/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659345730.jpg)
Tusker death in Narasinghapur forest । Some suspects detained; Investigation underway
କଟକ ନରସିଂହପୁର ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ କିଛି ଲୋକଙ୍କୁ ଅଟକ ରଖାଯାଇଛି । ଘଟଣାରେ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ କରାଯାଉଥିବା ଅନୁଗୁଳ ଡିଏଫ୍ଓ ସୂଚନା ଦେଇଛନ୍ତି ।
କଟକ ନରସିଂହପୁର ବାଇସିଙ୍ଗା ଜଙ୍ଗଲରେ ମୃତ ହାତୀକୁ ଗୁଳି କିପରି ବାଜିଲା? କିଏ, କାହିଁକି ଏବଂ କେଉଁଠି ଗୁଳି ଚଲାଇଲା? ଏନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ବନ୍ଧୁକ କେଉଁଠୁ ଆଣିଲେ ସେ ଦିଗରେ ଗୁରୁତ୍ୱ ଦିଆଯାଇ ତଦନ୍ତ କରାଯାଉଛି । ହେଲେ ହାତୀକୁ ଲାଗିଥିବା ଗୁଳି ଶିକାର ପାଇଁ ନା ଘଉଡ଼ାଇବା ପାଇଁ ତାହା ବି ତଦନ୍ତ ପରିସରଭୁକ୍ତ ବୋଲି ଡିଏଫ୍ଓ ଦୋହରାଇଛନ୍ତି ।
ତେବେ ଗତ ୨୯ ଜୁଲାଇରେ ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ହୋଇଥିଲା । ଏନେଇ ଡିଏଫ୍ଓ ସୂଚନା ଦେଇଥିଲେ । ଦନ୍ତାକୁ ବଞ୍ଚାଇବା ପାଇଁ ବନ ବିଭାଗ ହାତୀର ଚିକିତ୍ସା ଜାରି ରଖିଥିଲା । ଏଥିରେ ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା ଚାଲିଥିଲା । କିନ୍ତୁ ଅସୁସ୍ଥ ହାତୀଟି ଖାଦ୍ୟ ଗ୍ରହଣ କରୁ ନଥିବାରୁ ହାତୀକୁ ସାଲାଇନ ଲଗାଯାଇଥିଲା ।
ସୂଚନା ଅନୁସାରେ, ଗତ ଜୁଲାଇ ମାସ ୨୬ ତାରିଖରେ ହାତୀଟି କଟକ ନରସିଂହପୁର ଜଙ୍ଗଲରେ ଲଗାତାର ୩/୪ ଦିନ ଧରି ଇତସ୍ତତଃ ହୋଇ ଘାଇଲା ଅବସ୍ଥାରେ ବୁଲୁଥିଲା । ନରସିଂହପୁର ପଶ୍ଚିମ ରେଂଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀ ଠାବ କରାଯାଇଥିଲା । ବନବିଭାଗ ଗୁଳିବିଦ୍ଧ ହାତୀକୁ ଠାବ କରି ଚିକିତ୍ସା ଆରମ୍ଭ କରିଥିଲା । ଯାହା ପରେ ହାତୀ ଦେହରେ ୫ଟି ଗୁଳି ଲାଗିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦିଆଯାଇଥିଲା । ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ସାତକୋସିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା କରାଯାଉଥିଲା । ହେଲେ ବହୁ ଚିକିତ୍ସା ପରେ ବି ଶେଷରେ ଜୀବନ ମରଣ ସହ ସଂଘର୍ଷ କରି ହାତୀଟି ପ୍ରାଣ ହରାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)