Advertisment

National Energy Conservation Day: ଭବିଷ୍ୟତ ପାଇଁ କିପରି କରିବେ ଶକ୍ତି ସଂରକ୍ଷଣ

ଶକ୍ତି(ଉର୍ଜା) ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଆମ ଦୈନନ୍ଦିନ ଜୀବନରେ ଶକ୍ତି ବହୁଳ ଭାବରେ ବ୍ୟବହୃତ ହୁଏ। ଆମେ ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ରୂପରେ ଶକ୍ତି ବ୍ୟବହାର କରୁ। ତେଣୁ ଭବିଷ୍ୟତରେ ଶକ୍ତିର ଆବଶ୍ୟକତାକୁ ଧ୍ୟାନରେ ରଖି ଏହାକୁ ସଂରକ୍ଷଣ କରିବା ଆବଶ୍ୟକ ହୋଇପଡିଛି।

author-image
Pramod Behera
ଅଦ୍ୟତନ ହୋଇଛି
National Energy Conservation Day

National Energy Conservation Day; how to save energy

ଆଧୁନିକ ଯୁଗରେ ଶକ୍ତି(ଉର୍ଜା) ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଆମ ଦୈନନ୍ଦିନ ଜୀବନରେ ଶକ୍ତି ବହୁଳ ଭାବରେ ବ୍ୟବହୃତ ହୁଏ। ବିଦ୍ୟାଳୟରେ ବିଦ୍ୟୁତ୍ ଠାରୁ ଆରମ୍ଭ କରି ବଡ଼ ବଡ଼ କଳ କାରଖାନା ଏବଂ ଅଟୋମୋବାଇଲ୍ ଓ ପ୍ରକଳ୍ପ ଶକ୍ତି ବିନା ଅଚଳ। ଆମେ ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ରୂପରେ ଶକ୍ତି ବ୍ୟବହାର କରୁ। ତେଣୁ ଭବିଷ୍ୟତରେ ଶକ୍ତିର ଆବଶ୍ୟକତାକୁ ଧ୍ୟାନରେ ରଖି ଏହାକୁ ସଂରକ୍ଷଣ କରିବା ଆବଶ୍ୟକ ହୋଇପଡିଛି।

Advertisment

ଦେଶର ନାଗରିକମାନଙ୍କୁ ଶକ୍ତି ସଂରକ୍ଷଣ ବିଷୟରେ ସଚେତନ କରାଇବା ପାଇଁ ପ୍ରତିବର୍ଷ ଭାରତ ସରକାରଙ୍କ ଦ୍ୱାରା ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ର ଇତିହାସ, ଶକ୍ତି ସଂରକ୍ଷଣର ଗୁରୁତ୍ୱ ଏବଂ ଏହାକୁ ପାଳନ କରିବାର କାରଣ ବିଷୟରେ।

ଜାତୀୟ ଶକ୍ତି ସଂରକ୍ଷଣ ଦିବସ:

ଦୈନନ୍ଦିନ ଜୀବନରେ ବିଭିନ୍ନ କାର୍ଯ୍ୟଗୁଡ଼ିକର ପରିଚାଳନା ପାଇଁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ବର୍ତ୍ତମାନ ବିଶ୍ୱର ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଶକ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ, ଯାହା ମାଧ୍ୟମରେ ବିଭିନ୍ନ ଶିଳ୍ପ, ଅଟୋମୋବାଇଲ୍, କାରଖାନା, ଗ୍ୟାଜେଟ୍, ମେସିନ୍, ଘରୋଇ ସାମଗ୍ରୀ ଏବଂ ବିଭିନ୍ନ ପ୍ରକଳ୍ପ ପରିଚାଳିତ ହେଉଛି। ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ସହିତ ପ୍ରତିବର୍ଷ ଶକ୍ତିର ଚାହିଦା ମଧ୍ୟ ବଢୁଛି। ତେଣୁ ଶକ୍ତି ସଂରକ୍ଷଣ ଏକାନ୍ତ ଆବଶ୍ୟକ।

Advertisment

ଜାତୀୟ ଶକ୍ତି ସଂରକ୍ଷଣ ଦିବସ କେବେ ପାଳନ କରାଯାଏ:

ପ୍ରତିବର୍ଷ ଡିସେମ୍ବର ୧୪ରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଆୟୋଜିତ ହୋଇଥାଏ। ଭାରତ ସରକାରଙ୍କ ଅଧୀନରେ ଥିବା ଶକ୍ତି ମନ୍ତ୍ରଣାଳୟ ଏକ ସାମ୍ବିଧାନିକ ସଂସ୍ଥା ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଅଧୀନରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ପାଳନ କରାଯାଏ। ଶକ୍ତି ସଂରକ୍ଷଣ ଆଇନ ୨୦୦୧ ପରେ ପ୍ରତିବର୍ଷ ଡିସେମ୍ବର ୧୪ରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି।

ଶକ୍ତି ସଂରକ୍ଷଣ କ’ଣ:

ଶକ୍ତି ସଂରକ୍ଷଣ ଦ୍ୱାରା ଶକ୍ତିକୁ ବିବେକପୂର୍ଣ୍ଣ ଭାବେ ବ୍ୟବହାର କରାଯାଏ। ଏହାର ଅର୍ଥ ଅନାବଶ୍ୟକ ଭାବରେ ଶକ୍ତି ବ୍ୟବହାର ନକରିବା ଏବଂ ସର୍ବନିମ୍ନ ଶକ୍ତି ବ୍ୟବହାର କରି କାମ କରିବା। ଅନାବଶ୍ୟକ ବୈଦ୍ୟୁତିକ ବଲ୍‌ବକୁ ନ ଜଳେଇବା, ଦରକାର ନଥିବା ବେଳେ ଲାଇଟ୍, ପଙ୍ଖା, ଏସି ଏବଂ ଅନ୍ୟାନ୍ୟ ଦୈଦ୍ୟୁତିକ ଉପକରଣ ବନ୍ଦ କରିବା, ସ୍ୱଳ୍ପ ଦୂରତା ପାଇଁ ଚାଲିବା ନଚେତ ଘରୋଇ ଯାନ ବଦଳରେ ସର୍ବସାଧାରଣ ଯାନ ବ୍ୟବହାର କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଶକ୍ତିର ଅପବ୍ୟବହାର ଏବଂ ଅନାବଶ୍ୟକ ବ୍ୟବହାର ବନ୍ଦ କରି ପାରିବେ ଆମେ ଶକ୍ତି ସଂରକ୍ଷଣର ଅଂଶ ହୋଇପାରିବା।

ଜାତୀୟ ଶକ୍ତି ସଂରକ୍ଷଣ ଦିବସର ଇତିହାସ:

ଦେଶରେ ଶକ୍ତି ବୃଦ୍ଧି ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶକ୍ତି ସଂରକ୍ଷଣ ଅଧିନିୟମ ୨୦୦୧ ମସିହାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୁରୋ ଅଫ୍ ଏନର୍ଜୀ ଏଫିସିଏନ୍ସୀ (BEE) ଦ୍ୱାରା ୨୦୦୧ରେ କାର୍ଯ୍ୟକାରୀ କରାଯାଇଥିଲା। ଏହି ଅଧିନିୟମ ଅନୁଯାୟୀ ଦେଶରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶକ୍ତି ସଂରକ୍ଷଣକୁ ସୁନିଶ୍ଚିତ କରାଯାଇଥିଲା।

ଏହି ଅଧିନିୟମ ପରେ ହିଁ ଶକ୍ତି ସଂରକ୍ଷଣ ପାଇଁ ପ୍ରତିବର୍ଷ ଡିସେମ୍ବର ୧୪ରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ଆୟୋଜିତ ହୋଇଥାଏ। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅଧିନିୟମ ୨୦୦୧ ଅନୁଯାୟୀ, ଦେଶରେ ଶକ୍ତି ସଂରକ୍ଷଣ ପାଇଁ ନିମ୍ନଲିଖିତ ପ୍ରମୁଖ ବିଷୟଗୁଡ଼ିକ ସ୍ଥିର ହୋଇଛି –

  • ଯନ୍ତ୍ରପାତିର ଲେବଲିଂ ଓ ମାନକ ନିର୍ଦ୍ଧାରଣ - ଏହା ଅଧୀନରେ ବିଭିନ୍ନ ଶକ୍ତି ଉପକରଣର କାର୍ଯ୍ୟଦକ୍ଷତା ନିଶ୍ଚିତ କରିବାକୁ ମାନକ ସ୍ଥିର କରାଯାଇଥିଲା।
  • ଶକ୍ତି ସଂରକ୍ଷଣ ବିଲ୍‌ଡିଂ କୋଡ୍ (ECBC) - ବାଣିଜ୍ୟିକ ବିଲ୍‌ଡିଂରେ ଶକ୍ତି ସଂରକ୍ଷଣ ପାଇଁ ନିୟମ।
  • ଶକ୍ତି ଇଣ୍ଟେନ୍ସିଭ୍ ଇଣ୍ଡଷ୍ଟ୍ରିଜ୍ ପାଇଁ ଶକ୍ତି ବ୍ୟବହାର ନିୟମ - ଅଧିକ ଶକ୍ତି ଉପଯୋଗ କରୁଥିବା ଉତ୍ପାଦନକାରୀ ଶିଳ୍ପଗୁଡିକ ପାଇଁ ଶକ୍ତି ସଂରକ୍ଷଣ ନିୟମ।
Energy Conservation
Advertisment
Advertisment