ବେଙ୍ଗାଲୁରୁ: ମନି ଲଣ୍ଡ୍ରିଂ ମାମଲାରେ ଜାମିନ ପାଇଥିବା କଂଗ୍ରେସ ନେତା ଡିକେ ଶିବକୁମାର ଗତକାଲି ବେଙ୍ଗାଲୁରୁ ଫେରିଛନ୍ତି। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଶିବ କୁମାରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ସ୍ୱାଗତ ସମାରୋହରେ ସାମିଲ୍ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି.କେ କୁମାରସ୍ୱାମୀ। ସବୁଠୁ ବଡ଼ କଥା ହେଲା, ଶିବ କୁମାରଙ୍କୁ ଫୁଲ୍ ବଦଳରେ ସେଓରେ ତିଆରି ମାଳରେ ସ୍ୱାଗତ କରାଯାଇଥିଲା। ଏହାର ଓଜନ ୨୫୦ କିଲୋରୁ ଅଧିକ ଥିଲା। ଆଉ ଏହି […]
ଖୋର୍ଦ୍ଧା: ବାତ୍ୟା ‘ଫୋନି’ ପରେ ଏବେ ମାଛି ଆତଙ୍କ। ମାଛି ଉପଦ୍ରବରେ ଗତ ୭ରୁ ୮ ଦିନ ହେଲା ଲୋକେ ଖାଇ-ଶୋଇ ପାରୁ ନାହାନ୍ତି। ଖାଦ୍ୟଠାରୁ ପାଣି ପର୍ଯ୍ୟନ୍ତ ସବୁଥିରେ ମାଛିଙ୍କ ଉତ୍ପାତ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଗାଁ ନିକଟରେ ୨ଟି ବଡ଼ ବଡ଼ କୁକୁଡା ଫାର୍ମ ବାତ୍ୟାରେ ଭାଙ୍ଗିଯିବା ପରେ ଶତାଧିକ ମଲା କୁକୁଡା ପଡି ରହିଥିବାରୁ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। […]
ମୁମ୍ବାଇ:ବଲିଉଡ ଇଣ୍ଡଷ୍ଟ୍ରିରେ ଦୀପାବଳି ଧୁମ୍ଧାମ୍ରେ ମନାଉଛନ୍ତି ସେଲିବ୍ରିଟି। ଲାଗୁଛି ଫିଲ୍ମ ଜଗତର ସବୁ ଷ୍ଟାର ଯେମିତି ଫେଷ୍ଟିଭ୍ ମୁଡ୍ରେ। ଚାରିଆଡ଼େ ଉତ୍ସବର ମାହୋଲ। ଦୀପାବଳିର ଏହି ଖାସ୍ ଅବସରରେ ସୈଫ୍ ଅଲି ଖାନ ଏବଂ କରୀନା କପୁର ମଧ୍ୟ ନିଜ ଘରେ ନିଜ ଫ୍ୟାମିଲି ମେମ୍ବରଙ୍କ ପାଇଁ କରିଥିଲେ ଡିନର ପାର୍ଟି। କରୀନା ଏବଂ ସୈଫଙ୍କ ଡିନର ପାର୍ଟିରେ ଦେଖିବାକୁ ମିଳିଥିଲେ ସାରା ଅଲି ଖାନ, ଇବ୍ରାହିମ୍ ଅଲି ଖାନ। ପାର୍ଟିରେ ପୁରା ପଟୌଦି ପରିବାରକୁ ଦେଖିବାକୁ […]
ହୀରାକୁଦ: ହୀରାକୁଦ ଡ୍ୟାମର ଦକ୍ଷିଣ ପାର୍ଶ୍ୱରେ ପ୍ରସ୍ତାବିତ ସ୍ପିଲୱେ ନିର୍ମାଣ ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରାରେ ଏହି ଅଞ୍ଚଳର ଚିତ୍ର ଉତ୍ତୋଳନ କରାଯାଇଛି। ଏହାକୁ ଦେଖିବା ପରେ ହୀରାକୁଦ ଅଞ୍ଚଳ ଚାଷୀଙ୍କ ମଧ୍ୟରେ ଛନକା ପଶିଛି । ଚାଷୀ ଏଠାରେ ସ୍ପିଲ ୱେ ନିର୍ମାଣକୁ ବିରୋଧ କରୁଛନ୍ତି। ଏଠାରେ ସ୍ପିଲ ୱେ ନିର୍ମାଣ ହେଲେ ଚାଷୀ ପୁଣିଥରେ ସେମାନେ ବିସ୍ଥାପିତ ହେବେ, ଚାଷଜମି ହରାଇବେ। […]
କୋଏମ୍ୱାଟୁର: ଚଳିତ ବର୍ଷ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗ ପ୍ରଶିକ୍ଷକ ଭି. ନାନମ୍ମଲଙ୍କର ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ ଚିକିତ୍ସାଧୀନ ଥିବାବେଳେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ମାସେ ତଳେ ପଡ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଏହାପରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ ଓ ତାଙ୍କ ଚିକିତ୍ସା ଚାଲିଥିଲା। ୪୦ ଦିନ ପୂର୍ବରୁ ନାନମ୍ମଲଙ୍କ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ସେତେବେଳେ ସେ ଭବିଷ୍ୟବାଣୀ […]
