Advertisment

Sasmit Patra Scapegoat: ସସ୍ମିତଙ୍କୁ ବଳିବୋଦା ସଜାଉଛି ବିଜେଡି, ସୁପ୍ରିମୋଙ୍କୁ ପ୍ରତାପ-ପ୍ରଫୁଲ୍ଲଙ୍କ ଚିଠି

ସାଂସଦ ସସ୍ମିତ ପାତ୍ରଙ୍କୁ ବଳିବୋଦା ସଜାଉଛି କି ବିଜେଡି ? କାହିଁକିନା ୱକ୍ଫ ବିଲକୁ ନେଇ ରାଜ୍ୟସଭାରେ ଫାଳ ଫାଳ ହୋଇଯାଇଥିବା ବିଜେଡି ଏପର୍ଯ୍ୟନ୍ତ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିନି। ତା ସତ୍ତ୍ବେ, ଜଣଙ୍କ ପରେ ଜଣେ ନେତା ସସ୍ମିତଙ୍କୁ ଘଟଣା ପାଇଁ ଭିଲିଆନ୍ ସଜେଇ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ନେଇ ସୃଷ୍ଟି ହୋଇଛି ଏଭଳି ସନ୍ଦେହ।

author-image
Saroj Kumar Jena
sasmit

sasmit

ସାଂସଦ ସସ୍ମିତ ପାତ୍ରଙ୍କୁ ବଳିବୋଦା ସଜାଉଛି କି ବିଜେଡି ? କାହିଁକିନା ୱକ୍ଫ ବିଲକୁ ନେଇ ରାଜ୍ୟସଭାରେ ଫାଳ ଫାଳ ହୋଇଯାଇଥିବା ବିଜେଡି ଏପର୍ଯ୍ୟନ୍ତ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିନି। ତା ସତ୍ତ୍ବେ, ଜଣଙ୍କ ପରେ ଜଣେ ନେତା ସସ୍ମିତଙ୍କୁ ଘଟଣା ପାଇଁ ଭିଲିଆନ୍ ସଜେଇ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ନେଇ ସୃଷ୍ଟି ହୋଇଛି ଏଭଳି ସନ୍ଦେହ।

Advertisment

3 ଏପ୍ରିଲ, ସମୟ ଅପରାହ୍ଣ 5ଟା 59। ଏକ୍ସ ହ୍ୟାଣ୍ଡେଲରୁ ରାଜ୍ୟସଭାରେ ବିଜେଡି ନେତା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ସସ୍ମିତ ପାତ୍ରଙ୍କ ଏ ପୋଷ୍ଟ- ୱକ୍ଫ ବିଲକୁ ନେଇ ହ୍ବିପ୍ ଜାରି ହୋଇନି। ବିବେକାନୁମୋଦିତ ଭୋଟ୍ ଦେବ ବିଜେଡି। ଯଦିଓ ଏଭିତରେ ରାଜ୍ୟସଭାରେ ବିଲ୍ ବିରୋଧରେ ସାଂସଦ ମୁନ୍ନା ଖାଁ ଦଳର ଷ୍ଟାଣ୍ଡ ରଖି ସାରିଥିଲେ, ତା ପରେ ସସ୍ମିତଙ୍କ ଏ ପୋଷ୍ଟ, ଆଉ ଏହାର ପାଖାପାଖି 8 ଘଣ୍ଟା ପରେ ବିଳମ୍ବିତ ରାତିରେ ହେଲା ବିଲ୍ ଉପରେ ଭୋଟିଂ। ହେଲେ ଏଠି ପ୍ରଶ୍ନ ସସ୍ମିତଙ୍କ ଏ ନିଷ୍ପତ୍ତି ଦଳୀୟ ନିଷ୍ପତ୍ତି ଥିଲା ନା ନାହିଁ ? ସସ୍ମିତ ଷଡ଼ଯନ୍ତ୍ର କରି ଏଭଳି ପୋଷ୍ଟ କରିଥିଲେ ନା ୟା ପଛରେ ନବୀନ ଓ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଥିଲା ? ଉପରୁ ନିର୍ଦ୍ଦେଶ ବିନା ସସ୍ମିତ ଏତେ ବଡ଼ ନିଷ୍ପତ୍ତି ନେବା କେତେ ସମ୍ଭବ ? ଯଦି ଏଭଳି ନିଷ୍ପତି ପାର୍ଟି ଲାଇନ୍ ବାହାରେ ଥିଲା ସସ୍ମିତଙ୍କ ପୋଷ୍ଟ ଓ ଭୋଟିଂ ଭିତରେ ଥିବା ଲମ୍ବା 8 ଘଣ୍ଟାର ସମୟ ଭିତରେ ଦଳ କରୁଥିଲା କଣ ? ଯଦି ଦଳ ସସ୍ମିତଙ୍କ କଥାରେ ଏକମତ ନଥିଲା, ସାମ୍ନାକୁ କାହିଁକି ଆସିଲାନି? ସାଂସଦଙ୍କ ଭିତରେ ସୃଷ୍ଟ ଦ୍ବନ୍ଦ୍ବ ଦୂର ପାଇଁ କି ଉଦ୍ୟମ କରିଥିଲେ ସୁପ୍ରିମୋ ? ଏପରିକି 4 ତାରିଖ ସକାଳୁ ବି ସସ୍ମିତ କହିଥିଲେ ମୁଁ ୱକ୍ଫ ବିଲ୍ ସପକ୍ଷରେ ଭୋଟ୍ ଦେଲି।

ଅଧିକ ପଢ଼ନ୍ତୁ: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

Advertisment

ହେଲେ ଏହା ପରେ ବି ଗୋଳିଆ ବାତାବରଣ ସ୍ବଚ୍ଛ କରିବାକୁ ଦଳ ପାଖରୁ କୌଣସି ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିଲାନି। ଏଯାଏଁ ବି ଆସିନି। କିନ୍ତୁ ଶଙ୍ଖଭବନରେ ଦଳର ଉପଦେଷ୍ଟା କମିଟି ବୈଠକ ଓ ସଂଧ୍ୟାରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କ ବୈଠକ ପରଠୁ ଯେମିତି ଆରମ୍ଭ ହୋଇଯାଇଛି ଘଟଣା ପାଇଁ କେବଳ ସସ୍ମିତଙ୍କୁ ଦାୟୀ କରିବାର ପର୍ବ। ପ୍ରଥମେ କାର୍ଯ୍ୟାନୁନ ଗ୍ରହଣ ପାଇଁ କାଲି ସଂଧ୍ୟାରେ ଦଳର ସଭାପତିଙ୍କୁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପୁଣି ଆଜି ଆଉ ଜଣେ ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଏ ଚିଠି। ଦୁଇଟା ଯାକ ଚିଠିର ମର୍ମ ଯଦିଓ ସମାନ, ପ୍ରତାପଙ୍କ ଚିଠି କିନ୍ତୁ ଥିଲା ଆକ୍ରମଣାତ୍ମକ। ସୋସିଆଲ ମିଡିଆରେ ସସ୍ମିତଙ୍କ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ ଥିଲା କହି ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବାର ବି ହୃଦବୋଧ କରିଥିଲେ ପ୍ରତାପ। ତେଣୁ ରାଜ୍ୟସଭା ନେତା ଭାବରେ ପାତ୍ର କିଭଳି ଏ ପୋଷ୍ଟ କଲେ ସେ ନେଇ ଗଭୀର ତର୍ଜମା କରାଯିବା ସହ ଏ ଷଡ଼ଯନ୍ତ୍ର ପଛରେ କିଏ ତାର ଅନୁଧ୍ୟାନ କରାଯିବା ଏବଂ କାରଣ ଦର୍ଶାଅ ନୋଟିସ୍ ଜାରି କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପ୍ରତାପ। ତେବେ ବିଜେଡିର ଏଭଳି ଅକଳ ସ୍ଥିତିକୁ ନେଇ ନବୀନଙ୍କ ହାତରୁ ଦଳ ଖସୁଥିବା କହି ବିଜେଡିକୁ ଛିଗୁଲେଇଛି ବିଜେପି।

ଏସବୁ ଭିତରେ ବିଜେଡିର ରାଜ୍ୟସଭା ଖେଳ ପାଇଁ ପ୍ରକୃତରେ ଦାୟୀ କିଏ , ସସ୍ମିତ ନା ପାଣ୍ଡିଆନ, କିଏ କରିଛି ଖେଳ, ତାକୁ ନେଇ ଯେତିକି ଚର୍ଚ୍ଚା, ୱକ୍ଫ ଭୋଟିଂକୁ ନେଇ ସୃଷ୍ଟି ହୋଇଥିବା ଅକଳ ପରିସ୍ଥିତିରୁ ଉଦ୍ଧାର ପାଇବାକୁ କେବଳ ସସ୍ମିତଙ୍କୁ ହିଁ ବଳିବୋଦା ସଜାଯିବାରୁ ପ୍ରୟାସ ଚାଲିଥିବା ନେଇ ସେତିକି ହେଉଛି ଆଲୋଚନା। ତେବେ ଓଟିଭିକୁ ପ୍ରତିକ୍ରିୟାରେ ସସ୍ମିତ ପାତ୍ର କହିଛନ୍ତି, ସେ ଏବେ ତାସକେଣ୍ଟରେ ଅଛନ୍ତି। 150ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ୍-IPU ମିଟିଂରେ ଯୋଗ ଦେବାକୁ ସଂସଦୀୟ ପ୍ରତିନିଧି ଦଳ ସହ ତାସକେଣ୍ଟ ଆସିଛନ୍ତି।ସେଠାରୁ ଫେରିବା ପରେ ହିଁ ଯାହାକିଛି ପ୍ରତିକ୍ରିୟା ରଖିବେ। ତେଣୁ ଏବେ ଅପେକ୍ଷା ସସ୍ମିତଙ୍କ ଆଭିମୁଖ୍ୟକୁ।

ଅଧିକ ପଢ଼ନ୍ତୁ: ସସ୍ମିତ ଭିଲେନ୍‌ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ନାଟର ଗୋବର୍ଦ୍ଧନ !’

BJD BJD Sasmit Patra
Advertisment
Advertisment