ପୁରୀ: ବାତ୍ୟା ‘ଫୋନି’ର ଦଶ ଦିନ ପରେ ଆଜି ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍ର ସମୟ ପରିବର୍ତ୍ତନ କିମ୍ବା ଗତିପଥ ବଦଳାଯାଇ ନଥିବା ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି। ପୁରୀ ସହରରେ ବିଜୁଳି ନ ଥିଲେ […]
ନୂଆଦିଲ୍ଲୀ: ୨୬ ତାରିଖ ରାତିରେ ନିପାତ ହୋଇଛି ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି। ଆମେରିକାର ଡେଲ୍ଟା କମାଣ୍ଡର ସିରିଆରେ ବାରିଶାରେ ପହଞ୍ଚିବାକୁ ତୁର୍କୀ, ସିରିଆ ଏବଂ ଋଷିଆର ଆକାଶ ପଥ ବ୍ୟବହାର କରିଥିଲେ। ଏ ବିଷୟରେ ଏହି ଦେଶଗୁଡ଼ିକ ଜାଣିଥିଲେ ମଧ୍ୟ ଗୁପ୍ତ ରଖିଥିଲେ। ହେଲେ ବାଗଦାଦି ଜାଣିପାରିନଥିଲା ତାକୁ ଆକ୍ରମଣ କରିବାକୁ ଆମେରିକାର ସେନା ଆସୁଛନ୍ତି। ଆଉ ଆମେରିକା ସେନାର ଏହି ମିଶନରୁ ସଫଳ କରାଇଥିଲା ‘ଚିନୁକ୍’ […]
ରାୟପୁର: ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହେଉଛି। ୩୦ରୁ ଅଧିକ ମହିଳା ଏହି ଟିମ୍ରେ ଅଛନ୍ତି। ଛତିଶଗଡ଼ର ବସ୍ତର ଏବଂ ଦାନ୍ତେଓ୍ୱାଡ଼ାର ଘଞ୍ଚ ଜଙ୍ଗଲେ ମାଓ ଅପରେସନରେ ଏହି ଟିମ୍ ସାମିଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟିମ୍ରେ ୧୦ଜଣ ମହିଳା ମାଓ କ୍ୟାଡର ଅଛନ୍ତି। ଯେଉଁମାନେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରି ଏହି ‘ଦନ୍ତେଶ୍ୱରୀ ଲଡ଼ାକେ’ ଟିମ୍ରେ ସାମିଲ ହୋଇଛନ୍ତି। ସମସ୍ତ ମହିଳା କମାଣ୍ଡୋଙ୍କୁ ମାଓ […]
ପାରଳାଖେମୁଣ୍ଡି: ସମସ୍ତେ ତ ପାଳୁଥିଲେ ଦୀପାବଳି। ହେଲେ ଗଜପତି ଏସ୍ପି ସାରା ଶର୍ମାଙ୍କ ଦୀପାବଳି ଥିଲା ନିଆରା। ବାଣ ଫୁଟାଇଲେ, ମିଠା ଖୁଆଇଲେ ହେଲେ ନିଜ ଘରେ ପରିଜନଙ୍କ ଗହଣରେ ନୁହେଁ, ରିଲିଫ କ୍ୟାମ୍ପରେ। ଗତ ଲଗାଣବର୍ଷାରେ ଗଜପତି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ହଜାର ହଜାର ଲୋକ ବାସହରା ହୋଇଛନ୍ତି। ସବୁକିଛି ହରାଇବା ପରେ ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଗୁମ୍ମା ବ୍ଲକ […]
ଭୁବନେଶ୍ୱର: ଆସନ୍ତା ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ବେଳେ ଓଡ଼ିଶାରେ ଅଧିକ ସମୟ ଲାଗିପାରେ ଭୋଟ୍ ଗଣତି। ଆଜି ଭୁବନେଶ୍ୱରେରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଏକ ସମୟରେ ଲୋକସଭା, ବିଧାନସଭା ଭୋଟ୍ ଲାଗି ଗଣତି ହେବାକୁ ଥିବାରୁ ଏଥିପାଇଁ ଦୀର୍ଘ ସମୟ ଲାଗିବ। ୭ଟି ଟେବୁଲ୍ରେ ବିଧାନସଭା, ୭ଟି ଟେବୁଲ୍ରେ ଲୋକସଭା ଭୋଟ୍ ଗଣତି ହେବ। ପ୍ରତି ନିର୍ବାଚନ […]
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଆଜି ଅଲ୍-ଇନ୍-ୱାନ ପ୍ଲାନ ଘୋଷଣା କରିଛି। ଯଦିଓ ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ ଅଲ୍-ଇନ୍-ୱାନ ପ୍ଲାନ ଘୋଷଣା କରାଯାଇଥିଲା, ତେବେ ଏହି ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓରୁ ଜିଓ ଏବଂ ଅନ୍ୟ ନେଟର୍ୱକୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି। ଜିଓ ଫୋନ୍ର ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତଙ୍କୁ କିରୋସିନି