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରଫୁଲ୍ଲ କୁମାର ମାଝୀ। ଘରକୁ ଫେରୁଥିବା ବେଳେ ଗରଡ଼ି ଛକରେ ଚୋରା କାଠ ମାଫିଆମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳଡିହା ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ କାରନାମା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ବନ ବିଭାଗ ଚଢ଼ାଉ କରି ଚୋରା କାଠ ଜବତ କରିଥିଲା। […]
ତାମିଲନାଡ଼ୁ: ଜୀବନରେ ବେଳେବେଳେ ଏମିତି ଅବିଶ୍ୱସନୀୟ ଘଟଣା ଘଟେ ଯେଉଁଥିପାଇଁ ଭଗବାନଙ୍କ ସ୍ଥିତିକୁ ନେଇ ଆମେ ଦୃଢନିଶ୍ଚୟ ହୋଇଯାଉ। ନିଶ୍ଚିତ ମୃତ୍ୟୁ ମୁହଁରୁ ମଣିଷ ଏମିତ ବର୍ତ୍ତିଯାଏ ଯାହାକୁ ଦେଖିଲେ ଲାଗେ ଯେମିତି ଭଗବାନ ନିଜେ ଆସି ହାତ ଧରି ଉଦ୍ଧାର କରିଦେଲେ। ଏମିତି ଏକ ଘଟଣା ଘଟିଛି ତାମିଲନାଡୁରେ। ଚଳନ୍ତା ଟ୍ରେନ୍ରେ ଚଢୁ ଚଢୁ ଖସି ପଡୁଥିଲେ ଜଣେ ବ୍ୟକ୍ତି। ରେଳ ଧାରଣାରେ ପଡ଼ିବାକୁ ଆଉ କେଇ ମୁହୂର୍ତ୍ତ ମାତ୍ର। ହେଲେ କେଉଁଠୁ ଥିଲେ ସେଇ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ୨ ଭାଗ ହୋଇ ‘ଫୋନି’ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। ଟିମ୍ ପ୍ରଥମେ ସଚିବାଳୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରିବେ। ସେଠାରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଟିମ୍କୁ ଅବଗତ କରାଇବେ। ଏସ୍ଆର୍ସି ବାତ୍ୟା ‘ଫୋନି’ ନେଇ ଆଇଏମ୍ଡିର ପୂର୍ବାନୁମାନ ଅନୁସାରେ କ’ଣ ପଦକ୍ଷେପ ଗ୍ରହଣ କରିଛି, […]
ନୂଆଦିଲ୍ଲୀ: ଓଡ଼ିଶାକୁ ବାତ୍ୟା ଭୟ ନାହିଁ ଗତକାଲି ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଆରବ ସାଗରରେ ଘନୀଭୂତ ହୋଇଥିବା ବାତ୍ୟା ‘କ୍ୟାର’ର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିଛି। ଆଜି ଭାରତୀୟ ପାଣିପାଗ ଏହା କହିଛି। ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ବାତ୍ୟା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ବୋଲି ଆଇଏମଡି କହିଛି। ‘କ୍ୟାରା’ର ପ୍ରଭାବରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୧୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ଏବେବି ସ୍ୱାଭାବିକ ଅବସ୍ଥା ଫେରି ନାହିଁ। ସବୁ ଅଞ୍ଚଳକୁ ବିଦ୍ୟୁତ୍କୁ ସଂଯୋଗ ହୋଇନଥିବା ବେଳେ ଏସବୁକୁ ନେଇ ଲୋକେ ଧୈର୍ଯ୍ୟ ହରା ହୋଇଗଲେଣି। ଯେଉଁ ଅଞ୍ଚଳରେ ବିଦ୍ୟୁତ୍ ଆସିନାହିଁ, ସେଠାକାର ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏପରିକି ସେମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଲେଣି। ତୁରନ୍ତ ବିଦ୍ୟୁତ୍ ଯୋଗାଇ ଦେବା ଦାବିରେ ଗତକାଲି ଅପରାହ୍ନରେ ଭୁବନେଶ୍ୱର ଜାଭିୟର ଛକ […]
ତାମିଲନାଡ଼ୁ: ତାମିଲନାଡ଼ୁ ତ୍ରିଚିନାପଲୀରେ ଅଘଟଣ। ୩୦ ଫୁଟର ବୋର୍ ୱେଲ ଗାତରେ ଖସି ପଡ଼ିଛି ଦୁଇ ବର୍ଷର ଶିଶୁ। ଗତକାଲି ସଂନ୍ଧ୍ୟାରୁ ଚାଲିଛି ଉଦ୍ଧାର କାର୍ଯ୍ୟ। ଘଟଣାସ୍ଥଳରେ ଏନ୍ଡିଆରଏଫ, ଅଗ୍ନିଶମ ବିଭାଗ ସହ ଅନ୍ୟ ରେସ୍କ୍ୟୁ ଟିମ୍ ପହଞ୍ଚି ଶିଶୁକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଶିଶୁ ପୁତ୍ରର ନାମ ସୁଜିତ୍ ୱିଲିୟମ୍ ଶିଶୁକୁ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଶିଶୁ ଖସି ପଡ଼ିଥିବା ଗାତର ନିକଟରେ ସମାନ ଭାବେ ଅନ୍ୟ ଏକ ଗାତ ଖୋଳାଯାଇଛି […]
ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦ୍ୱାଦଶ ସିଜିନ୍ରେ ଚାମ୍ପିଅନ୍ ହୋଇଛି। ଏକ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍କୁ ୧ ରନ୍ରେ ହରାଇ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ୍ ଚତୁର୍ଥ ଥର ପାଇଁ ଟାଇଟଲ୍ ଦଖଲ କରିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ୧୫୦ ରନ୍ ଟାର୍ଗେଟ୍ରେ ବ୍ୟାଟିଂ କରି ଚେନ୍ନାଇ ୧୪୮ ରନ୍ କରିପାରିଥିଲା। ଶେଷ ଓଭରରେ ଚେନ୍ନାଇକୁ ଜିତିବା ପାଇଁ ୯ […]
ରାଞ୍ଚି: କ୍ରିକେଟ ଠାରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନି ଏବେ ନିଜ ପରିବାର ବିଶେଷ କରି ଝିଅ ଜିଭାଙ୍କ ସହ ସମୟ କାଟିବାରେ ବ୍ୟସ୍ତ ରହିଛନ୍ତି। ଜିଭାଙ୍କ ସହ ଧୋନି କରୁଥିବା ମଜାମସ୍ତିକୁ ସେ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ କରୁଛନ୍ତି। ଗତକାଲି ଉଭୟ ଗାଡ଼ି ଧୋଇବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆଜି ଜିଭା ବାପା ଧୋନିଙ୍କ କାନ୍ଧକୁ ମାଲିସ୍ କରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭଡିଓ ଅନୁଯାୟୀ, […]
ନୂଆଦିଲ୍ଲୀ: ୧୯୪୭ ମସିହା, ଦେଶ ସ୍ୱାଧୀନ ହେବାର ପରବର୍ତ୍ତୀ ସମୟ। ଦେଶ ପାଇଁ ସବୁଠାରୁ ସଙ୍କଟର ମୁହୂର୍ତ୍ତ। ଦେଶ ବିଭାଜନ..ଦଙ୍ଗା…ଆଉ ତା ପରେ କାଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ। ପାକ୍ ସେନାର ସମର୍ଥନରେ ପାକ୍ ଜନଜାତି ଭାରତ ଉପରେ କରିଥିଲା ଆକ୍ରମଣ। ପରିସ୍ଥିତିକୁ ଦେଖି କାଶ୍ମୀରର ତତ୍କାଳୀନ ରାଜା ହରି ସିଂ ଭାରତକୁ ସାହାଯ୍ୟ ମାଗିଥିଲେ। ଭାରତ ସରକାର ହରି ସିଂଙ୍କୁ ଏହି ସର୍ତ୍ତରେ ସାହାଯ୍ୟ କରିବାକୁ ରାଜି ହୋଇଥିଲା ଯେ-କାଶ୍ମୀର ଭାରତ ସହ ମିଶିବ। ଆଉ […]
ଚଣ୍ଡିଗଡ଼: ସ୍ୱାଭିମାନକୁ ବାଧିବାରୁ ଜନନାୟକ ଜନତା ପାର୍ଟିରୁ ଇସ୍ତଫା ଦେଲେ ତେଜ୍ ବାହାଦୁର। କରନାଲ ବିଧାନସଭା ଆସନରୁ ସେ ଜେଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବାହାଦୁର ଶୋଚନୀୟ ପରାଜୟ ହୋଇଥିଲେ। ନିର୍ବାଚନ ବେଳେ ସେ ଜେଜେପିରେ ଯୋଗ ଦେଇଥିଲେ। ହରିଆଣାରେ ନିର୍ବାଚନ ଫଳାଫଳ ଝୁଲା ରହିଛି। ଏଭଳି ସ୍ଥିତିରେ ଜେଜେପି ବିଜେପି ସହ ମେଣ୍ଟ କରି ସରକାରରେ ସାମିଲ ହେବ ବୋଲି ଘୋଷଣା ସରିଛି। ଯାହାକୁ ଗ୍ରହଣ […]
ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ୱ କରି ଯେଉଁ ଭୁଲ୍ କରିଥିଲା ତାହା କିନ୍ତୁ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ବେଳେ ସଜାଡି ଦେଇଛି। ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଯାଇଛି। କାରଣ ମୋଦିଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହେବାପରେ ଦଳ ଉପରେ ଅଧିକ ନଜର ଦେଇପାରୁନଥିଲେ ଶାହ। ଏଥିପାଇଁ କାର୍ଯ୍ୟକାରୀ ସଭାପତି ଭାବରେ […]
ମୁମ୍ୱାଇ: ବିସିସିଆଇ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବା ପରେ ସୌରଭ ଗାଙ୍ଗୁଲି ଗତକାଲି ମୁମ୍ୱାଇରେ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍ ମ୍ୟାଚ୍ ଭଳି ଟେଷ୍ଟ ମ୍ୟାଚ୍କୁ ଡେ ନାଇଟ୍ କରିବା ପାଇଁ ସେ କୋହଲିଙ୍କ ପରାମର୍ଶ ଲୋଡ଼ିଥିଲେ। କୋହଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି। ଏଣୁ ଆଗାମୀ ଦିନରେ ବିସିସିଆଇ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଯାଇଛି ବୋଲି […]
ରାଉରକେଲା: ରାଜ୍ୟରେ ବଡ ଧରଣର ଜିଏସ୍ଟି ଘୋଟାଲାର ପର୍ଦ୍ଦାଫାସ୍ ହୋଇଛି। ୧୩୮ କୋଟି ଜିଏସଟି ଠକେଇ ଅଭିଯୋଗରେ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଓଡ଼ିଶା ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।ଏମାନେ ହେଲେ ମାଷ୍ଟର ମାଇଣ୍ଡ ରାଉରକେଲାର ଅତୁଲ ବଂଶଲ, ରାଉରକେଲାର ଦୀନଦୟାଲ ଅଗ୍ରଓ୍ବାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ। GST କମିଶନର ସୁଶିଲ ଲୋହାନୀ ଏକ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି ଯେ, ଏକ […]
ଭବନେଶ୍ୱର:ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥ ସଚିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି। ଅର୍ଥ ସଚିବ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି, ଯେତେବେଳେ ଲୋକଙ୍କ ପାଇଁ ଖର୍ଚ୍ଚ କରିବାର ଆବଶ୍ୟକତା ପଡୁଛି, ସେତେବେଳେ ଟ୍ରେଜେରୀରୁ ଟଙ୍କା କାଢ଼ି ସିଧାସଳଖ ଖର୍ଚ୍ଚ କର। ବ୍ୟାଙ୍କରେ ଯେମିତି ସରକାରୀ ଟଙ୍କା ପାର୍କିଂ ନହୁଏ, ତା ଉପରେ ବିଭାଗୀୟ କର୍ତ୍ତୃପକ୍ଷ […]
ଅପେକ୍ଷା ଆଉ ମାତ୍ର ଦିନକର। ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ତିନି ରଥ। ପତିତଜନଙ୍କ ଉଦ୍ଧାର ଲାଗି ବଡ଼ ଦେଉଳର ରତ୍ନ ସିଂହାସନରୁ ଆସି ରଥାରୁଢ଼ ହେବା ପରେ ଜନ୍ମବେଦୀରେ ବିଜେ ହେବେ ଚତୁର୍ଦ୍ଧାମୁରତି। ଗତବର୍ଷ ଭଳି ଏ ବର୍ଷ ବି କରୋନା କଟକଣା ଭିତରେ ଆୟୋଜିତ ହେଉଥିବା ଐତିହାସିକ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