• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ସମ୍ବଲପୁରୀ ଦିନ୍ ପାଳନ କରୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି । ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, କଳାକୁ ଲୋକାଲୋଚନକୁ ଆଣିବା ପାଇଁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଅବଦାନ ଅନେକ ଥିଲା ।

ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ସେ ସମ୍ବଲପୁରୀ ଭାଷାରେ ଲେଖିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଥିଲେ । ସମ୍ବଲପୁରୀ କଳାସଂସ୍କୃତିର ପ୍ରଚାର ପ୍ରସାରରରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ସ୍ମୃତିରେ ଆଜି ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ୍ ପାଳନ କରାଯାଉଛି ।

ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଶ୍ଚିମ ଓଡ଼ିଶାର ଭାଷା, ଲୋକକଳା, ଲୋକକଥା, ସାହିତ୍ୟ, ପରମ୍ପରା, ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି ।

ତେବେ ଗତ ୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ପଶ୍ଚିମଓଡ଼ିଶାର ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ୍‌କୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଲୋକ ବାଦ୍ୟ, ଲୋକ ନାଚର ତାଳେ ତାଳେ ବେଶ୍ ଉତ୍ସାହର ସହିତ ସମ୍ବଲପୁରୀ ଦିନ୍ ପାଳନ କରୁଛନ୍ତି । ଲୋକେ ଘରେ ଘରେ ସମ୍ବଲପୁରୀ ପୋଷାକ ପିନ୍ଧି, ପିଠାପଣା କରି ସମ୍ବଲପୁରୀ ଦିନ୍‌କୁ ପାଳନ କରୁଛନ୍ତି ।