ଶ୍ରୀନଗର: ଗୋଟିଏ ପଟେ ଜମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ, ଅନ୍ୟପଟେ ସ୍ଥିତି ପରଖିବାକୁ ୟୁରୋପୀୟ ସାଂସଦଙ୍କ କାଶ୍ମର ଗସ୍ତ- ଏମିତି ଏକ ସମୟରେ ଆତଙ୍କବାଦୀମାନେ ଘଟାଇଛନ୍ତି ନାରକୀୟ କାଣ୍ଡ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏହି ଅଣକାଶ୍ମୀର ଶ୍ରମିକମାନଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ୫ ଜଣ ଶ୍ରମିକ ସେଇଠାରେ ଟଳି ପଡ଼ିଲେ। ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆତଙ୍କବାଦୀମାନେ ରାତିର ଅନ୍ଧାରରେ ଅତି ନିର୍ଦ୍ଦୟ […]
ଜଳେଶ୍ୱର(ଅଜିତ ଦାସ): ବାହାଘର ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରାଣୀବସାଣ ଗାଁରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥଙ୍କୁ ଜଳେଶ୍ୱର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗତ ରାତିରେ ରାଣୀବସାଣ ଗାଁରେ ବିବାହ ଭୋଜି ଖାଇବା ପରେ ବର, କନ୍ୟାଙ୍କ ସମେତ ଗାଁର ୩୦ରୁ ଅଧିକ ଲୋକଙ୍କର ପେଟ ଯନ୍ତ୍ରଣା ହୋଇଥିଲା। ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। ଖାଦ୍ୟ ବିଷାକ୍ତରୁ ଝାଡ଼ାବାନ୍ତି […]
କୁଲଗାମ୍: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୫ ଅଣ କାଶ୍ମୀରୀ ଶ୍ରମିକ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର। ସେମାନଙ୍କ ନାମ କମାଲୁଦ୍ଦିନ, ମୁରସାଲିମ୍, ରୋଫିକ, ନୋମୁଦ୍ଦିନ ଏବଂ ରଫିକୁଲ। ଅନ୍ୟ ଜମେ ଶ୍ରମିକ ଜୋହିରୁଦ୍ଦିନ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ। ଜମ୍ମୁ ପୁଲିସର ସୂଚନା ଅନୁଯାୟୀ ଜମ୍ମୁର କୁଲଗାମ ଜିଲ୍ଲାର କୁତ୍ରୁସା ଗାଁରେ ପଶ୍ଚିମବଙ୍ଗରୁ ଆସିଥିବା ଏହି ଶ୍ରମିକମାନେ କାମ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ପୁରୁଣା ବ୍ରହ୍ମପୁର ସ୍ଥିତ ଗୌଡ଼ ସାହିରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ତାଙ୍କ ନାଁ ଟୁଟୁ ହାତୀ। ସେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ନଅଟା ସମୟରେ ଶ୍ରୀଦୁର୍ଗା କ୍ଲଥ୍ ଷ୍ଟୋର ସମ୍ମୁଖରେ ଥିବା ମଦ ଦୋକାନ ନିକଟରେ ଏହି ଆକ୍ରମଣ ହୋଇଛି। ତେବେ କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ତାହା ଜଣାପଡ଼ିନାହିଁ।
ଇସ୍ଲାମାବାଦ୍: ଜମ୍ମୁ-କଶ୍ମୀରରୁ ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନେତାମାନେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଜଣେ ମନ୍ତ୍ରୀ କହିଛନ୍ତି ଭାରତକୁ କଶ୍ମୀର ପ୍ରସଙ୍ଗରେ ଯେକେହି ଦେଶ ସମର୍ଥନ କରିବ ସେହି ଦେଶ ଉପରେ ମିସାଇଲ ମାଡ଼ କରାଯିବ। ଏପରିକି ଏହି ଦେଶଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନର କଶ୍ମୀର ଏବଂ ଗିଲଗିଟ୍-ବଲୋଚିସ୍ତାନ ବ୍ୟାପାର ଫେଡେରାଲ ମନ୍ତ୍ରୀ ଅଲୀ ଆମିନ୍ ଗନ୍ଦପୁର କହିଛନ୍ତି, କଶ୍ମୀର ବିବାଦକୁ […]
