• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇପିଏଲ ୨୦୨୫ରେ ଏପର୍ଯ୍ୟନ୍ତ ଖରାପ ପ୍ରଦର୍ଶନ ଜାରି ରଖିଛି । ନା ବ୍ୟାଟିଂ ନା ବୋଲିଂ । ସବୁ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଜାରି ରଖିଛି ରାଜସ୍ଥାନ । ରାଜସ୍ଥାନ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ କେବଳ ୨ଟିରେ ବିଜୟୀ ହୋଇଛି । ରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ଅଛି । ତେବେ ରାଜସ୍ଥାନ ଆଜି ସନ୍ଧ୍ୟାରେ ତା’ର ପରବର୍ତ୍ତୀ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍‌ରେ ବିଜୟ ଲାଭ କରି ପୁଣି ଫର୍ମକୁ ଫେରିବାକୁ ଚେଷ୍ଟା କରିବ ରାଜସ୍ଥାନ । ସେପଟେ ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଟିମ୍‌ ଭିତରେ ମତଭେଦକୁ ନେଇ ବଡ଼ ଅପଡେଟ୍‌ ଦେଇଛନ୍ତି ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ।

ଅଧିକ ପଢ଼ନ୍ତୁ: ଆଇପିଏଲ୍ ମ୍ୟାଚ୍ ସମୟରେ କାହିଁକି ବ୍ୟାଟ୍ ଯାଞ୍ଚ କରୁଛନ୍ତି ଅମ୍ପାୟାର୍‌ ?

ଆଜି ଖେଳାଯିବାକୁ ଥିବା ହାଇଭୋଲଟେଜ୍‌ ମ୍ୟାଚ୍ ପୂର୍ବରୁ, ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ, ଦ୍ରାବିଡ ସେହି ରିପୋର୍ଟଗୁଡ଼ିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଦଳ ଭିତରେ ସବୁକିଛି ଠିକ୍ ନଥିଲା । ଦ୍ରାବିଡ ଜୋର ଦେଇ କହିଥିଲେ ଯେ ଏହି ରିପୋର୍ଟଗୁଡ଼ିକ ଭିତ୍ତିହୀନ । ରାହୁଲ ଦ୍ରାବିଡ କୌଣସି ପ୍ରକାରର ବିବାଦକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍‌ ଓ କୋଚ୍‌ ମଧ୍ୟରେ ବିବାଦ ଥିବା ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏମିତିକି ସେହି ମ୍ୟାଚ୍‌ରେ ଖେଳାଯାଇଥିବା ସୁପର ଓଭର୍‌ ସମୟରେ ସଞ୍ଜୁ ସାମସନ୍‌ ଟିମ୍‌ ହଡଲ୍‌ରୁ ଦୂରରେ ରହିଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ସୂଚନା ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ରେ ସଞ୍ଜୁ ସାମସନ୍‌ ୩୧ ରନ୍ କରି ରିଟାୟାର୍ଡ ହର୍ଟ ହୋଇଥିଲେ। ଏହାପରେ ସେ ସୁପର ଓଭର୍‌ରେ ବ୍ୟାଟିଂ କିମ୍ବା ଫିଲ୍ଡିଂ କରିବାକୁ ମଧ୍ୟ ଆସିନଥିଲେ ।

ରାହୁଲ ଦ୍ରାବିଡ ମଧ୍ୟ ଅଧିନାୟକ ସଞ୍ଜୁ ସାମସନଙ୍କ ବିଷୟରେ ଏକ ଅପଡେଟ୍ ଦେଇଥିଲେ । ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସଞ୍ଜୁଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଦ୍ରାବିଡ କହିଥିଲେ । ଦ୍ରାବିଡ କହିଥିଲେ, 'ସଞ୍ଜୁ ପେଟରେ କିଛି ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଆମେ ତାଙ୍କୁ ସ୍କାନ ପାଇଁ ନେଇଥିଲୁ । ଆମେ ସ୍କାନ୍‌ ରିପୋର୍ଟ ପାଇଁ ଅପେକ୍ଷା କରିଛୁ। ଆଘାତର ଗମ୍ଭୀରତା ବିଷୟରେ ଆହୁରି ସ୍ପଷ୍ଟତା ପାଇବା ପରେ ଆମେ ପରବର୍ତ୍ତୀ ନିଷ୍ପତ୍ତି ନେବୁ ବୋଲି କୋଚ୍‌ ରାହୁଲ ଦ୍ରାବିଡ୍ କହିଥିଲେ । ଯଦି ଆଜିର ମ୍ୟାଚ୍‌ରେ ସଞ୍ଜୁ ସାମସନ ନ ଖେଳନ୍ତି, ତେବେ ରିୟାନ ପରାଗଙ୍କୁ ଅଧିନାୟକ ଦାୟିତ୍ୱ ମିଳିବ ।

ଅଧିକ ପଢ଼ନ୍ତୁ: ସଞ୍ଜୟ ବାଙ୍ଗରଙ୍କ ଝିଅଙ୍କ ବଡ଼ ଖୁଲାସା; କହିଲେ, କିଛି କ୍ରିକେଟର ମୋତେ ପଠାନ୍ତି ନଗ୍ନ ଫଟୋ