• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯେବେଠୁ ସେମାନଙ୍କର ବିବାହର ଖବର ସାମ୍ନାକୁ ଆସିଛି, ସେବେଠୁ ଉଭୟଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ଛୋଟବଡ଼ ଘଟଣା ଚର୍ଚ୍ଚାରେ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଗାମୀ ସପ୍ତାହରେ ଉଭୟ ରାଜସ୍ଥାନରେ ବିବାହ କରିବାକୁ ଯାଉଛନ୍ତି । ରାଜକୀୟ ଢ଼ଙ୍ଗରେ ସେମାନଙ୍କର ବିବାହ କାର୍ଯ୍ୟକ୍ରମ ରହିଛି । ବିବାହ ପରେ ଉଭୟଙ୍କ ସମ୍ପତ୍ତିର ମୂଲ୍ୟ ଖୁବ୍‌ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । କ୍ୟାଟ୍ରିନା କୈଫ ଗତ ୧୮ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ରମାଗତ ଭାବେ କାମ କରି ଆସୁଥିବା ବେଳେ ଭଲ ମୋଟା ରକମର ରୋଜଗାର କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ପାପାଖି ୨୨୪ କୋଟି ଟଙ୍କାର ମାଲିକାଣୀ ।

କ୍ୟାଟ୍ରିନା କୈଫ ୨୦୦୩ରେ ‘ବୁମ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତଥ୍ୟ ଅନୁଯାୟୀ, କ୍ୟାଟ୍ରିନା ଗୋଟିଏ ଫିଲ୍ମ ପାଇଁ ୧୧ କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି । ଏହା ସହିତ ସେ ଏକ ବ୍ୟୁଟି ବ୍ରାଣ୍ଡର ମାଲିକ ମଧ୍ୟ ରହିଛନ୍ତି ।

କ୍ୟାଟ୍ରିନା କୈଫ୍ ଖୁବ୍‌ ଭାବି ଚିନ୍ତି ବ୍ୟବସାୟରେ ନିବେଶ କରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା 'ନାୟିକା କସମେଟିକ୍ ବ୍ରାଣ୍ଡ'ରେ ପ୍ରାୟ ୪ କୋଟି ଟଙ୍କା ବିନିଯୋଗ କରିଥିଲେ, ଯାହା କି ଖୁବ୍‌ ଲାଭ ଦେଇଛି । ଏଥିରୁ ସେ ପାଖାପାଖି ୨୪ କୋଟି ଟଙ୍କା ପାଇଛନ୍ତି ।

ଏମିତିରେ କ୍ୟାଟ୍ରିନା ଏକ ସରଳ ଜୀବନଶୈଳୀରେ ବଞ୍ଚନ୍ତି । କିନ୍ତୁ ବିଳାସପୂର୍ଣ୍ଣ କାର କିଣିବା ତାଙ୍କ ଏକ ବଡ଼ ସୌକ । ରେଞ୍ଜ ରୋଭର, ଅଡି ଭଳି ୩-୪ଟି ବିଳାସପୂର୍ଣ୍ଣ ଗାଡ଼ିର ସେ ମାଲିକ ।

ଅନ୍ୟପଟେ, ଯଦି ଆମେ ଭିକି କୌଶଲଙ୍କ ସମ୍ପତ୍ତି ବିଷୟରେ କଥା ହେବା, ତେବେ ସେ ମାତ୍ର ୬ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରାୟ ୨୫ କୋଟି ଟଙ୍କା ରୋଜଗାର କରିସାରିଲେଣି । ୨୦୧୫ରେ ଫିଲ୍ମ 'ମସାନ'ରେ ଡେବ୍ୟୁ କରିଥିଲେ ଭିକି କୌଶଲ । ସେ ଗୋଟିଏ ଫିଲ୍ମ ପାଇଁ ୩ରୁ ୪ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି । ଏହା ବ୍ୟତୀତ ଭିକିଙ୍କୁ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ପ୍ରାୟ ଆଢ଼େଇ କୋଟି ଟଙ୍କା ମିଳିଥାଏ ।

କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ପରେ, ଉଭୟଙ୍କ ସମ୍ପତ୍ତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । କ୍ୟାଟ୍ରିନାଙ୍କ ସମ୍ପତ୍ତି ମୂଲ୍ୟ ୨୨୪ କୋଟି ଟଙ୍କା ଥିବା ବେଳେ ଭିକିଙ୍କ ସମ୍ପତ୍ତି ୨୫ କୋଟି । ଏବେ ସେମାନଙ୍କ ସମ୍ପତ୍ତି ମିଶିଲେ ପ୍ରାୟ ୨୫୦ କୋଟି ହେବ ।

କ୍ୟାଟ୍ରିନା ଏବଂ ଭିକି ଏବେ ସୁଦ୍ଧା ବିବାହ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି । କିନ୍ତୁ ବିବାହ ପରେ କେଉଁ ଘରେ ରହିବେ ସେନେଇ ବ୍ୟବସ୍ଥା କରିସାରିଲେଣି । ମିଳିଥିବା ଖବର ଅନୁଯାୟୀ ମୁମ୍ବାଇର ଏକ ଭଡା ଘରେ ଉଭୟ ରହିବାର ସମ୍ଭାବନା ରହିଛି । ଏହି ଆପାର୍ଟମେଣ୍ଟର ରହିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦକୁ ସେମାନେ ଏକ କୋଟି ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଏହି ଆପାର୍ଟମେଣ୍ଟର ମାସିକ ଭଡ଼ା ୮ ଲକ୍ଷ ଟଙ୍କା ।

କ୍ୟାଟ୍ରିନା କୈଫ କେବଳ ରୋଜଗାରରେ ନୁହେଁ ଭିକି କୌଶଲଙ୍କଠାରୁ ବୟସରେ ମଧ୍ୟ ଖୁବ୍‌ ବଡ଼ । କ୍ୟାଟ୍ରିନାଙ୍କୁ ୩୮ ବର୍ଷ ହୋଇଥିବା ଭିକିଙ୍କୁ ୩୩ ବର୍ଷ ।