Advertisment

ପୋଲିସ୍ ବାବୁଙ୍କ ଅମାପ ସମ୍ପତ୍ତି: ଯେତେ ଖୋଜିଲେ, ସେତେ ବାହାରୁଛି...

ଭିଜିଲାନ୍ସ ଜାଲରେ ଫସିଥିବା କୋଟିପତି ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Vigilance Raid In Sub-Inspector's House

Vigilance raid continues in crorepati sub-inspector's house

ପୋଲିସ୍ ବାବୁଙ୍କ ଅମାପ ସମ୍ପତ୍ତି। ଯେତେ ଖୋଜିଲେ, ସେତେ ବାହାରୁଛି। ଭିଜିଲାନ୍ସ ଜାଲରେ ଫସିଥିବା କୋଟିପତି ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି। ପାଇକ ନଗରରେ ୧୦ ହଜାର ବର୍ଗଫୁଟର ୪ ମହଲା କୋଠା, ଯାହାର ମୂଲ୍ୟ ହେଉଛି ଦେଢ଼ କୋଟିରୁ ଅଧିକ ଟଙ୍କା।  ଏହି କୋଠାରେ ରହିଛି ମାର୍କେଟ କଂପ୍ଲେକ୍ସ ଓ ଲେଡିଜ୍ ହଷ୍ଟେଲ୍‌।

Advertisment

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କୁବେର SI ! ରାଜଧାନୀରେ ୪ ମହଲା କୋଠା, ୮ ପ୍ଲଟ୍ 

ଏହାକୁ ଛାଡ଼ି ସିଜୁଆରେ ପ୍ଲଟ୍, ଜଟଣୀରେ ମଧ୍ୟ ୪ଟି ଜାଗା ରହିଛି। କେବଳ ଏତିକି ନୁହେଁ ୪ ମାସ ପୂର୍ବେ ୭୭ ଲକ୍ଷରେ କିଣା ହୋଇଛି ଆଉ ଗୋଟିଏ ପ୍ଲଟ୍।  ଗତକାଲି ଭୁବନେଶ୍ୱର ପାଇକ ନଗର, ପୈତୃକ ଘର ନୟାଗଡ଼ ନଛିପୁର ସମେତ ୩ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍‌।  କୋଠା, ପ୍ଲଟର ସନ୍ଧାନ ସହିତ ମିଳିଛି ୭୮ ଲକ୍ଷର ବ୍ୟାଙ୍କ୍ ଡିପୋଜିଟ୍, ପୁଳା ପୁଳା ସୁନା ଗହଣା ଓ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ତମାଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ରେଡ୍ ହୋଇଛି।

Advertisment
Vigilance Raid
Advertisment
Advertisment