ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ରାଜ୍ୟର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷତି ହୋଇଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ପ୍ରାଥମିକ ଆକଳନ କରିଛନ୍ତି। ଏ ନେଇ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ସଚିବାଳୟରେ ଆଜି କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ବେଳେ ବାତ୍ୟା ‘ଫୋନି’ ଦ୍ୱାରା ରାଜ୍ୟର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଯିବ। ବାତ୍ୟାରେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ ବିଭାଗ ୧୦ କେଜିରୁ ଅଧିକ ହରିଣ ମାଂସ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି। କୁଲଡିହା ଅଭୟାରଣ୍ୟର ସିନ୍ଦୁରଗୌରି ଅଞ୍ଚଳରେ ୨ ଶିକାରୀଙ୍କ ନିକଟରୁ ହରିଣ ମାଂସ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ତେଣ୍ଡା ଅଞ୍ଚଳରୁ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ସେହିପରି […]
ଭବାନୀପାଟଣା: କଳାହାଣ୍ଡିରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଠିକାଦାରଙ୍କ ଗାଡ଼ି ପୋଡ଼ି ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମଦନପୁର ରାମପୁର ଥାନା ଅଞ୍ଚଳର ନୂଆମୁଣ୍ଡାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି। ଉର୍ଲାଦାନୀରୁ ଲହାଡ଼ିକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଉଛି। ତେବେ ରାସ୍ତା ନିର୍ମାଣ କାମରେ ନିୟୋଜିତ ଠିକାଦାରଙ୍କ ୫ଟି ଟ୍ରାକ୍ଟର, ୨ଟି ଜେସିବି ଓ ମିକ୍ସର ମେସିନ୍ ମାଓବାଦୀ ପୋଡ଼ି ଦେଇଛନ୍ତି। ନୂଆମୁଣ୍ଡାରେ […]
ବଲାଙ୍ଗିର: ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼। ମୃତ ମହିଳା ପୁଷ୍ପାଞ୍ଜଳି ବାରିକଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଦିନ ପୁଷ୍ପାଞ୍ଜଳିଙ୍କ ମୃତଦେହ ବଲାଙ୍ଗିର ରେଲୱେ ଷ୍ଟେସନ ପଛପଟୁ ଉଦ୍ଧାର ହୋଇଥିଲା। ତାଙ୍କ ସ୍ୱାମୀ ମାଟିଆ ବାରିକଙ୍କ ଫୋନ୍ ସୁଇଚ ଅଫ ଥିବା ବେଳେ ସେ ଫେରାର ଅଛନ୍ତି। ତେଣୁ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ ଅଭିଯୋଗ […]
କୋଲକାତା: କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍ ଶୋ’ ବେଳେ ଉତ୍ତେଜନା। ଗତକାଲି କୋଲକାତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟିଏମ୍ସି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଶାହଙ୍କ ଗସ୍ତକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି କିଛି ବିଜେପି କର୍ମୀ ବିଶ୍ୱବିଦ୍ୟାଳୟ ପରିସରରେ ପଶି ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ବିଶ୍ୱବିଦ୍ୟାଳୟ ପରିସରରୁ ପଥର ମାଡ଼ ହୋଇଥିବା […]
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହା ପରେ ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଦିଲ୍ଲୀ ଫେରିଯିବେ। ଓଡ଼ିଶା ଗସ୍ତରେ ଆସିଥିବା ଏହି ଟିମ୍ ଗତକାଲି ପୁରୀ ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଗୋଟିଏ ଟିମ୍ ପୁରୀ ଜିଲ୍ଲାର ନିମାପଡ଼ା, ସତ୍ୟବାଦୀ, ବଳପୁର ଏବଂ ସାରଙ୍ଗଯୋଡି ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ […]
ପୁରୀ: ‘ଫୋନି’ ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନଙ୍କୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ। ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଅଭୟାରଣ୍ୟର କୋର୍ ଏରିଆରେ ହରିଣଙ୍କୁ ଖୋଜାଯିବ ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି। ଗତ ୩ ତାରିଖରେ ଆସିଥିବା ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍ କରିବା ପରେ ବାଲୁଖଣ୍ଡ ଅଭୟାରଣ୍ୟ ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଅଭୟାରଣ୍ୟରେ ୪୦୦୦ରୁ ଅଧିକ ବିରଳ ଚିତ୍ରା ହରିଣ ସହ […]
ନୟାଗଡ଼: ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ବଡ଼ଧଡ଼ା ଗାଁରେ ଏହି ଘଟଣା ଘଟିଛି। ତାଙ୍କ ନାଁ ଜିତୁ ନାୟକ। ତାଙ୍କ ଘର କୋରଡ଼ା ଗାଁରେ। କେହି ଦୁର୍ବୁତ୍ତ ଜିତୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ତ୍ରିନାଥ ମନ୍ଦିର ପରିସରରେ ମୃତଦେହକୁ ଫୋପାଡ଼ି ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାବିରା ରେଲୱେ ଷ୍ଟେସନ୍ରେ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଆଜି ସକାଳେ ସବିରା ଷ୍ଟେସନ୍ରେ ଯୁବତୀ ଜଣଙ୍କ ଗୁରୁଦେବ […]
ପାରାଦୀପ: ପାରାଦୀପ ସ୍ଥିତ କୁଜଙ୍ଗ ଥାନା ଅନ୍ତର୍ଗତ ମାଳହୁଙ୍କା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଟି ମାଛ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଗତରାତିରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ଲୋକ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ମାଛ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି […]
କଟକ: ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ରେଜଲ୍ଟକୁ ନିର୍ଭୁଲ୍ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି ବୋଲି ହାଜରା କହିଛନ୍ତି। ତେବେ କେତେ ତାରିଖରେ ମାଟ୍ରିକ୍ ରେଜଲ୍ଟ ବାହାରିବ ସେନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ […]
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ବିମାନ ଚଳାଚଳ ବନ୍ଦ ରଖିଥିବା ଜେଟ୍ ଏୟାରୱେଜ୍ କମ୍ପାନୀକୁ ପୁଣିଥରେ ଝଟ୍କା ଲାଗିଛି। କମ୍ପାନୀର ଡେପୁଟି ସିଇଓ ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଅମିତ୍ ଅଗ୍ରୱାଲ ମଙ୍ଗଳବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିଲେ ହେଁ ପଦ ଛାଡ଼ିବାର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ୧.୨ ବିଲିୟନ୍ ଡଲାର ଋଣରେ ବୁଡ଼ି ରହିଥିବା ଜେଟ୍ ଏୟାରୱେଜ୍ ପାଇଲଟଙ୍କ ଠାରୁ ଆରମ୍ଭ କରି […]
ଭୁବନେଶ୍ୱର: ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ସୁରତରେ ଥିବା ପ୍ରବାସୀ ଓଡ଼ିଆ ପରିବାର। ସୁରତରେ ରହୁଥିବା ପ୍ରବାସୀ ଓଡିଆ ରିଲିଫ ସାମଗ୍ରୀ ସଂଗ୍ରହ କରି ଟ୍ରେନ୍ରେ ପୁରୀ ପଠାଇଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ପାଣି ବୋତଲ, ଚୁଡ଼ା, ଚିନି ଓ ବିସ୍କୁଟ୍ ପଠାଯାଇଛି। ଓଡ଼ିଶାଠାରୁ ଦୂରରେ ଥିଲେ ମଧ୍ୟ ପ୍ରଭାବିତଙ୍କ ଅସୁବିଧାକୁ ନଜରରେ ରଖି ରିଲିଫ ସାମଗ୍ରୀ ପଠାଯାଇଛି। ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଓଡିଶାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁରୀ […]
ସୋନପୁର: ଗରମ ପାଣି ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ଗୁରୁତର ଶିଶୁକନ୍ୟା ପଞ୍ଚାନନ ମହାକୁରଙ୍କ ଝିଅ ପ୍ରୀତିମୟୀ। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା, ପ୍ରୀତିମୟୀଙ୍କୁ ଘରୁ ଡାକି ନେଇଥିଲେ। ହେଲେ କିଛି ସମୟ ପରେ ପ୍ରୀତିମୟୀଙ୍କ ଦେହରେ ଗରମ ପାଣି ପଡ଼ି ଯାଇଥିବା ନେଇ ଖବର ମିଳିଥିଲା। ଏହା ଜାଣିବା […]