ରାଉରକେଲା: ବିଦ୍ୟୁତ୍ ମରାମତି ପାଇଁ ଭୁବନେଶ୍ୱର ଆସିଥିବା ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ମୃତ ଛାତ୍ର ହେଲେ ଭାସ୍କର ସାହୁ। ବିଦ୍ୟୁତ୍ ମରାମତି ପାଇଁ ଭାସ୍କର ଭୁବନେଶ୍ୱର ଆସିଥିଲେ। ତେବେ ବୁଧବାର ଦିନ ରାତିରେ ରାଉରକେଲା ଫେରିବା ବାଟରେ ଟ୍ରେନ୍ରୁ ଖସି ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଉରକେଲା ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ କଲେଜ ଗେଟ୍ରେ ତାଲା […]
ହାଇଦ୍ରାବାଦ୍: ଦୁଇ ଜଣ ପୁରୁଷଙ୍କୁ ଏକା ସଙ୍ଗରେ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ସମ୍ପର୍କ ରଖିଥିବା ଜଣେ ଯୁବତୀ ଭୟଙ୍କର କାଣ୍ଡ ଘଟାଇଛି। ଝିଅର ଏଭଳି ପ୍ରେମ ସମ୍ପର୍କକୁ ମା’ ବିରୋଧ କରିଥିଲେ। ହେଲେ ଝିଅ ଜଣଙ୍କ ତା’ ବୟଫ୍ରେଣ୍ଡ ସହ ମିଶି ମା’କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଛି। ଖାଲି ସେତିକି ନୁହେଁ, ମା’ର ଶବ ପାଖରେ ଝିଅ ଓ ତା’ର ବୟଫ୍ରେଣ୍ଡ ୩ ଦିନ କାଳ ରହିଥିଲେ। ହାୟଥନଗର ବ୍ଲକ […]
ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ। ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ୍ର ସ୍ଥିତ ଇଣ୍ଟର୍ନ୍ୟାସ୍ନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଛି। ଏହି ବ୍ରେନ୍ ଆଟଲାସ୍ ଦ୍ୱାରା ଅଲ୍ଜାଇମର୍ ଓ ଡିମେନ୍ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗବେଷଣାରେ ପ୍ରକାଶ ପାଇଥିବା […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଉଦ୍ୟୋଗୀମାନଙ୍କୁ ମୁଦ୍ରା ଓ ବିଭିନ୍ନ ଯୋଜନାରେ ଖୁବ୍ଶୀଘ୍ର ଋଣ ମିଳିବ ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ପଡ଼ି ରହିଥିବା ୬ଶହ ଆବେଦନକୁ ୭ଦିନ ମଧ୍ୟରେ ଋଣ ଦେବା ଲାଗି ନିଷ୍ପତ୍ତି ହୋଇଛି। ତେବେ ନୂଆ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀ ମାନଙ୍କୁ ମଧ୍ୟ ଯଥା ଶୀଘ୍ର ଋଣ ଯୋଗାଇ ଦିଆଯିବ ବୋଲି ଏସ୍ବିଆଇ ଡିଜିଏମ୍ ସତ୍ୟନାରାୟଣ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗତକାଲି ୨୫ଜଣ […]
ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ୨୭ ଜଣିଆ ୟୁରୋପୀୟ ସାଂସଦ ମଣ୍ଡଳୀ ଉପତ୍ୟକା ଗସ୍ତରେ ଯାଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ସ୍ଥିତି ସ୍ୱାଭାବିକ ଥିବା ଭାରତ ସରକାର ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। ହେଲେ ପ୍ରଥମେ କଶ୍ମୀର ଗସ୍ତରେ ଯିବାକୁ ନିମନ୍ତ୍ରଣ ପାଇଥିବା ଜଣେ ୟୁରୋପୀୟ ସାଂସଦ ସାଂଘାତିକ ବୟାନ ଦେଇଛନ୍ତି। ୟୁରୋପିଆନ ସଂସଦରେ ନର୍ଥ ୱେଷ୍ଟ ଇଂଲଣ୍ଡକୁ ପ୍ରତିନିଧିତ୍ୱ କରୁଥିବା କ୍ରିସ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର। ଆଜି ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ମାରାଥନ ରାଲି ଓ ରୋଡ୍ ଶୋ’ କରି ଭୋଟ୍ ଭିକ୍ଷା କରିବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଗତକାଲିଠାରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ଆସନ୍ତା ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ପାଇଁ ଭୋଟ୍ […]
