/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743690799.jpg)
ଆଭିମୁଖ୍ୟ ବଦଳାଇଲା ବିଜେଡି ।
ୱକଫ୍ ବିଲ୍କୁ ନେଇ ଘଡିକି ଘଡି ବଦଳୁଛି ବିଜେଡିର ଆଭିମୁଖ୍ୟ । ଚର୍ଚ୍ଚାରେ ବିଜେଡିର ନରମ ଗରମ ରାଜନୀତି । ଆଜି ରାଜ୍ୟସଭାରେ ସାଂସଦ ମୁନ୍ନା ଖାଁ ବିଲ୍ ବିରୋଧରେ ମତ ରଖିଥିଲେ। ୱକଫ୍ ସଂଶୋଧନ ବିଲ୍ ଆଲୋଚନାରେ ଭାଗ ନେଇ ସାଂସଦ କହିଥିଲେ ଯେ, ବିଲ୍ରେ ୱକଫ ସଂପତ୍ତି ସୁରକ୍ଷିତ ରହିବା ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ବିଲ୍ରେ ଇସଲାମ୍ ଧର୍ମ ପାଳନ ନେଇ ୫ ବର୍ଷ ସମୟସୀମା ଏବଂ ୫୦ ହଜାର ଟଙ୍କା ଜୋରିମାନା ପ୍ରାବଧାନକୁ ହଟାଇବା ସହ ୱକଫ ଅଧିନରେ ଥିବା ଜମିକୁ ଆଉ କାହାକୁ ହସ୍ତାନ୍ତର କରାନଯାଉ ବୋଲି ଦୃଢ ସ୍ବରରେ କହିଥିଲେ ସାଂସଦ ମୁନ୍ନା ଖାନ୍।
ଅଧିକ ପଢ଼ନ୍ତୁ: ଇଂରେଜ ସରକାରଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ୱାକଫ୍ ଆଇନ କ'ଣ ?
କିନ୍ତୁ, ଏହାର କିଛି ସମୟ ପରେ ସାମ୍ନାକୁ ଆସିଥିଲା ଦଳର ଆଉ ଜଣେ ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟ । ଯେଉଁଥିରେ ସସ୍ମିତ ସ୍ପଷ୍ଟ କରିଥିଲେ ଯେ, ୱକଫ୍ ବିଲ୍ ଉପରେ ଦଳ ପକ୍ଷରୁ କୌଣସି ହ୍ବିପ୍ ଜାରି କରାଯାଇନି । ସଦସ୍ୟମାନେ ବିବେକ ଅନୁଯାୟୀ ମତ ଦେଇପାରିବେ । ସବୁଠୁ ରୋଚକ କଥା ହେଉଛି ଗତ ୧ ତାରିଖରେ ଖୋଦ୍ ସସ୍ମିତ କହିଥିଲେ ଯେ, ବିଲରେ ଇସଲାମ ବିରୋଧରେ ଅନେକ ପ୍ରାବଧାନ ଥିବାରୁ ଦଳ ଏହାକୁ ବିରୋଧ କରୁଛି ଏବଂ ବିଲ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ତେବେ କିଛି ସମୟ ତଳେ ସସ୍ମିତ ପାତ୍ର କରିଥିବା ପୋଷ୍ଟ ପରେ ପ୍ରଶ୍ନ ଉଠୁଛି, ୨୪ ଘଣ୍ଟାରେ ବିଜେଡି କାହିଁକି ନିଜ ଆଭିମୁଖ୍ୟ ବଦଳାଇଲା ।
The Biju Janata Dal has always upheld the principles of secularism and inclusivity, ensuring the rights of all communities. We deeply respect the diverse sentiments expressed by different sections of the Minority communities regarding the Waqf (Amendment) Bill, 2024. Our Party,…
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) April 3, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)