• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୟଙ୍କର ଅଗ୍ନିକାଣ୍ଡ । ମଧ୍ୟପ୍ରଦେଶର ଜବଲପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଲାଗିଲା ନିଆଁ । ଏଥିରେ ପ୍ରାୟ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ନିଉ ଲାଇଫ୍‌ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ଜବଲପୁରର ଦାମୋ ନାକାରେ ଏହି ହସ୍ପିଟାଲ ରହିଛି । ଜବଲପୁର ଜିଲ୍ଲପାଳଙ୍କ ସୂଚନା ଅନୁଯାୟୀ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଅନେକ ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାର ଧୁଆଁମୟ ହୋଇଯାଇଛି ।

ଅନ୍ୟପଟେ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ ମୃତାହତଙ୍କ ପାଇଁ ସରକାରୀ ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ମିଳିବ ବୋଲି ସେ ଘୋଷଣା କରିଥିବା ବେଳେ ଅଗ୍ନିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now