ଭୁବନେଶ୍ୱର: ରାଜ୍ୟରେ ଇଲେକ୍ଟ୍ରି ଗାଡ଼ିର ନିର୍ମାତା ଓ ଗ୍ରାହକଙ୍କୁ ମିଳିବ ପ୍ରୋତ୍ସାହନ। ଏ ନେଇ ଆସନ୍ତା ମାସକ ମଧ୍ୟରେ ସ୍ୱତନ୍ତ୍ର ନୀତି ଆଣିବେ ରାଜ୍ୟ ସରକାର। ରାଜ୍ୟରେ ଇ-ଯାନ ଚଳାଚଳ ତ୍ୱରାନ୍ୱିତ କରିବାକୁ ବିପୁଳ ରିହାତି ଓ ପ୍ରୋତ୍ସାହନ ଦିଆଯିବ। ଇ-ଯାନ ନିମନ୍ତେ ପବ୍ଲିକ୍ ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଶିଳ୍ପ ବିଭାଗ ପକ୍ଷରୁ ରିହାତି ବ୍ୟବସ୍ଥା ହେବ। ଇ-ଯାନ ନିର୍ମାତାଙ୍କୁ ସୁବିଧାରେ ଜମି ଆବଣ୍ଟନ ସହ ସବ୍ସିଡି ପ୍ରଦାନ ପାଇଁ ଶିଳ୍ପ ବିଭାଗ ବ୍ୟବସ୍ଥା କରିବ। […]
ନୂଆଦିଲ୍ଲୀ: ଆଇପିଏଲ୍ ମହାସମରରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାହିଁକି ନା ଏହି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଟିମ୍ ମୁମ୍ବାଇ ବିପକ୍ଷରେ ଫାଇନାଲ ଖେଳିବ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ଦିଲ୍ଲୀ ପ୍ରବେଶ କରିଛି। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମ୍ଦାର୍ ବ୍ୟାଟିଂରେ ଦିଲ୍ଲୀ ଏହି […]
ଚେନ୍ନାଇ: ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳୁନି ଡ୍ରାଇଭିଂ ଲାଇସେନ୍ସ। ଦେଶର ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ ଡ୍ରାଇଭିଂ ଲାଇସେନ୍ସ ନେବା ପାଇଁ ଆର୍ଟିଓ ଅଫିସ୍ଗୁଡ଼ିକରେ ଲୋକଙ୍କର ଭିଡ଼ ଲାଗୁଛି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍ ସହ ଲାଇସେନ୍ସ ପାଇଁ ଅପେକ୍ଷା କରୁଛନ୍ତି। କିନ୍ତୁ ଯେଉଁ ଯୁବତୀ କିମ୍ବା ମହିଳା ଜିନ୍ସି ବା କେପ୍ରି (ମହିଳାମାନେ ପିନ୍ଧୁଥିବା ୧/୪ ପ୍ୟାଣ୍ଟ) ପିନ୍ଧୁଛନ୍ତି, ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ […]
ବାଲେଶ୍ୱର: ଚାକିରିରୁ ଅବସର ପରେ ରାସ୍ତା କଡ଼ରେ ବସି ଯୋତା ପଲିସ କରୁଛନ୍ତି ଜଣେ ଅବସରପ୍ରାପ୍ତ ଏସ୍ପି ।କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ହେଲେ ସମ୍ପୂର୍ଣ୍ଣ ସତ୍ୟ। ଆଉ କେଉଁଠି ନୁହେଁ, ବାଲେଶ୍ୱର ଏସ୍ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍ପି । ନାଁ ତାଙ୍କର ଉଜ୍ଜ୍ୱଲ କୁମାର ବ୍ରହ୍ମା। ଆହୁରି ଆଶ୍ଚର୍ଯ୍ୟର କଥା ସେ ସମ୍ପୂର୍ଣ୍ଣ ମାଗଣାରେ ଏହି କାମ କରୁଛନ୍ତି। ଘଟଣାଟି ଏମିତି- ବାଲେଶ୍ୱର ଏସ.ପି.ଙ୍କ କାର୍ଯ୍ୟାଳୟ ଆଗରେ […]
ରାଇରଙ୍ଗପୁର (ରାଜେଶ ଶର୍ମା): ମରିଗଲା ମାନବିକତା। ମାଆ ଓ ଛୁଆକୁ ଅଧା ରାସ୍ତାରେ ଛାଡ଼ି ପଳାଇଗଲା ୧୦୨ ଆମ୍ୱୁଲାନ୍ସ! ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ଜାମଦା ଥାନା ମାନବୀର ଗାଁର ଏକ ୬ ମାସର ଅସୁସ୍ଥ ଶିଶୁକୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ଡାକ୍ତର ବାରିପଦା ପିଏମ୍ଆର୍ଏମ୍ ମେଡିକାଲ୍କୁ ରେଫର୍ କରାଯାଇଥିଲା। ତେବେ ୧୦୨ ଆମ୍ବୁଲାନ୍ସରେ ବାରିପଦା ଯାଉଥିବା ବେଳେ ଶିଶୁଟିର ମୃତ୍ୟୁ […]
ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ଭଳି ଆଉ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାରୁ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ସଂପୃକ୍ତ ପୀଡ଼ିତା ଜଣେ କଲେଜ ଛାତ୍ରୀ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। କିଛି ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗଣଦୁଷ୍କର୍ମ ପରଠୁ ପୀଡ଼ିତା ଜଣକ ଭୁବନେଶ୍ୱର […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବୃହତ ରାଞ୍ଚି ବିଜୟ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ବିଶାଳ ବିଜୟ ସହ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ରା଼୍ଞ୍ଚି ଟେଷ୍ଟକୁ ଗୋଟିଏ ଇନିଂସ ଏବଂ ୨୦୨ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ। ରାଞ୍ଚି ଟେଷ୍ଟର ଚତୁର୍ଥ ଦିନରେ ବିଜୟ ହାସଲ କରିଛି ଭାରତ ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ୪୯୭ରନ କରି ପାଳି ଘୋଷଣା କରିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ […]
ନୀଳଗିରି: ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗତକାଲି ଦିନରେ ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଉଦ୍ୟମ ବିଫଳ ହେବା ପରେ ଶ୍ୱଶୁର ବୋହୂକୁ ଠେଙ୍ଗାରେ ପିଟିଥିଲେ। ଏଥିସହ ଶ୍ୱଶୁର ଘର ଲୋକେ ମିଶି ବୋହୂଙ୍କୁ ହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ […]
ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ପୁରୀରେ ଉଜୁଡ଼ି ଯାଇଥିବା ବିଦ୍ୟୁତ୍ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏନେଇ ଏନ୍ଡିଆର୍ଏଫ୍ ଡିଜିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପୁରୀରେ ବିଦ୍ୟୁତ୍ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏନ୍ଡିଆର୍ଏଫ୍ ପକ୍ଷରୁ ଗ୍ୟାସ୍ କଟର ଏବଂ ପ୍ଲାଜ୍ମା କଟର ମେସିନ୍ ସହ କର୍ମଚାରୀ ନିୟୋଜିତ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। NDRF is going to deploy […]
ଛତିଶଗଡ଼: ଛତିଶଗଡ଼ର ଜଣେ ଯୁବକଙ୍କର ସ୍ୱପ୍ନ ଥିଲା ପୁଲିସ ଅଫିସର ହେବେ । ଦିନ ପରେ ଦିନ ଗଡ଼ି ଚାଲିଲା, ହେଲେ ସେ ପୁଲିସ ଅଫିସର ହୋଇ ପାରିଲେ ନାହିଁ। ହତାଶ ହେଲେ, କିନ୍ତୁ ଭାଙ୍ଗି ପଡ଼ିଲେ ନାହିଁ। ସ୍ୱପ୍ନ ପୂରଣ କରିବାକୁ ଉପାୟ ଖୋଜିଲେ ଆଉ ସଫଳ ହେଲେ ମଧ୍ୟ। ହେଲେ ସେ କ’ଣ ଜାଣିଥିଲେ ସ୍ୱପ୍ନ ତାଙ୍କ ପାଇଁ ଏମିତି ମହଙ୍ଗା ପଡ଼ିବ ବୋଲି। ଛତିଶଗଡ ପୋଲିସର କହିବା ଅନୁଯାୟୀ, ରାମେଶ୍ୱର ପଟେଲ ନାମକ […]
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି। ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍ ଲଗାଇଛି। ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି। ପାକିସ୍ତାନର ଏହି ଏକତରଫା ନିଷ୍ପତ୍ତି ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ସେହିପରି ପାକିସ୍ତାନର ଆତଙ୍କବାଦ ଏବେ ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): କିଛି ଦିନର ନିରବତା ପରେ ପୁଣି ଗଞ୍ଜାମରେ ପୁଲିସ୍ର ଏନ୍କାଉଣ୍ଟର। ପୁଲିସ୍ ସହ ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି। ଏଥିରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟର ଓ ୪ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆଜି ଭୋର ସାଢ଼େ ୪ଟା ବେଳେ ଖଲ୍ଲିକୋଟ ଥାନା ନାରାୟଣୀ ମନ୍ଦିର ରାସ୍ତାରେ ଏହି ଗୁଳି ବିନିମୟ ହୋଇଥିଲା। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ […]
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ଯାଏ ଚାଲିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ସଦନର ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଏକାଧିକ ବିଲ୍ ଆଗତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୨ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ମଧ୍ୟ […]
ନୂଆଦିଲ୍ଲୀ: ସନ୍ତାନକୁ ହରାଇବା ଦୁଃଖଠାରୁ ବଡ ଦୁଃଖ ଗୋଟିଏ ମା’ ପାଇଁ ଆଉ କ’ଣ ଥାଇପାରେ ? କାରଣ ସନ୍ତନକୁ ଦୁନିଆକୁ ଆଣିବା ପାଇଁ ମା’ଟିଏ ଯେତେ କଷ୍ଟ ସହିଥାଏ, ବଡ଼ କରିବା ଯେତିକି ପରିଶ୍ରମ, ତ୍ୟାଗ କରିଥାଏ । ତେଣୁ ସେ ସନ୍ତାନର ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରି ନ ଥାଏ। ହେଲେ ଏଠି ଆମେ କହିବୁ ଏମିତି ଜଣେ ମା’ର କଥା, ଯାହାଙ୍କ ଜୀବନ କାହାଣୀ ଯେତିକି ଦୁଃଖଦ ସେତିକି ଆଶ୍ଚର୍ଯ୍ୟଜନକ । ମା’ଟିଏ […]
ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକାର ହୁବ୍ବାଲି ରେଳ ଷ୍ଟେସନ୍ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ରେଳ ଷ୍ଟେସନରେ ଥିବା ଏକ ସନ୍ଦିଗ୍ଧ ପାର୍ସଲକୁ ଜଣେ ବ୍ୟକ୍ତି ଉଠାଉଥିବା ବେଳେ ଏଭଳି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣ ଯୋଗୁ ନିକଟରେ ଥିବା ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ରେଳ ଷ୍ଟେସନରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ତୁରନ୍ତ ରେଳବାଇ ପୁଲିସ୍ ଓ ଅନ୍ୟ ସୁରକ୍ଷାକର୍ମୀମାନେ ପହଞ୍ଚି ସ୍ଥିତି […]
କଟକ: ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟରେ ଆଜିର ଶୁଣାଣି ଶେଷ ହୋଇଛି । ଆସନ୍ତା ନଭେମ୍ବର ୪ରେ ହେବ ପରବର୍ତ୍ତୀ ଶୁଣାଣି । ଅଦାଲତ ଅବମାନନା ପ୍ରସଙ୍ଗରେ ୧୪ ଜଣିଆ ବିଚାରପତିଙ୍କୁ ନେଇ ହାଇକୋର୍ଟ ଫୁଲ୍ ବେଞ୍ଚରେ ହୋଇଥିଲା ଶୁଣାଣି। ଶୁଣାଣି ସମୟରେ ହାଜର ହୋଇ ପକ୍ଷ ରଖିବାକୁ ଅଧିକ ୪ ସପ୍ତାହର ସମୟ ମାଗିଥିଲେ ହାଇକୋର୍ଟ ବାର୍ ସମେତ ଅନ୍ୟ ପ୍ରତିପକ୍ଷ । ହାଇକୋର୍ଟ ବାର ସାଧାରଣ ପରିଷଦରେ ଆଜି ବସିବ ରାଜ୍ୟର ବିଭିନ୍ନ […]
ନୂଆଦିଲ୍ଲୀ:ବଲିଉଡର ମହାନାୟକ ଅମିତାଭଙ୍କ ନାଁ ହିଁ ଯଥେଷ୍ଟ ସୋଶାଲ ମିଡିଆରେ ଚର୍ଚ୍ଚା ପାଇଁ। ଅମିତାଭ ବି ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥା’ନ୍ତି। ଏପରିକି ନିଜର ଫଟୋ, କବିତା, ଭିଡିଓ ଆଦି ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କ ପାଖରେ ନିଜର ଉପସ୍ଥିତି ଜାହିର କରିଥାନ୍ତି। ନିକଟରେ ଏକ ଫଟୋ ଅମିତାଭ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ ଜରିଆରେ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଏହି ଫଟୋ ତାଙ୍କର ସୋଶାଲ ମିଡିଆରେ ଖୁବ୍ ଭାଇରାଲ […]