ଭୁବନେଶ୍ୱର: ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି। ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍ ପାଣିରେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହି କାଢ଼ାକୁ ଘରେ କିପରି ପ୍ରସ୍ତୁତ କରିବେ। […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ବସିଛି। ଶିବସେନା ୫୦: ୫୦ ଫର୍ମୁଲାକୁ ଢାଲ କରି ବିଜେପିର ସରକାର ଗଠନ ରାସ୍ତାରେ କଣ୍ଟା ହୋଇଥିବାରୁ ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ସେ ଶିବସେନାର ୫୦: ୫୦ ଫର୍ମୁଲାକୁ କୌଣସି ପ୍ରକାରରେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ଏବଂ ସେ ପୁଣିଥରେ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦଳର ସଦସ୍ୟମାନଙ୍କ ଉପରେ ହମ୍ଲା କରିବାକୁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ। ଏହି ସମୟରେ ଟିମ୍ ଇଣ୍ଡିଆ ଉପରେ ହମ୍ଲା କରିବାକୁ ଆତଙ୍କୀମାନେ ଷଡ଼ଯନ୍ତ୍ର କରୁଥିବା ଏକ ଚିଠି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ)କୁ ମିଳିଛି। ଏଥିରେ ଟିମ୍ ଇଣ୍ଡିଆ ଓ ବିରାଟ କୋହଲି ଆତଙ୍କୀଙ୍କ ଟାର୍ଗେଟରେ ଥିବା ଉଲ୍ଲେଖ କରାଯାଇଛି। ଏହି […]
ୱାଶିଂଟନ୍: ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ପୂର୍ବରୁ ଘଟିଥିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ। ମୃତ୍ୟୁ ପରେ ତା’ର ଡିଏନ୍ଏ ପରୀକ୍ଷା ହେବାର ଥିବାରୁ ସେ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ନେଇ ଆସିଥିଲେ। ଏଥିପାଇଁ ବାଗଦାଦି ବିସ୍ଫୋରଣରେ ନିଜକୁ ଉଡ଼ାଇବା ବେଳେ ଅନ୍ତଃବସ୍ତ୍ର ଜରିଆରେ ହିଁ ତା’ର […]
ୱାଶିଂଟନ୍:ସାମ୍ନାକୁ ଆସିଲା ଆମେରିକା ସେନାର ଘାତକ ଅପରେସନ୍ ‘କାଇଲା ମୁଲର୍’ ର ଅସଲି ହିରୋ । ଇଏ ସେହି ଲଢୁଆ ଡଗ୍ ସ୍କାଡର ସଦସ୍ୟ ଯିଏ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍ଦାଦି ନିପାତର ଶ୍ରେୟ ମୁଣ୍ଡାଇଛି। ଏବେ ଚର୍ଚ୍ଚାରେ ଥିବା ଆମେରିକା ସେନାର ଏହି ଲଢୁଆ କୁକୁରର ଫଟୋ ଟ୍ୱିଟରରେ ସେୟାର କରି ଓ୍ୱାଣ୍ଡରଫୁଲ୍ ଡଗ୍ ବୋଲି ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆତଙ୍କବାଦୀଙ୍କ ଆଡ୍ଡାରୁ ବାଗ୍ଦାଦିକୁ ନିପାତ ପାଇଁ […]
ପୁରୀ: ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍ଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗ୍ଦାଦିର ମୃତ୍ୟୁକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି। ଏଥିରେ ବାଗ୍ଦାଦିର ବାଲୁକା ଚିତ୍ର ସହ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ଶିଳ୍ପୀ ସୁଦର୍ଶନ । ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି।