Advertisment

Universities Amendment Bill: ପାରିତ ହେଲା ‘ବିଶ୍ବବିଦ୍ୟାଳୟ’ ବିଲ୍; ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ

ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ । ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ରହିପାରିବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

‘ନିୟନ୍ତ୍ରଣରୁ ମୁକ୍ତ ହେବ ୟୁନିଭର୍ସିଟି’

ଏପଟେ ସାଢ଼େ ୧୨ ଘଣ୍ଟାର ଘମାଘୋଟ ବିତର୍କ ପରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହେବାକୁ ନେଇ ଉତ୍ସାହିତ ଶାସକ ଦଳ । ଶିକ୍ଷାମନ୍ତ୍ରୀ କହିଛନ୍ତି ବିଶ୍ବବିଦ୍ୟାଳୟ ଗୁଡ଼ିକର ପଦ-ପଦବୀ ପୂରଣ ପାଇଁ ବିଲ୍ ପାରିତ ହେବା ଜରୁରୀ ଥିଲା। ଏହା ଫଳରେ ଏଣିକି ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବ ୟୁନିଭର୍ସିଟି । ତେବେ ବିଜେଡି କଡ଼ା ସମାଲୋଚନା କରି ଚଞ୍ଚକତାପୂର୍ଣ୍ଣ ଭାବେ ସରକାର ଆଣିଥିବା ଏ ବିଲ୍ ୟୁନିଭର୍ସିଟିର ସ୍ବାୟତ୍ତତାକୁ ନଷ୍ଟ କରିଦେବ ବୋଲି କହିଛି ।

Advertisment

ଅଧିକ ପଢ଼ନ୍ତୁ: ବିଧାନସଭାରେ କେମିତି ରାତି କାଟିଲେ ମନ୍ତ୍ରୀ ଓ ବିଧାୟକ, ଚା' ପିଇ ନିଦ ଭାଙ୍ଗୁଥିଲେ..

ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ । ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ରହିପାରିବେ । ବୁଧବାର ଅପରାହ୍ଣ ୪ଟା । ଗୃହରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ଆରମ୍ଭ ହେଲା ସରଗରମ ଚର୍ଚ୍ଚା । ମୋସନ୍‌ ଆଣି ରାତି ୯ଟା ପରେ ବି ଆଲୋଚନା ଜାରି ରହିଲା । ରାତି ପ୍ରାୟ ୧୧ଟା । ବିଲ୍ ଉପରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଲରେ ଥିବା ୧୨ଟି ଧାରା ଓ ଗୋଟିଏ ଅନୁସୂଚୀ ଉପରେ ବିରୋଧୀ ଆଣିଥିବା ସଂଶୋଧନ ପ୍ରସ୍ତାବ ଉପରେ ରାତି ସାରା ଘମାଘୋଟ ଯୁକ୍ତିତର୍କ ଚାଲିଲା । ଭୋର ସମୟରେ ଓଡ଼ିଶା ପ୍ରତି ଶିକ୍ଷାର ସୂର୍ଯ୍ୟଦୋୟ ହେବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ପାଖାପାଖି ୧୨ ଘଣ୍ଟା ପରେ.. ଗୁରୁବାର ଭୋର୍ ପ୍ରାୟ ୪ଟା ୩୦। ବାଚନିକ ଭୋଟରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୪ ।

Advertisment

ହେଲେ କାହିଁକି ଆବଶ୍ୟକତା ପଡିଲା ଏହି ବିଲ୍‌ର? ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଏ ବିଲ୍ ଆଣିବା ପାଇଁ ବ୍ୟସ୍ତ । କାରଣ, ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ ୧୩୦୭ଟି ଟିଚିଂ ଷ୍ଟାଫ ନାହାନ୍ତି। ସେଥିପାଇଁ ସରକାର ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେଇଛନ୍ତି। ଏବେ ୧୬ପ୍ରତିଶତ ପ୍ରଫେସର ଏବଂ ୪୪ ପ୍ରତିଶତ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି । ୪୫ ପ୍ରତିଶତ ପ୍ରଫେସରଙ୍କୁ ନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଚାଲୁଛି। ରାଜ୍ୟରେ ୧୭ଟି ବିଶ୍ବବିଦ୍ୟାଳୟରୁ ୮ଟିର ନାକ୍ ଗ୍ରେଡ୍‌ ରହିଛି, ୯ଟିକୁ ମିଳିନି । ତେଣୁ ଏହି ବିଲ୍ ଆଣିବା ଅତି ଜରୁରୀ ଥିଲା। ବିଶ୍ବବିଦ୍ୟାଳୟ ଏଣିକି ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ଏପଟେ ବିଲକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ବିଜେଡି କହିଛି, ରାଜ୍ୟ ସରକାର ଚଞ୍ଚକତାପୂର୍ଣ୍ଣ ବିଲ୍ ଆଣିଛନ୍ତି । ବିଲ୍‌ରେ ରାଜ୍ୟପାଳଙ୍କ ଶକ୍ତିକୁ କ୍ଷୀଣ କରାଯାଇଛି । ୟୁଜିସିର ଡ୍ରାଫ୍ଟ ଗାଇଡଲାଇନ, NEPର ଗାଇଡଲାଇନ୍ ଓ ନୂଆ ବିଲ୍ ମଧ୍ୟରେ ତାଳ ମେଳ ନାହିଁ। ଯେହେତୁ ୪ ବର୍ଷ ତଳେ ବିଜେପି ବିରୋଧୀ ଦଳରେ ଥିଲା, ଏବଂ ୟୁଜିସିକୁ ଲଗେଇ ମାମଲା କରିଥିଲେ, ତେଣୁ ନିଜ ଜିଦ୍‌ ରକ୍ଷା ପାଇଁ ବିଲ୍ ଆଣି ତରବରିଆ ଭାବେ ସଂଖ୍ୟା ବଳରେ ପାସ କରିଛନ୍ତି। ଜବାବରେ ବିଜେପି କହିଛି, ଏହି ବିଲ୍ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ପୂର୍ବ ସରକାର ବିଶ୍ୱ ବିଦ୍ୟାଳୟ କ୍ଷମତାକୁ ସଂକୀର୍ଣ୍ଣ କରିଥିଲେ। ଏବେ ତାହାକୁ ସ୍ୱାୟତ୍ତ କରାଯାଇଛି।

ଏବେ ଆସନ୍ତୁ ଜାଣିବା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ରେ ଅଛି କଣ?

  • ପୁଣି ଫେରିବ ସିନେଟ୍ ବ୍ୟବସ୍ଥା
  •  କୁଳପତିଙ୍କ ଅବସରର ୬ ମାସ ପୂର୍ବରୁ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ
  • ନିଯୁକ୍ତି କମିଟିରେ ରହିବେ ୩ ଜଣ ସଦସ୍ୟ। ଜଣେ କୁଳାଧିପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ରହିବେ। ଅନ୍ୟ ଜଣେ ଯୁଜିସି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ହେବେ। ତୃତୀୟ ସଦସ୍ୟ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ଦ୍ୱାରା ମନୋନୀତ ହେବେ
  •  କୁଳପତି ୪ ବର୍ଷ ପାଇଁ ନଚେତ୍ ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ପଦବୀରେ ରହିପାରିବେ
  •  କୁଳପତିଙ୍କ ପୁନଃନିଯୁକ୍ତି ମାତ୍ର ଥରେ ହୋଇପାରିବ
  • କୁଳାଧିପତି ଚାହିଁଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତାଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ କିମ୍ବା ଉତ୍ତରାଧିକାରୀ କାର୍ଯ୍ୟରେ ଯୋଗ ଦେବା ଯାଏ ରହିପାରିବେ

ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ସହ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍- ୨୦୨୫ ମଧ୍ୟ ପାରିତ ହୋଇଛି । ରୋଡ୍ ନେଟୱର୍କିଂ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଂଯୋଗୀକରଣରେ ଉନ୍ନତି ଆସିପାରିବ ।

ଅଧିକ ପଢ଼ନ୍ତୁ: ଆଦିବାସୀ ହଷ୍ଟେଲରେ ବର୍ବରତା, ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଅକଥନୀୟ ନିର୍ଯାତନା

Odisha Odisha Assembly Universities Amendment Bill
Advertisment
Advertisment