖ ମଧ୍ୟରେ ଅନେକ ଲୋକ ଇନ୍‌କମ୍‌ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିସାରିଛନ୍ତି । ଶେଷ ତାରିଖ ସୁଦ୍ଧା ୫ କୋଟି ୮୨ ଲକ୍ଷ ୮୮ ହଜାର ୯୬୨ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ।

ଇନ୍‌କମ୍‌ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ତାରିଖରେ ଅର୍ଥାତ୍‌ କେବଳ ରବିବାର ଦିନ, ରାତି ୧୧ଟା ସୁଦ୍ଧା ୬୭ ଲକ୍ଷ ୯୭ ହଜାର ୬୭ ଜଣ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ କରିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ସେହି ରବିବାର ରାତି ୧୦ ଟାରୁ ୧୧ଟା ମଧ୍ୟରେ ୪ ଲକ୍ଷ ୫୦ ହଜାର ୧୩ ଜଣ ରିଟର୍ଣ୍ଣ ଫାଇଲ୍ କରିଛନ୍ତି ।

ତେବେ ଟାକ୍ସ ନିୟମ ଅନୁଯାୟୀ, ସମୟ ସୀମା ଭିତରେ ଟାକ୍ସ ରିଟର୍ଣ୍ଣ ପାଇଲ୍‌ ନରି ଯଦି ଆପଣ ବିଳମ୍ବରେ କରିବେ ତେବେ ଏଥିପାଇଁ ଆପଣଙ୍କୁ ଜୋରିମାନା ଦେବାକୁ ହେବ । ଏଥିପାଇଁ ଆପଣଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ହେବ । ୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପରିମାଣର ଜୋରିମାନା ଦେବାକୁ ହେବ । ଯଦି ସେମାନେ ଡିସେମ୍ବର ୧ ତାରିଖ ସୁଦ୍ଧା ନିଜର ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରନ୍ତି ତେବେ ଏହି ପରିମାଣର ଜୋରିମାନା ଲାଗୁ ହେବ ।

ତେବେ ୫ ଲକ୍ଷ ଟଙ୍କାରୁ କମ୍‌ ରୋଜଗାର କରୁଥିବା ବ୍ୟକ୍ତି ଯଦି ସଠିକ୍‌ ସମୟ ସୀମା ଭିତରେ କାର୍ଯ୍ୟ ନକରନ୍ତି, ତେବେ ସେମାନଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ହେବ । ଆଉ ସେମାନଙ୍କୁ ମଧ୍ୟ ୧୦୦୦ ଟଙ୍କାର ଜୋରିମାନା ସହ ଡିସେମ୍ବର ୩୧ ତାରିଖ ସୁଦ୍ଧା ରିଟର୍ଣ୍ଣ ଫାଇଲ ଦାଖଲ କରିବାକୁ ହେବ ।

ଏବେ ଏଠି ପ୍ରଶ୍ନ ଉଠୁଛି ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ ନକରନ୍ତି, ତେବେ କେମିତି କରିବେ । ବିଳମ୍ବରେ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିବା ପାଇଁ ଆପଣଙ୍କୁ କ’ଣ କରିବାକୁ ହେବ । ଆସନ୍ତୁ ଜାଣିବା..

ନିୟମ ଅନୁସାରେ ପ୍ରଥମେ ଆପଣ ଟାକ୍ସ କମିଶନରଙ୍କୁ ଏଥିପାଇଁ ଚିଠି ଲେଖିବେ । ବିଳମ୍ବ ହୋଇଥିଲେ ବି ଆପଣଙ୍କୁ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିବାକୁ ଅନୁମତି ମିଳୁ ବୋଲି ଚିଠିରେ ନିବେଦନ କରିବେ ।

ପରେ ଆପଣଙ୍କୁ ‘ITR U’ ଫର୍ମ ଫିଲ୍‌ଅପ୍‌ କରିବାକୁ ହେବ । ଏଥିରେ ଆପଣଙ୍କୁ ନିଜର ଆୟ ନେଇ ସମସ୍ତ ସୂଚନା ଦେବାକୁ ହେବ । ଆଉ ଆପଣ କାହିଁକି ବିଳମ୍ବରେ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରୁଛନ୍ତି ବା ଅପ୍‌ଡେଟ୍‌ କରୁଛନ୍ତି ସେନେଇ ମଧ୍ୟ ତଥ୍ୟ ରଖିବାକୁ ହେବ ।

ସେକ୍ସନ୍‌ ୨୩୪F ଇନ୍‌କମ୍‌ ଟାକ୍ସ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ରୋଜଗାର ଇନ୍‌କମ୍‌ ଟାକ୍ସ ପାଇଁ ଯୋଗ୍ୟ ନୁହେଁ । ତେବେ ସେମାନେ ବିଳମ୍ବରେ ରିଟର୍ଣ୍ଣ ଫାଇଲ୍‌ କଲେ ମଧ୍ୟ କୌଣସି ଜୋରିମାନା ଦେବେ ନାହିଁ ।

 ଇ-ଭେରିଫିକେସନ୍‌ ନିଶ୍ଚିତ

ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିବାର ୩୦ ଦିନ ଭିତରେ ଆପଣଙ୍କୁ ଇ-ଭେରିଫିକେସନ୍‌ର ସାମ୍ନାକୁ କରିବାକୁ ହେବା । ଏହା ନିତ୍ୟାନ୍ତ କରୁରୀ । ନଚେତ ଭବିଷ୍ୟତରେ ଆପଣଙ୍କୁ ଏଥିପାଇଁ ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ । ଏହି ଇ-ଭେରିଫିକେସନ୍‌ ପାଇଁ ଆପଣଙ୍କୁ ଇନ୍‌କମ୍‌ ଟାକ୍ସ ବିଭାଗର ୱେବ୍‌ସାଇଟ୍‌କୁ ଯାଇ ଲଗ୍‌ ଇନ୍‌ କରିବାକୁ ହେବ ।

ଏହାସହ ଆପଣ ITR-V ମଧ୍ୟ ଇନ୍‌କମ୍‌ ଟାକ୍ସ ଡିପାର୍ଟମେଣ୍ଟ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ । ପରେ ଏହାକୁ ଫିଲ୍‌ଅପ୍‌ କରି ସାଧାରଣ ଭାବେ ପୋଷ୍ଟ କିମ୍ବା ସ୍ପିଡ୍‌ପୋଷ୍ଟ କରିପାରିବେ । ITR-V ସହ ଆପଣଙ୍କୁ କୌଣସି ପ୍ରକାର ସପୋର୍ଟିଂ ଡକ୍ୟୁମେଣ୍ଟ ସଂଯୋଗ କରିବା ଆବଶ୍ୟକ ନାହିଁ ।