ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଓ ଦ୍ୱିତୀୟ ରାଉଣ୍ଡ ପରେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ଦୁଇ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଥିବାବେଳେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧ ମଧ୍ୟ ସେ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୭୮୮ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ […]
ଭୁବନେଶ୍ୱର: ଫୋନି ଯିବା ପରେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ହୋଇଛି ଖରାର ପ୍ରକୋପ। ତାପାମାତ୍ରା ୪୦ରୁ ଉପରେ । ଅଂଶୁଘାତର ଭୟ, ଜଳ ସଙ୍କଟ ଏବେ ହୋଇଛି ବଡ଼ ସମସ୍ୟା। ଦିନର ତାତିଠୁ ବଳି ଯାଉଛି ରାତିର ଅଘୋଷିତ ବିଦ୍ୟୁତ କାଟ। ଡହଳ ବିକଳ ହେଉଛନ୍ତି ଲୋକେ। ବଲାଙ୍ଗୀରରୁ ବାଲେଶ୍ୱର, ସମ୍ବଲପୁରରୁ ଅନୁଗୁଳ ସବୁଠି ସୂର୍ଯ୍ୟଙ୍କ ରୌଦ୍ର ରୂପ । ବାଲେଶ୍ୱର ସହରରେ ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ […]
ଭୁବନେଶ୍ୱର: ଗତକାଲିଠାରୁ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାକୁ ଦେଖି ଇଷ୍ଟ କୋଷ୍ଟ ରେଲୱେର ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ଭୁବନେଶ୍ୱର ଛାଡ଼ିବାକୁ […]
ଭୁବନେଶ୍ୱର: ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ତଳିଆ ଅଞ୍ଚଳ ଜଳମଗ୍ନ ହୋଇଗଲାଣି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଥମେ ଗଞ୍ଜାମ, ଗଜପତି ଓ ଭଦ୍ରକ ଜିଲ୍ଲାର ସବୁ ସ୍କୁଲ, […]
ଅନୁଗୁଳ(ବିରଜା ଦାସ): ଅନୁଗୁଳ-ଗୋପାଳପ୍ରସାଦ ରାସ୍ତାର ନତଡା ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ରେ ହଠାତ୍ ନିଆଁ ଲାଗିଯାଇଛି। ଗାଡ଼ି ଚାଳକ ଓ ସହଯୋଗୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓଡି ୧୯- ୧୮୫୫ ନମ୍ବର ବିଶିଷ୍ଟଏକ ପିକ୍ଅପ୍ ଭ୍ୟାନ୍ ବ୍ୟବସାୟୀ ସାମଗ୍ରୀ ନେଇ ଅନୁଗୁଳରୁ ଗୋପାଳପ୍ରସାଦ ଅଭିମୁଖେ ଯାଉଥିବା ବେଳେ ନତଡା ନିକଟରେ ହଠାତ୍ ଗାଡ଼ିର ଇଞ୍ଜିନ୍ରେ ନିଆଁ ଲାଗି ଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ରାସ୍ତା କଡ଼ରେ ଗାଡ଼ି ଚାଳକ ପାର୍କ କରିବା ସହ ଅଗ୍ନିଶମ ବାହିନୀକୁ […]
ଭୁବନେଶ୍ୱର: ରାସନ କାର୍ଡ ନଥିଲେ ବି ବାତ୍ୟା ବିପନ୍ନଙ୍କୁ ରିଲିଫ ମିଳିବ। ଭୁବନେଶ୍ୱର ମହାନଗର ନିଗମ( ବିଏମ୍ସି) ଅଞ୍ଚଳର ପ୍ରଭାବିତ ବସ୍ତି ବାସିନ୍ଦାଙ୍କୁ ସହାୟତା ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବିଏମ୍ସିର ସମସ୍ତ ବସ୍ତି ବାସିନ୍ଦାଙ୍କୁ ୫୦କେଜି ଚାଉଳ ସହ ଦୁଇ ହଜାର ଟଙ୍କା ଦିଆଯିବ। ଏଥିସହ ପଲିଥିନ କିମ୍ବା ପଲିଥିନ ବାବଦକୁ ପାଞ୍ଚଶହ ଟଙ୍କା ଦିଆଯିବ। ବର୍ତ୍ତମାନ କେବଳ ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ରିଲିଫ ଦିଆଯାଉଛି। ସାମୁଦ୍ରିକ ଝଡ […]
ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର। ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ର ’ମାଲ ମହୁ ଜୀବନ ମାଟି’ ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରଥମ ଥର ପାଇଁ ଅଭିନବ ଶୈଳୀରେ ଉପସ୍ଥାପିତ […]
ଶ୍ରୀନଗର: ରାତି ପାହିଲେ ଜମ୍ମୁ କଶ୍ମୀରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବୋମା ଫିଙ୍ଗି ଆତଙ୍କବାଦୀ ଏହି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି। ମଙ୍ଗଳବାର ବିଳମ୍ୱିତ ରାତିରେ ଆତଙ୍କବାଦୀ ମାନେ ଏକ ସ୍କୁଲରେ ନିଆଁ ଲଗାଇବା ସହିତ ପରିବା ମଣ୍ଡି ଉପରକୁ ବୋମା ଫିଙ୍ଗିଛନ୍ତି। ଯାହାକୁ ନେଇ ଏବେ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଙ୍ଗଳବାର ବିଳମ୍ୱିତ ରାତିରେ ଶ୍ରୀନଗର କୁଲଗାମରେ ଏକ ସ୍କୁଲ ଏବଂ […]
ଯାଜପୁର(ଗୁଲାମ୍ ଗସ୍): ଫୋନି କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା ରାଜସ୍ୱ ନିରୀକ୍ଷକ(ଆର୍ଆଇ) ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାର ବିଂଝାରପୁର ତହସିଲର ପ୍ରୀତିପୁର ଗାଁକୁ ଫୋନି କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ କିଛି ମହିଳା ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏଥିସହ ରାଜସ୍ୱ ନିରୀକ୍ଷକଙ୍କ ସହ ଯାଇଥିବା ଜଣେ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ଗଛରେ ବାନ୍ଧି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଆର୍ଆଇ ସଂଘ […]
ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଜେଲରେ ଖାଇବା ବେଳେ ବିଷ ଦିଆଯାଇଛି। ପାକିସ୍ତାନ ସେନା ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନବାଜ ସରିଫଙ୍କ ପୁଅ ହୁସେନ ନଓ୍ୱାଜ। ଜେଲ ଖାଇବାରେ ବିଷ ଦିଆଯାଇଥିବାରୁ ଏବେ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଛି ବୋଲି ଆଶଙ୍କା କରିଛନ୍ତି ନଓ୍ୱାଜ ସରିଫଙ୍କ ପୁଅ। ହୁସେନ ଏବେ ଲଣ୍ଡନରେ ରହୁଛନ୍ତି। ତାଙ୍କ ବାପାଙ୍କୁ ଜେଲରେ ବିଷ ଦିଆଯାଇଛି ବୋଲି କିଛି ଲୋକ ତାଙ୍କୁ କହିବା ପରେ ସେ […]
ଜଗତସିଂହପୁର: ବିଦ୍ୟୁତ୍ ସଂଯୋଗ ଦାବିରେ ରାସ୍ତାରୋକ। ବାତ୍ୟା ‘ଫୋନି’ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନ ଥିବାରୁ ପ୍ରତିବାଦ କରି ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ ଆଜି କଟକ-ପାରୀଦୀପ ରାସ୍ତାର ବିଭିନ୍ନ ସ୍ଥାନରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଜୟପୁରରେ ଜୟପୁର ଗାଁ ଲୋକେ, ନୂଆପଡା ନିକଟରେ ଛପଡ଼ା ଓ ବିଦ୍ୟାଧରପୁର ପଞ୍ଚାୟତ ଲୋକେ ରାସ୍ତାରୋକ କରିଥିଲେ। ଏଥିଯୋଗୁ […]
ମୁମ୍ବଇ:ବଲିଉଡ ଷ୍ଟାରଙ୍କ ଷ୍ଟାଇଲ୍, ଫ୍ୟାସନ ତାଙ୍କର ଫ୍ୟାନ୍ସଙ୍କୁ ବେଶ ପ୍ରଭାବିତ କରିଥାଏ। ଫ୍ୟାନ୍ସମାନେ ବିଶେଷକରି ଅଭିନେତ୍ରୀଙ୍କ ପରିଧାନ ଉପରେ ସେମାନେ ସବୁବେଳେ ନଜର ରଖିଥାନ୍ତି । ଆଉ ଏହି କାରଣରୁ ସୋଶାଲ ମିଡିଆରେ ଆଜି ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ମଜାକ୍ ଉଡାଇଛନ୍ତି ଫ୍ୟାନ୍ସ। ଜାହ୍ନବୀ ଭୁଲ୍ରେ ତାଙ୍କ ଡ୍ରେସ୍ରୁ ପ୍ରାଇସ୍ ଟ୍ୟାଗ୍ କାଢି ନ ଥିଲେ। ତାଙ୍କର ଏହି ଭୁଲ୍ ମିଡିଆ କ୍ୟାମେରା ଆଗରେ ଧରା ପଡ଼ି ଯାଇଥିଲା। ଆଉ ଏହା ପରେ ଫ୍ୟାନ୍ସମାନେ ଆରମ୍ଭ […]
ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଲୋକପ୍ରିୟତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି। ଏବେ ସେ ଆଉ କେବଳ ସାଉଥ୍ ସୁପରଷ୍ଟାର୍ ହୋଇ ରହିନାହାନ୍ତି। ଏବେ ସେ ବଲିଉଡ୍ ପ୍ରେମୀଙ୍କର ବି ସୁପରଷ୍ଟାର୍ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ‘ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଛି। ନିକଟରେ ଲଣ୍ଡନରେ ମଧ୍ୟ ଏହି ଫିଲ୍ମକୁ ଷ୍ଟାଣ୍ଡିଂ ଓଭେଶନ୍ ମିଳିଥିଲା। ଆଜି ହେଉଛି ପ୍ରଭାସଙ୍କର ଜନ୍ମ ଦିନ। ଆଜି ସେ ୪୦ ବର୍ଷର […]
ଭୁବନେଶ୍ୱର: ଆସନ୍ତାକାଲି ଯାଏ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ୨୪ ଘଣ୍ଟା ପରେ ଆଭ୍ୟନ୍ତରୀଣ ଓ ଭପକୂଳ ଓଡିଶାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାମାନ୍ୟ ବର୍ଷା ହେବା ସହ ତାପମାତ୍ରା ହ୍ରାସ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୪-୫ ଦିନ ପର୍ଯ୍ୟନ୍ତ ଏହି କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ […]
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିଛି। ବିଶାଖାପଟଣାରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଚେନ୍ନାଇ ୬ ଓ୍ୱିକେଟରେ ବିଜୟୀ ହୋଇଛି। ପୂର୍ବରୁ ଫାଇନାଲ୍ରେ ପ୍ରବେଶ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ଭେଟିବ। ଗତକାଲି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୪୭ ରନ କରିଥିଲା। ଏହାର ଜବାବରେ ଚେନ୍ନାଇ ମାତ୍ର ୪ ଓ୍ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଟିମ୍ […]
ପୁରୀ(ମଧୁସୂଦନ ମିଶ୍ର): ବାତ୍ୟା ‘ଫୋନି’ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସହରରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି ସେନେଇ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସ୍ଥିତି ପରଖିଛନ୍ତି। ସେ ଜିଲ୍ଲା ସଦର ଚିକିତ୍ସାଳୟରେ ଆହତଙ୍କୁ ଭେଟି କିଭଳି ଚିକିତ୍ସା ଚାଲିଛି ପଚାରି ବୁଝିଥିଲେ। ଏହାପରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ସରକାରଙ୍କ ଆନ୍ତରିକତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରରେ ଉପା ସରକାର ଥିବା ବେଳେ ପୁରୀରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ନିର୍ମାଣ […]
ଭୁବନେଶ୍ୱର: ବିଦ୍ୟୁତ୍ ସଂଯୋଗରେ ବିଳମ୍ବ ଯୋଗୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଉଛନ୍ତି। ଗତକାଲି ସନ୍ଧ୍ୟାରେ ମୁଣ୍ଡାସାହି ବାସିନ୍ଦା ସିଆରପି-ବରମୁଣ୍ଡା ରାସ୍ତା ଅବରୋଧ କରିଥିଲେ। ଏଥିପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ନୟାପଲ୍ଲୀରେ ଥିବା ବିଦ୍ୟୁତ୍ ବିଭାଗ ଅଫିସରେ ମଧ୍ୟ ଲୋକମାନେ ହୋହଲ୍ଲା କରିଥିଲେ। ଏଥିସହ ପ୍ରଶାନ୍ତି ବିହାର ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବାରୁ କିଟ୍ ମୁଖ୍ୟ ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ୨ଘଣ୍ଟା ପର୍ଯ୍ୟନ୍ତ ଅବରୋଧ […]
ନୂଆଦିଲ୍ଲୀ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଦିଲ୍ଲୀର ୭ଟି ଆସନ ପାଇଁ ମତଦାନ ହେବ। ହେଲେ ଏହା ପୂର୍ବରୁ ପୂର୍ବ ଦିଲ୍ଲୀ ଲେକସଭା ଆସନର ଆମ୍ ଆଦମି ପାର୍ଟି (ଆପ୍) ପ୍ରାର୍ଥୀ ଆତୀଶ ମାରଲେନାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍। ଏହି ଆପତ୍ତିଜନକ ପୋଷ୍ଟରକୁ ନେଇ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି। ତେବେ ଗତକାଲି ଏ ନେଇ ବିଜେପି ପ୍ରାର୍ଥୀ ତଥା ପୂର୍ବତନ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍ଏସ୍) ସହାୟତାର ହାତ ବଢ଼ାଇଛି। ସଂଘ ପକ୍ଷରୁ ୧ ଲକ୍ଷ ୬୪ ହଜାର ୭୬ଜଣ ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି, ତାରପୋଲିନ ଓ ଔଷଧ ଯୋଗାଇ ଦିଆଯାଇଛି। ଏହାସହ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୧୦ ହଜାର ପରିବାରକୁ ଆରଏସ୍ଏସ୍ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇବ ବୋଲି ଜଣାପଡ଼ିଛି। ଏଥିସହ କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା […]
ଢେଙ୍କାନାଳ: ବାର୍ହାକୁ ଧକ୍କା ଦେଇ କାର୍ଟିଏ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ବୃଦ୍ଧ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବଂ ଦୁଇ ନାତିନାତୁଣୀ (୫ ବର୍ଷର ନାତି, ୯ ବର୍ଷର ନାତୁଣୀ) ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। […]