Advertisment

VK Pandian: ବିଜେଡିରେ ତୀବ୍ର ପାଣ୍ଡିଆନ୍ ବିରୋଧୀ ସ୍ବର, ନବୀନଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ବିଜେଡିରେ ବଢୁଛି ପାଣ୍ଡିଆନ୍ ବିରୋଧୀ ସ୍ବର। ଧୈର୍ଯ୍ୟର ବାଡ ଭାଙ୍ଗିଲା। ହଟାଇବା ପ୍ରଚେଷ୍ଟା ଆରମ୍ଭ ହେଲା। ଯୁବଠୁ ବରିଷ୍ଠ ଏବେ ପାଣ୍ଡିଆନଙ୍କୁ ବିଦା କରିବାକୁ ଆରମ୍ଭ କଲେଣି ମିଶନ। ରାଜ୍ୟ ସଭାରେ ସସ୍ମିତ ପାତ୍ରଙ୍କ ୱକ୍ଫ ବିଲ୍ ଆଭିମୁଖ୍ୟ ପରେ ବିଜେଡି ଫାଳ ଫାଳ! ସସ୍ମିତ ଯେ ବଲି କା ବକ୍ରା ତାହା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାରୁ ସ୍ପଷ୍ଟ।

author-image
Saroj Kumar Jena
pandian

pandian

ଆକ୍ରୋଶ, ବିଦ୍ରୋହ, ବିରୋଧ। ପୁଞ୍ଜିଭୂତ ଅସନ୍ତୋଷର ସ୍ବର ଏବେ ତୀବ୍ର ରୂପ ଧାରଣ କଲାଣି ବିଜେଡିରେ।  ଭିକେ ପାଣ୍ଡିଆନଙ୍କୁ ପାନେ ଦେବାକୁ ବିଜେଡିରେ ଆରମ୍ଭ ହୋଇଛି କଂପନ। ଏକାଠି ହେଲେଣି ଅଭିଜ୍ଞ ଆଉ ପୁରୁଖା ନେତା। ୱାକଫ ବିଲ୍ କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଦଳ ଭିତରେ ଏବେ ପାଣ୍ଡିଆନ୍ ହଟାଅ ଅଭିଯାନ ଜୋର ଧରିଥିବା ଚର୍ଚ୍ଚା ହେଉଛି।

Advertisment

ବିଜେଡିରେ ବଢୁଛି ପାଣ୍ଡିଆନ୍ ବିରୋଧୀ ସ୍ବର। ଧୈର୍ଯ୍ୟର ବାଡ ଭାଙ୍ଗିଲା। ହଟାଇବା ପ୍ରଚେଷ୍ଟା ଆରମ୍ଭ ହେଲା। ଯୁବଠୁ ବରିଷ୍ଠ ଏବେ ପାଣ୍ଡିଆନଙ୍କୁ ବିଦା କରିବାକୁ ଆରମ୍ଭ କଲେଣି ମିଶନ। ରାଜ୍ୟ ସଭାରେ ସସ୍ମିତ ପାତ୍ରଙ୍କ ୱକ୍ଫ ବିଲ୍ ଆଭିମୁଖ୍ୟ ପରେ ବିଜେଡି ଫାଳ ଫାଳ! ସସ୍ମିତ ଯେ ବଲି କା ବକ୍ରା ତାହା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାରୁ ସ୍ପଷ୍ଟ। ତେବେ ପରୋକ୍ଷରେ ପାଣ୍ଡିଆନ୍ ହିଁ ୱକ୍ଫ ସପକ୍ଷରେ ଭୋଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା କହି ଦେବାଶିଷ ଡିଲ୍ ର ଗୁମର ଖୋଲିଛନ୍ତି। ଅତି ଚତୁର ଭାବେ ପାଣ୍ଡିଆନ୍ ସାଂସଦ ସସ୍ମିତ ପାତ୍ରଙ୍କ ମୁଣ୍ଡରେ ନଡିଆ ଭାଙ୍ଗି ଖସି ଯିବାକୁ ବସିଥିଲେ କି। କିନ୍ତୁ ଗୁମର ଫିଟିବା ପରେ ଏବେ ପାଣ୍ଡିଆନ ବିରୋଧୀ ରକ୍ତ ମୁଖା। ଗୋଟିଏ ପଟେ ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ଭଳି ପାଣ୍ଡିଆନ୍ କ୍ୟାମ୍ପର ନେତା ଆଉ ଅନ୍ୟପଟେ ବରିଷ୍ଠ ବିଧାୟକ ଓ ନେତା। ବିରୋଧୀ ଗୋଷ୍ଠୀ ଏବେ ଯୁଦ୍ଧଂ ଦେହି ଡାକରା ଦେଇଥିବା ବେଳେ ପାଣ୍ଡିଆନ୍ କ୍ୟାମ୍ପର ନେତାଙ୍କ ଟେନ୍ସନ୍ ବଢିଯାଇଛି। ଆଉ କାମ କରୁନି ପାଣ୍ଡିଆନ୍ ବନ୍ଦନା। ବିଜେଡିରେ ଘଡିକେ ଘୋଡା ଛୁଟୁଥିବାବେଳେ ନବୀନ ଚୁପ୍।

ଅଧିକ ପଢ଼ନ୍ତୁ: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

Advertisment

ସେପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାଣ୍ଡିଆନ୍ ରାଜନୀତିରୁ ସନ୍ନ୍ୟାସ ନେବା ପରେ ତିଆରି କରିଥିଲେ ନୂଆ ପ୍ଲଟ୍। ଉଦ୍ଦେଶ୍ୟ ବିଜେଡି ଡୋରିକୁ ପୁଣି ନିଜ ହାତରେ ରଖିବା। ଚର୍ଚ୍ଚା ହେଉଛି, ନିକଟରେ VRS ନେଇଥିବା ପତ୍ନୀ ସୁଜାତାଙ୍କୁ ଏଣ୍ଟ୍ରି କରାଇବାକୁ ଆରମ୍ଭ କରିଥିଲେ ପ୍ରୟାସ। ଗତକାଲି ସେହି କ୍ରମରେ ବିଜେଡିର ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଓ ଶତାଧିକ ସମର୍ଥକ ନବୀନ ନିବାସ ଆସି ପାଣ୍ଡିଆନଙ୍କ ସପକ୍ଷରେ ନବୀନଙ୍କୁ ଭେଟି ଗୁହାରି କରିଥାନ୍ତେ। ପ୍ରତିଦିନ ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ନେତା, କର୍ମୀ ଓ ସମର୍ଥକ ଆସି ନବୀନଙ୍କ ଭେଟି ପାଣ୍ଡିଆନଙ୍କୁ ଓଡ଼ିଶା ନଛାଡିବାକୁ ନିବେଦନ କରିଥାନ୍ତେ। ଆଉ ଶେଷରେ ପାଣ୍ଡିଆନ ନିଜକୁ ଦୂରରେ ରଖି ଧର୍ମପତ୍ନୀଙ୍କୁ ଦଳର ଡୋରି ଧରାଇଥାନ୍ତେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଅତନୁ ଓ ପ୍ରତାପ ଜେନାଙ୍କ ଭଳି ନେତା ସୁଜାତାଙ୍କ ସପକ୍ଷରେ ସୋସିଆଲ୍ ମିଡିଆରେ ମତ ରଖିଥିଲେ। ମାତ୍ର ସସ୍ମିତ ପ୍ରସଙ୍ଗରେ ବରିଷ୍ଠ ଏବେ ନବୀନଙ୍କ ଉପରେ ଚାପ ପକାଇ ଚେକ୍ ଦେବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ପାଣ୍ଡିଆନଙ୍କ ଭୂମିକାକୁ ନେଇ ବିରୋଧୀ ବି ବୟାନବାଜି କରିଛନ୍ତି!

ପାଣ୍ଡିଆନ୍ ଯେଉଁ ଏକଛତ୍ରବାଦ ନୀତି ଦଳରେ ଆରମ୍ଭ କରିଥିଲେ ତାକୁ ଏବେ କଡା କାଉଣ୍ଟରର ସମ୍ମୁଖୀନ ହେବାକୁ ପଡୁଛି। ବିଜେଡି ନେତାଙ୍କ ଏଭଳି ପାଣ୍ଡିଆନ୍ ବିରୋଧୀ ମେଳି ପାଇଁ ଆଗକୁ ରୋଚକ ଚିତ୍ର ଦେଖିବାକୁ ମିଳିପାରେ।

ଅଧିକ ପଢ଼ନ୍ତୁ: ସସ୍ମିତ ଭିଲେନ୍‌ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ନାଟର ଗୋବର୍ଦ୍ଧନ !’

BJD VK Pandian WAQF Bill
Advertisment
Advertisment