• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଥମୁନି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ । ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିବାଦ ନେଇ ସେ କମିଶନଙ୍କ ପାଖକୁ ଯାଇଥିବା ଜଣାପଡ଼ିଛି । ଗତକାଲି ଅନୁଭବ ସୋସିଆଲ ମିଡିଆରେ ଏକ ଭିଡିଓ ଅପ୍ଲୋଡ୍ କରିଥିଲେ । ସେହି ଭିଡିଓକୁ ନେଇ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିବାର ସୂଚନା ମିଳିଛି ।

ତେବେ ଏହି ସଂପର୍କରେ କ୍ୟାମେରା ଆଗରେ ବର୍ଷା କିଛି କହି ନାହାନ୍ତି କିମ୍ବା ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନି । ଆଗରୁ କୌଣସି ଭିଡିଓ କି କୌଣସି ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ କହିଥିଲେ ।

ସେହିପରି ଗତ ଜୁଲାଇମାସ ୪ ତାରିଖ ଦିନ କୋର୍ଟରେ ଶୁଣାଣି ପରେ ପତ୍ନୀ ବର୍ଷାଙ୍କୁ ଭାଗବତ ଉପହାର ଦେଇଥିଲେ ଅନୁଭବ ମହାନ୍ତି । ଭାଗବତ ପଢ଼ି ବର୍ଷା ନିଜକୁ ଶାନ୍ତ ରଖନ୍ତୁ ଓ ତାଙ୍କ ପରିବାରକୁ ଶାନ୍ତି ଦିଅନ୍ତୁ ବୋଲି ଅନୁଭବ ଅନୁରୋଧ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ରୋକ୍ ଲଗାଇଥିଲେ । SDJMଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍ ଅନ୍ତରୀଣ ରୋକ ଲଗାଇଥିଲେ । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ SDJM ଦେଇଥିଲେ ନିର୍ଦ୍ଦେଶ । ଘରଭଡ଼ା ବାବଦରେ ଅନୁଭବ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଥିଲା । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ ଗତ ଜୁନ ୨ ତାରିଖରେ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଥିଲେ SDJM କୋର୍ଟ । ଆଉ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ ।