Advertisment

ଫିଲ୍ମ ‘ପଠାନ୍‌’କୁ ନେଇ ବିବାଦ, ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶାହରୁଖ...

ରିଲିଜ୍‌ ପୂର୍ବରୁ ଫିଲ୍ମ ‘ପଠାନ୍‌’(Pathaan)କୁ ନେଇ ବିବାଦ ତେଜୁଥିବା ବେଳେ ପ୍ରଥମ ଥର ପାଇଁ ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ୍ ଏସମ୍ପର୍କରେ ମୁହଁ ଖୋଲିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Shah Rukh Khan on Pathaan Controversy

Shah Rukh Khan's First Comments After 'Pathaan' Controversy

ରିଲିଜ୍‌ ପୂର୍ବରୁ ଫିଲ୍ମ ‘ପଠାନ୍‌’(Pathaan)କୁ ନେଇ ବିବାଦ ତେଜୁଥିବା ବେଳେ ପ୍ରଥମ ଥର ପାଇଁ ବଲିଉଡ୍‌ ବାଦ୍‌ଶାହ  ଶାହାରୁଖ ଖାନ ଏସମ୍ପର୍କରେ ମୁହଁ ଖୋଲିଛନ୍ତି। ଗୋଟିଏପଟେ ଫିଲ୍ମରେ ଦୀପିକା ପାଦୁକୋନ୍(Deepika Padukone)ଙ୍କ ସହ ଶାହରୁଖଙ୍କ ଇଣ୍ଟେସ୍‌ କେମିଷ୍ଟ୍ରି ଓ ଡ୍ୟାନ୍ସ ମୁଭ୍ସକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଅନ୍ୟପଟେ ଫିଲ୍ମର ଏକ ଗୀତରେ ଦୀପିକାଙ୍କ କଷ୍ଟ୍ୟୁମ୍ସ ଓ କିଛି ଦୃଶ୍ୟକୁ ବିରୋଧ କରାଯାଇଛି। ବିବାଦ ଏତେ ମାତ୍ରାରେ ତେଜିଛି ଯେ ମଧ୍ୟପ୍ରଦେଶରେ ଫିଲ୍ମ ବ୍ୟାନ୍‌ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଫିଲ୍ମକୁ ବ୍ୟାନ୍‌ କରାଯାଉ ବୋଲି ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରୁଥିବା ବ୍ୟକ୍ତି ଦାବି କରିଛନ୍ତି। ଏସବୁ ଭିତରେ ପ୍ରଥମ ଥର ପାଇଁ ଶାହରୁଖ ଏନେଇ ମୁହଁ ଖୋଲିଛନ୍ତି।  

Advertisment

ସ୍ପଷ୍ଟ ଭାବେ ବୟାନ ନଦେଇଥିଲେ ବି ଇସାରାରେ ଟ୍ରୋଲର୍‌ଙ୍କୁ ଶାହରୁଖ କଡ଼ା ଜବାବ ଦେଇଛନ୍ତି। ନିଜ ଫିଲ୍ମି ଅନ୍ଦାନ୍ଦ୍‌ରେ ସେ କହିଛନ୍ତି,‘ଯାହାବି ହୋଇଯାଉ, ଆମ ଭଳି ଲୋକ ଜୀବନରେ ସବୁବେଳେ ସକାରାତ୍ମକ ରହିବା ଉଚିତ୍।’ ଶାହରୁଖଙ୍କ ଏହି ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଟ୍ରୋଲ୍‌କୁ ନେଇ ତାଙ୍କର କିଛି ଫରକ୍‌ ପଡ଼ୁ ନାହିଁ। ୨୮ ତମ କୋଲକାତା ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ ଉଦ୍‌ଘାଟନରେ ଯୋଗ ଦେବା ଅବସରରେ ଶାହରୁଖ କହିଛନ୍ତି, ‘ଦିନ ଥିଲା, କିଛି ସମୟ ପାଇଁ ମଧ୍ୟ ଆମେ ଭେଟ ହୋଇପାରୁ ନଥିଲୁ। ହେଲେ ଦୁନିଆ ଏବେ ନର୍ମାଲ ହେବାରେ ଲାଗିଛି। ଆମେ ସମସ୍ତେ ଖୁସିରେ ଅଛୁ ଓ ମୁଁ ମଧ୍ୟ ବହୁତ ଖୁସିରେ ଅଛି। ଦୁନିଆ ଯାହା ବି କହୁନା କାହିଁକି, ମୁଁ, ଆପଣମାନେ ଓ ଦୁନିଆରେ ସମସ୍ତେ ସକାରାତ୍ମକ ଲୋକ ଜୀବିତ ଅଛନ୍ତି।’ 

ଅଧିକ ପଢ଼ନ୍ତୁ: ଫିଲ୍ମ ‘ପଠାନ୍’କୁ ନେଇ ବିବାଦ; ତାତିଲେ ଦର୍ଶକ, ସାଧୁ ଓ ରାଜନେତା

ଶାହରୁଖ ଆହୁରି କହିଛନ୍ତି ଯେ, ‘ଆମ ସମୟରେ ଫିଲ୍ମକୁ ସୋସିଆଲ ମିଡିଆ ବିଶାଳ ଆକାର ଦେଇଛି। ହେଲେ ବେଳେ ବେଳେ କିଛି ନିର୍ଦ୍ଦିଷ୍ଟ ମାନସିକତା ଯୋଗୁ ଏହା ପ୍ରଭାବିତ ହୋଇ ନକାରାତ୍ମକ ଭାବେ ଜୀବନକୁ ପ୍ରଭାବିତ କରୁଛି।’ ଏପରି କହି ଶାହରୁଖ ପଠାନ୍କୁ ସମାଲୋଚନା କରୁଥିବା ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ପରୋକ୍ଷରେ ଆକ୍ଷେପ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପଠାନ୍’ ଜାନୁଆରୀ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଦୀପିକାଙ୍କ ବିକିନି ପିନ୍ଧା ନାଚକୁ ନେଇ ପ୍ରଶ୍ନ ଉଠାଇଛନ୍ବ। ସେ ସିଧାସଳଖ କହିଛନ୍ତି ଯେ, ଯଦି ଫିଲ୍ମରେ ଦୀପିକାଙ୍କ ଡ୍ୟାନ୍ସ ଓ ଡ୍ରେସ୍‌କୁ ବା କିଛି ଦୃଶ୍ୟକୁ ପରିବର୍ତ୍ତନ କରାନଯାଏ ତେବେ ଏହାର ସ୍କ୍ରିନିଂ ବିଷୟରେ ଆମେ ଚିନ୍ତା କରିବାକୁ ବାଧ୍ୟ ହେବୁ। 

Deepika Padukone Shah Rukh Khan Pathan
Advertisment
Advertisment