Advertisment

ଦିନକ ପରେ ବଡ଼ଦାଣ୍ଡକୁ ଚାଲି ଆସିବେ ମହାପ୍ରଭୁ: ସୁରକ୍ଷା ପାଇଁ ମୁତୟନ ହେବେ ୬୫ ପ୍ଲାଟୁନ୍‌ ଫୋର୍ସ

ଅପେକ୍ଷା ଆଉ ମାତ୍ର ଦିନକର। ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ତିନି ରଥ। ପତିତଜନଙ୍କ ଉଦ୍ଧାର ଲାଗି ବଡ଼ ଦେଉଳର ରତ୍ନ ସିଂହାସନରୁ ଆସି ରଥାରୁଢ଼ ହେବା ପରେ ଜନ୍ମବେଦୀରେ ବିଜେ ହେବେ ଚତୁର୍ଦ୍ଧାମୁରତି। ଗତବର୍ଷ ଭଳି ଏ ବର୍ଷ ବି କରୋନା କଟକଣା ଭିତରେ ଆୟୋଜିତ ହେଉଥିବା ଐତିହାସିକ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ

author-image
Sarbeswar
ଅଦ୍ୟତନ ହୋଇଛି
ଦିନକ ପରେ ବଡ଼ଦାଣ୍ଡକୁ ଚାଲି ଆସିବେ ମହାପ୍ରଭୁ: ସୁରକ୍ଷା ପାଇଁ ମୁତୟନ ହେବେ ୬୫ ପ୍ଲାଟୁନ୍‌ ଫୋର୍ସ

Ratha Jatra

ପୁରୀ: ଆଉ ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ। କାଲି ମହାପ୍ରଭୁଙ୍କ ଆଜ୍ଞାମାଳ ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳ ଓ ନନ୍ଦିଘୋଷ। ଏପଟେ ଶୃଙ୍ଖଳିତ ରଥଯାତ୍ରା ଲାଗି ସୁରକ୍ଷା ବଳୟରେ ପରିଣତ ହୋଇଛି ପୁରୀ ସହର। ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରତି ସ୍ଥାନକୁ କଡ଼ା ନଜର ଭିତରେ ରଖିଛି ସୁରକ୍ଷା ବାହିନୀ। କାଲି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ। ଏହି ସମୟର ଭିତରେ ବଡ଼ଦାଣ୍ଡକୁ ଆସିବାକୁ ନିଷେଧାଜ୍ଞା ଜାରି ହୋଇଛି।

Advertisment

ଅପେକ୍ଷା ଆଉ ମାତ୍ର ଦିନକର। ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ତିନି ରଥ। ପତିତଜନଙ୍କ ଉଦ୍ଧାର ଲାଗି ବଡ଼ ଦେଉଳର ରତ୍ନ ସିଂହାସନରୁ ଆସି ରଥାରୁଢ଼ ହେବା ପରେ ଜନ୍ମବେଦୀରେ ବିଜେ ହେବେ ଚତୁର୍ଦ୍ଧାମୁରତି। ଗତବର୍ଷ ଭଳି ଏ ବର୍ଷ ବି କରୋନା କଟକଣା ଭିତରେ ଆୟୋଜିତ ହେଉଥିବା ଐତିହାସିକ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ। ରଥଖଳାରେ ପୂର୍ଣ୍ଣାବୟବ ରୂପ ନେଇ ମହାବାହୁଙ୍କ ଆଗମନକୁ ଏପେକ୍ଷା କରିଛନ୍ତି ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ। କେବଳ କିଛି ଆଳଙ୍କାରିକ କାମକୁ ଛାଡ଼ି ବାକି ସବୁ କାର୍ଯ୍ୟରେ ଶେଷ ସ୍ପର୍ଶ ଦେଇ ସାରିଛନ୍ତି ଶିଳ୍ପୀ। ଆସନ୍ତାକାଲି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ। ଏହାପରେ ସିଂହଦ୍ୱାର ସାମ୍ନାରେ ଉଭା ହେବେ ତିନି ରଥ। ତା ପୂର୍ବରୁ ଏବେଠୁ ଚଳଚଞ୍ଚଳ ହେଲାଣି ବଡ଼ ଦାଣ୍ଡ, ଆଉ ରଥ ଉପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଗି ଆତୁର ହୋଇ ଉଠିଲାଣି ଭକ୍ତ ପ୍ରାଣ।

Advertisment

ଗତଥର ଭଳି ଏ ବର୍ଷ ବି ବିନା ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସରକାରୀ ନିଷ୍ପତ୍ତି ଅନୁସାରେ କେବଳ ସେବାୟତମାନେ ହିଁ ରଥ ଟାଣିବେ। ଏପଟେ ଘୋଷଯାତ୍ରାର ଦିନକ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତିରିକ୍ତ ଡିଜି ଆର୍.କେ. ଶର୍ମା। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀ ଶୃଙ୍ଖଳିତ ରଥଯାତ୍ରା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏବର୍ଷ ରଥଯାତ୍ରାରେ ମୋଟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସହରକୁ ୧୨ଟି ଜୋନରେ ବିଭକ୍ତ କରାଯିବ। ସହରର ମୁଖ୍ୟ ପ୍ରବେଶ ପଥ, ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୦ ଅତିରିକ୍ତ ଏସପି, ୩୧ ଡିଏସପି, ୬୪ ଇନସପେକ୍ଟର ନିୟୋଜିତ ହେବେ। ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ପୁରା ସହରରେ କର୍ଫ୍ୟୁ ଲାଗିବ। ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ। ଏପଟେ କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ, ସେମାନେ ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଉଭାଯାତ୍ରା ନୀତିକାନ୍ତି କରାଯାଇଛି।

Odisha Puri Ratha Jatra Puri Ratha Jatra 2021
Advertisment
Advertisment