ମାଗଣାରେ ଯୋଗାଇ ଦେବା ଲାଗି ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କୁ ୩କୋଟି ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ଅର୍ଥରେ ରାଜ୍ୟ ସରକାର ଆବଶ୍ୟକ କରୁଥିବା ୧୦୦୦ କିଲୋଲିଟର କିରୋସିନି ସଂଗ୍ରହ କରିପାରିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଜଣାଇଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି ମାଗଣାରେ ଅତିରିକ୍ତ ହଜାରେ କିଲୋଲିଟର କିରୋସିନି ଯୋଗାଇ […]
ନୂଆଦିଲ୍ଲୀ: ସାଧାରଣତଃ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିବା ଲୋକଙ୍କୁ କଞ୍ଚା ରସୁଣ ଖାଇବା ପାଇଁ ପରାମର୍ଶ ଦିଆଯାଏ। କଞ୍ଚା ରସୁଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଖାଇବାର ଏକ ସ୍ୱତନ୍ତ୍ର ନିୟମ ରହିଛି, ଯାହାକୁ ଅନୁସରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇପାରେ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରସୁଣରୁ ଚୋପା ଛଡ଼ାଇ ଚୋବାଇ ଚୋବାଇ ଖା’ନ୍ତୁ। ଯେମିତି ଏହା ପାଟିରେ ହିଁ […]
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ହାଟସାହି ଗାଁରେ ବେଲ ପଣା ପିଇ ୪ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଗତକାଲି ସମସ୍ତେ ବେଲ ପଣା ପିଇଥିଲେ। ଏହାପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଆଜି ସକାଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମୁମ୍ୱାଇ: ବଲିଉଡ୍ ବାଦ୍ଶାହା ଶାହରୁଖ୍ ଖାନ୍ ନିକଟରେ ଆମେରିକାର ଟିଭି ହୋଷ୍ଟ୍ ଡେଭିଡ୍ ଲେଟରମ୍ୟାନ୍ଙ୍କ ଚାଟ୍ ଶୋ’ ‘ମାଇଁ ନେକ୍ସଟ୍ ଗେଷ୍ଟ୍ ନିଡ୍ ନୋ ଇଣ୍ଟ୍ରୋଡକ୍ସନ୍’ରେ ଭାଗ ନେଇଥିଲେ। ଏହି ଶୋ’ରେ ସେ ତାଙ୍କ ଜୀବନ ସହିତ ଜଡ଼ିତ ଥିବା ଅନେକ କଥା କହିଥିଲେ, ଯାହା ହୁଏତ ଆପଣମାନେ ପୂର୍ବରୁ ଜାଣି ନଥିବେ। ଶାହରୁଖ୍ କହିଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଏପରିକି ଜେଲ୍ରୁ ବାହାରିବା […]
ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ ପୁଣି ଫେକ୍ ଫେସ୍ବୁକ୍ ଆକାଉଣ୍ଟ । ଏପରି ଅଭିଯୋଗ କରିଛନ୍ତି ଜିଲ୍ଲାପାଳ ଶୁଭମ୍ ସକ୍ସେନା। ଏ ନେଇ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲାପାଳ । ଏହି ଫେକ୍ ଫେସ୍ବୁକ୍ ଆକାଉଣ୍ଟରୁ ବିଭିିନ୍ନ ଲୋକଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଯାଉଛି। ଖୋଳତାଡ଼ କରିବା ସହ ଏହା ପଛରେ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରିବାକୁ ଏସ୍ପିଙ୍କୁ କହିଛନ୍ତି ଜିଲ୍ଲପାଳ । ସୂଚନାଥାଉ କି, କିଛି ମାସ ପୂର୍ବରୁ ଏଭଳି ଘଟଣା […]
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨-୩ ଦିନ ହେଲା ରାଜ୍ୟର ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ବେଳେ ବଲାଙ୍ଗିର,ସମ୍ବଲପୁର, ଝାରସୁଗୁଡା, ଟିଟିଲାଗଡ଼ ଭଳି ସ୍ଥାନରେ ପାରଦ ୪୪ରୁ ୪୫ ଡିଗ୍ରୀ ମଧ୍ୟରେ ରହୁଛି। ଏମିତି ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ୨ରୁ୩ ଡିଗ୍ରୀ […]
ନୂଆଦିଲ୍ଲୀ: ସରିଗଲା ଦୀପାବଳି। ଆଲୋକର ପର୍ବ। ହେଲେ ଦେଇଯାଇଛି ପ୍ରଦୂଷଣ। ଏତେମାତ୍ରାରେ ପ୍ରଦୂଷଣ ଦେଇଛି ଯେ ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀ । ଗତକାଲି ଦୀପାବଳି ପରେ ଆଜି ସକାଳେ ପ୍ରଦୂଷଣ ମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ। କିଛି ସ୍ଥାନରେ ପ୍ରଦୂଷଣ ସ୍ତର ସାମାନ୍ୟ ବୃଦ୍ଧି ପାଇଥିବାବେଳେ ଆଉ କିଛି ସ୍ଥାନରେ ପ୍ରଦୂଷଣ ସ୍ତର ମାତ୍ରାଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ଏନ୍ସିଆର୍ରେ ଏୟାର କ୍ୱାଲିଟି ଇନ୍ଡେକ୍ସ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭାରସାମ୍ୟ ହରାଇ ଗୋରୁ ବୋଝେଇ ଟ୍ରକ୍ ରାସ୍ତା ତଳକୁ ଖସି ଯିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଢେଙ୍କନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳି ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ଟି ଭଦ୍ରକ ଯାଉଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାପରେ ଟ୍ରକ୍ରୁ ଅନ୍ୟ ଗୋରୁ ଗୁଡ଼ିକ ବାହାରି ପଳାଇଥିଲେ। ସେହିପରି ଏହି ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ନୂଆଦିଲ୍ଲୀ: ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗଦାଦି ନିହତ ହୋଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିକୁ ମାରିବା ପାଇଁ ଘେରି ଯାଇଥିଲା ଆମେରିକା ସେନା। ବାଗଦାଦି ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା। ବାଗ୍ଦାଦି ସହ ତା’ର ସ୍ତ୍ରୀ, ୩ […]
ବଲାଙ୍ଗିର: ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ରେଲୱେ ଷ୍ଟେସନର ପ୍ଲାଟ୍ଫର୍ମ ନମ୍ବର ୧ର ପଛପଟେ ଥିବା ଏକ ଶାଗୁଆନ ଗଛରୁ ଏହି ମୃତଦେହକୁ ଜିଆର୍ପି ପୁଲିସ୍ ଉଦ୍ଧାର କରିଛି। ମହିଳା ଜଣଙ୍କ ବିବାହିତ ବୋଲି ଜଣାପଡ଼ିଛି। କାହିଁକି ନା ତାଙ୍କ ମୁଣ୍ଡରେ ସିନ୍ଦୂର ଓ ହାତରେ ଶଙ୍ଖା ଲଗାଇଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।
ଭୁବନେଶ୍ୱର: ଦୀପାବଳି ଆଲୋକର ପର୍ବ। ରଙ୍ଗୀନ ଆଲୁଅରେ ହସୁଛି ସହରର ଗଳିକନ୍ଦି। ଘରେ ଘରେ ଆତସବାଜି, ପିଠାପଣାର ସମ୍ଭାର। ଉତ୍ସବର ମାହୋଲ। ହେଲେ ଏମାନେ ଏମିତି ମଣିଷ, ଯିଏ ଅନ୍ୟକୁ ଆଲୋକ ଦିଏ ସିନା, ନିଜେ ରହଯାଏ ଅନ୍ଧାରରେ। ଦୀପାବଳିର ଆଲୋକ ଦେଖିପାରେନି କି ପିଠାପଣା ମହକ ଜାଣି ପାରେନି। ଏମାନେ ଆମ ବିଦ୍ୟୁତ୍ ବିଭାଗର ଲାଇନ ମ୍ୟାନ। ପର୍ବପର୍ବାଣୀ ପଡ଼ିଲେ ଏମାନଙ୍କ ବେଶିକାମ। ପ୍ରତି ମୁହୂର୍ତ୍ତରେ ଚାହିଁ ରହିଥିବେ କାଳେ କେଉଁଠି ଅଘଟଣ ହେବ ! […]
ଧର୍ମଗଡ଼: ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଲୋକେ ତାତିବା ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା କାଶିବାହାଲର ବାଷ୍ଟିଂ ସ୍ଥଳ ସିଲ୍ କରିଛି ପ୍ରଶାସନ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଅଭିଯୋଗର ତଦନ୍ତ କରୁଛନ୍ତି। ପଥରବ୍ଲାଷ୍ଟିଂ ଯୋଗୁଁ ଆଖପାଖ ଗାଁର ଘରେ ଫାଟ ହୋଇଥିବା ଲୋକେ ଅଭିଯୋଗ କରିଥିଲେ । ଗତ ରାତିରେ ଗାଁ ନିକଟ ଲାଣ୍ଡିମୁଣ୍ଡି ପାହାଡ଼ରେ ଭୟଙ୍କର ବିସ୍ଫୋରଣ ସହ ପଥର ବ୍ଲାଷ୍ଟିଂ କରାଯାଇଥିଲା। ଏହାର ପ୍ରଭାବରେ ସାରା ଗାଁ ଥରହର ହେବା ସହ ଆତଙ୍କିତ […]
