Advertisment

Assembly: ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ, ୨୨ ବର୍ଷ ପରେ ସାରାରାତି ଚାଲିଲା ବିଧାନସଭା

ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ । ବ୍ୟବସ୍ଥାପିକା ଇତିହାସରେ ନୂଆ ଅଧ୍ୟାୟ । ଦୀର୍ଘ ଦୁଇ ଦଶନ୍ଧି ପରେ ସାରାରାତି ଚାହିଁଲା ବିଧାନସଭା । ଜାଗ୍ରତ ରହିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ସାରାରାତି ଚେଇଁଲା ବିଧାନସଭା

ଅପରାହ୍ଣ ୪ଟାରୁ ସକାଳ ୭ଟା ଯାଏଁ ୧୫ ଘଣ୍ଟାର ମାରାଥନ୍ ଆଲୋଚନା, ଜୋରଦାର ତର୍କ-ବିତର୍କ। ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ବାଜିଲା ବିଧାନସଭା ମୋହର । ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ବ୍ୟବସ୍ଥାପିକା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ରାତି ତମାମ ଗୃହ ଚାଲିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।

Advertisment

ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ । ବ୍ୟବସ୍ଥାପିକା ଇତିହାସରେ ନୂଆ ଅଧ୍ୟାୟ । ଦୀର୍ଘ ଦୁଇ ଦଶନ୍ଧି ପରେ ସାରାରାତି ଚାହିଁଲା ବିଧାନସଭା । ଜାଗ୍ରତ ରହିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ରାତିତମାମ ସରଗରମ ଆଲୋଚନା । ପୂରାରାତି ଶାସକ-ବିରୋଧୀ ତର୍କ-ବିତର୍କ । ପୁଣି ଶେଷରେ ନିଷ୍କର୍ସ । ପାସ୍ ହେଲା ଦୁଇ ଦୁଇଟି ବିଲ୍ । କାଲି ଅପରାହ୍ଣ ୪ଟାରୁ ଆଜି ସକାଳ ୭ଟା ୫ । ବିଧାନସଭାରେ ସାଧାଣତଃ ହଙ୍ଗାମା, ହଟ୍ଟଗୋଳ ଓ ବାରମ୍ବାର ଗୃହ ମୁଲତବୀର ଦୃଶ୍ୟ ଦେଖି ଦେଖି ନିରାଶ ଜନଗଣଙ୍କ ପାଇଁ କାଲି କିଛି ଏମିତି ଭିନ୍ନ ଥିଲା, ନୂଆ ନଜିର ସୃଷ୍ଟି କରିଥିଲା ଆମ ବିଧାନସଭା ।

ଅଧିକ ପଢ଼ନ୍ତୁ: ବିଧାନସଭାରେ କେମିତି ରାତି କାଟିଲେ ମନ୍ତ୍ରୀ ଓ ବିଧାୟକ, ଚା' ପିଇ ନିଦ ଭାଙ୍ଗୁଥିଲେ..

Advertisment

ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ଲଗାତର ୧୫ ଘଣ୍ଟାରୁ ଅଧିକ କାଳ ଯାଏଁ ଆଲୋଚନା କରି ରଚିଛି ସଫଳତାର ନୂଆ ଫର୍ଦ୍ଦ । ପୂରା ଘଟଣାକ୍ରମ ଥିଲା ଏମିତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଗତ କରିଥିବା ଗୁରୁତ୍ବପୂର୍ଣ୍ଣ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ଅପରାହ୍ଣ ୪ଟାରୁ ବିତର୍କ ଆରମ୍ଭ ହୋଇଥିଲା ଯେ ସରୁ ନଥିଲା। ବିଧାନସଭା ଗୃହକାର୍ଯ୍ୟ ରାତି ୯ଟା ପର୍ଯ୍ୟନ୍ତ ଚାଲିବାର ବିଧି ଥିଲେ ବି ମୋସନ୍ ଅଣାଯାଇ ଅବଧି ବଢ଼ାଯାଇଥିଲା, ଘମାଘୋଟ ଆଲୋଚନା ଲମ୍ବିଥିଲା । ଆଉ ଦୀର୍ଘ ସାଢ଼େ ୧୨ ଘଣ୍ଟା ଧରି ବହୁ ତର୍କ-ବିତର୍କ ଏବଂ ଆଲୋଚନା ପରେ ଶେଷରେ ଭୋର ୪ଟା୨୯ରେ ପାରିତ୍ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ ।

ହେଲେ ଏଇଠି ସରି ନଥିଲା ଗୃହ କାର୍ଯ୍ୟ । ସଙ୍ଗେ ସଙ୍ଗେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଗତ କରିଥିଲେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ୨୦୨୪ । ଆଉ ୟା ଉପରେ ବି ଜୋରଦାର ବିତର୍କ ପରେ ବିଲ୍ ପାସ୍ ହେଲା ବେଳକୁ ରାତି ପାହି ସାରି ସକାଳ ୭ ବାଜି ସାରିଥିଲା ।

ଗୁଣାତ୍ମକ ଆଲୋଚନା, ଲୋକସ୍ବାର୍ଥରେ ଯୁକ୍ତିସଂଗତ ତର୍କ ବିତର୍କର ବଳିଷ୍ଠ ମଂଚ ବିଧାନସଭା । ଏହାର ଯେମିତି ପୁନଃରୁଦ୍ଧାର କରୁଥିଲା ମୋହନ ସରକାର । ଶାସକ-ବିରୋଧୀ ଲଢ଼େଇ ଜମୁଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରାରାତି ଉପସ୍ଥିତ ରହି ଖାଲି ଆଲୋଚନାର ନେତୃତ୍ବ ନେଉ ନଥିଲେ, ଅନୁପସ୍ଥିତ ଥିବା ବିଧାୟକଙ୍କୁ ଫୋନ୍ କରି ଗୃହକୁ ଆସିବାକୁ କହୁଥିଲେ । କିନ୍ତୁ ଉପସ୍ଥିତ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ବିଜେଡି ବିଧାୟକ ଅରୁଣ ସାହୁ ୩ ଘଣ୍ଟାରୁ ଅଧିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦେଢ଼ ଘଣ୍ଟାରୁ ଅଧିକ ଏବଂ ଗଣେଶ୍ବର ବେହେରା ଘଣ୍ଟାଏରୁ ଅଧିକ କାଳ ବିଶ୍ବବିଦ୍ୟାଳୟ ବିଲ୍ ବିପକ୍ଷରେ ମତ ରଖିଥିଲା ବେଳେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଘଣ୍ଟାଏରୁ ଅଧିକ ସମୟ ଧରି କାଉଣ୍ଟର କରିଥିଲେ ।

ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନରେ ବ୍ୟବସ୍ଥାପିକାର ଏ ଧାରା ଅନେକଙ୍କ ପାଇଁ ନୂଆ ଥିଲା, ନୂଆ ପିଢ଼ିର ନୂଆ ବିଧାୟକଙ୍କୁ ବି ଆହୁରି ରୋମାଞ୍ଚିତ କରୁଥିଲା ସାରାରାତି ବିଲ୍ ଉପରେ ଟିକିନିଖି ଆଲୋଚନାର ନୂଆ ଅନୁଭୂତି । ରାତି ଉଜାଗର ରହି ଆଲୋଚନାରେ ଭାଗ ନେଇଥିବା ଶହେରୁ ଅଧିକ ବିଧାୟକଙ୍କ ଭିତରୁ କିଏ କେତେବେଳେ ମଝିରେ ମଝିରେ ବିଧାନସଭା ଲବିକୁ ଯାଇ ସାଷ୍ଟାଙ୍ଗ ହେଉଥିଲେ ତ କିଛି ସମୟ ପରେ ପୁଣି ଗୃହ କାର୍ଯ୍ୟକୁ ଫେରୁଥିଲେ । କିନ୍ତୁ କାହା ମୁହଁରେ ନଥିଲା କ୍ଳାନ୍ତିର ଚିହ୍ନ ।

ପୂର୍ବରୁ ୧୯୯୯ ମସିହାରେ ବିଶ୍ବବିଦ୍ୟାଳୟ ଆଇନ୍ ପାରିତ ବେଳେ ଏବଂ ଶେଷଥର ପାଇଁ ୨୦୦୩ରେ କମିଶନରେଟ୍ ବିଲ୍ ପାସ୍ ହେଲା ବେଳେ ସକାଳ ଯାଏଁ ଚାଲିଥିଲା ବିଧାନସଭା । ଆଉ ପ୍ରାୟ ୨୨ ବର୍ଷ ପରେ ସାରା ରାତି ବିଧାନସଭା ଚାଲି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ ହେବା ମୋହନ ସରକାରର ବଡ଼ ଉପଲବ୍ଧି ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ସୁଜାତା କାର୍ତ୍ତିକେୟନଙ୍କ VRS ପରେ, ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି

Odisha BJD BJP Odisha Assembly Budget Session
Advertisment
Advertisment