ଭୁବନେଶ୍ୱର: ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଭୋଟ୍ ଗଣତିକୁ ନେଇ ଭୁବନେଶ୍ୱରରେ ରିଟଣ୍ଣିଂ ଅଫିସରଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ। ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ୍ ଭୋଟ୍ ଗଣତି କେନ୍ଦ୍ରରେ ଆଜି ୧୪ଟି ଜିଲ୍ଲାର ୧୧୨ ରୁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। କେମିିତି […]
ପୁରାଣ ବର୍ଣ୍ଣିତ ସେଇ କାହାଣୀର ପୁନରାବୃତ୍ତି। ସାମାନ୍ୟ ଭିନ୍ନ ଭାବରେ। ଗଣେଶଙ୍କ ଉପରେ ରାଗି ଶିବ ତାଙ୍କ ମୁଣ୍ଡ କାଟିଦେଲେ। ଶେଷରେ ପାର୍ବତୀଙ୍କ ଆକୁଳ ଅନୁନୟ ପାଖରେ ହାର ମାନି ଗଣେଶଙ୍କୁ ଜୀବନ୍ୟାସ ଦେବାକୁ ସ୍ଥିର କଲେ। କିନ୍ତୁ ସେତେବେଳକୁ ଗଣେଶଙ୍କ ମୁଣ୍ଡ ନ ଥିଲା। ଅନନ୍ୟୋପାୟ ହୋଇ ଶିବ ଶେଷରେ ହାତୀର ମୁଣ୍ଡ ଲଗାଇ ଗଣେଶଙ୍କୁ ଜୀବନ୍ୟାସ ଦେଲେ । ଠାକୁରଙ୍କ କଥା ବୋଲି ଭୟରେ ହୁଏତ ଏଇ ଗପକୁ ବିଶ୍ୱାସ କରିବାକୁ ଆମେ ବାଧ୍ୟ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣୀ ଗାଁର ଏକ ବୁଦାମୂଳରୁ ଆଜି ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ୍ ମହାପାତ୍ର (୧୬)। ତାଙ୍କ ବୟସ ୧୪ରୁ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ କୋଦୁଅବେରେଣୀ ଗାଁର ରବି ମହାପାତ୍ରଙ୍କ ପୁଅ। ବିଶ୍ୱଜିତ୍ ୫ ଦିନ ହେଲା ନିଖୋଜ ଥିଲେ। ବିଶ୍ୱଜିତ୍ଙ୍କ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। […]
ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ-ବାଗଦାଦି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆମେରିକା ସେନାର ଘନ ଘନ ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଆତ୍ମହତ୍ୟା କରିଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଅବଶ୍ୟ କିଛି ମିଡିଆ ରିପୋର୍ଟ କହିବା ଅନୁଯାୟୀ ସେ ଆମେରିକା ସେନାର ଏକ ସିକ୍ରେଟ୍ ମିଶନ୍ରେ ନିହତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କରିଥିବା ଏକ ଟ୍ୱିଟ୍ ଏମିତି କିଛି ଘଟିଥିବାର ସଙ୍କେତ ଦେଇଛି। ଯଦିଓ ସେ ବାଗଦାଦିର […]
କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି। ୧୩ ନମ୍ବର ଜୋନ୍ରେ ବିଜେପି ଓ ବିଜୟ ସେନାର କର୍ମୀ ଜନମତାଧିକାର ଯାତ୍ରା କରିଛନ୍ତି। ତିନି ମୁହାଣୀ ରାମମନ୍ଦିର ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ତାହା ଗୁଆଳସିଂ, କୋଶିଆପଳ, ଠାକୁର ପାଟଣାରେ ଶେଷ ହୋଇଥିଲା। ବାତ୍ୟା ‘ଫୋନି’ ବାହାନାରେ ପ୍ରଶାସନିକ ଷଡ଼ଯନ୍ତ୍ର କରି ପାଟକୁରାରେ ନିର୍ବାଚନ ଘୁଞ୍ଚା ଯାଇଛି ବୋଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପାଟକୁରା ନିର୍ବାଚନମଣ୍ଡଳୀର ସବୁ […]