ମାଲକାନଗିରି: ନକ୍ସଲ ଭୟରେ ମାଲକାନଗିରି ଜିଲ୍ଲା ଡାବୁଗୁଡାର ବହୁ ଲୋକ ଭିଟାମାଟି ଛାଡ଼ି ସାରିଲେଣି। ପୁଣି ଗୋଟିଏ ପରିବାରର ୧୩ ଜଣ ପ୍ରାଣ ବିକଳରେ ଭିଟାମାଟି ଛାଡିଥିବା ଜଣାଯାଇଛି। ଡାବୁଗୁଡା ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ରାକେଶର ମୃତ୍ୟୁ ପରେ ନକ୍ସଲମାନେ ପ୍ରଜାକୋର୍ଟ କରି ଏହି ପରିବାର ସମସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏତିକିରେ ସରି ନ ଥିଲା ସେମାନଙ୍କ ନିର୍ଯାତନା । ନକ୍ସଲମାନେ ସେମାନଙ୍କର ଘର ଏବଂ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ । […]
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି ଏଜେଣ୍ଡା ଉପରେ ବିଚାରବିମର୍ଷ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଏହି କ୍ୟାବିନେଟ୍ ବୈଠକ ୧୯ତାରିଖ ସନ୍ଧ୍ୟା ୬ଟାରେ ହେବାର ଥିଲା। କିନ୍ତୁ ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ବୈଠକକୁ ୨୧ତାରିଖ ସନ୍ଧ୍ୟା ୬ଟାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। […]
ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଆଜି ସକାଳେ ତାଙ୍କୁ ପ୍ରଥମେ ଗୁଳି କରିବା ପରେ ଗଳାକାଟି ହତ୍ୟା କରିଛନ୍ତି। ଲକ୍ଷ୍ନୌର ଖୁର୍ସିଦ ଭାଗ ଠାରେ କମଲେଶଙ୍କ ନିଜ ଘରେ ଥିବା ହିନ୍ଦୁ ସମାଜ ପାର୍ଟିର ଅଫିସରେ ହିଁ ଏହି ଘଟଣା ଘଟିଛି। ୨ ଜଣ ବ୍ୟକ୍ତି ପ୍ରଥମେ ତାଙ୍କ ଅଫିସ ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ତିୱାରୀଙ୍କ ସହ ମିଶି ସେଠାରେ ଚା’ ପିଇଥିଲେ। […]
ଯାଜପୁର: ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ମୃତ୍ୟୁ ପଛର ରହସ୍ୟ କ’ଣ ? ଏହା ହତ୍ୟା ନା ଆତ୍ମହତ୍ୟା? ଏସବୁକୁ ନେଇ ଲାଗି ରହିଛି ସସ୍ପେନ୍ସ। ପୋଲିସ ଘଟଣାର ଖୋଲତାଡ଼ କରୁଥିଲେ ବି କିଛି ଟେର ପାଉନି। ଅନ୍ଧାରରେ ବାଡ଼ି ବୁଲଉଛି ଯାହା। ସମସ୍ତଙ୍କ ନଜର ସେହି ଗେଷ୍ଟହାଉସ୍ ଉପରେ । ଯେଉଁଠିକୁ ଦିନ ଦ୍ୱିପହରରେ ଯାଇଥିଲେ ପିଇଓ ଏବଂ […]
ନୂଆଦିଲ୍ଲୀ: ରାଜସ୍ଥାନର ରନ୍ଥମ୍ୱୋର ନାଶନାଲ ପାର୍କର ଦୃଶ୍ୟ। ଦୁଇଟି ବାଘ ଲଢୁଛନ୍ତି। ଏକଦମ୍ ଜୀ-ଜାନ୍ ଦେଇ ଲଢୁଛନ୍ତି। ହେଲେ କାହିଁକି ? ଭିଡିଓଟି ସୋଶାଲ ମିଡିଆରେ ଘୂରି ବୁଲୁଛି। ଗୋଟିଏ ଦିନର ୨୪ ହଜାର ଭିଉ ସହ ଅନେକ କମେଣ୍ଟ ମଧ୍ୟ ମିଳିଲାଣି। ଭିଡିଓଟିକୁ ଆଇଏଫଏସ ପ୍ରବୀଣ କାସବାନ୍ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ। କାସବନ୍ଙ୍କ କହିବା ଅନୁଯାୟୀ ଏହି ଦୁଇଟି ବାଘଙ୍କ ଲଢେଇ ଅତ୍ୟନ୍ତ ନୃଶଂସ ଲଢେଇ ଥିଲା। ନାଲପାଲ ପାର୍କରେ ଥିବା ଏହି ଦୁଇ […]
ନୂଆଦିଲ୍ଲୀ: ଏକଥା ସତ, ବଲିଉଡ ଦୁନିଆରୁ ଦୂରରେ ଅଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ହେଲେ ବଲିଉଡ୍ରେ ତାଙ୍କର ଦବ୍ଦବା ଏବେ ବି ରହିଛି। ଅବଶ୍ୟ ଟିକେ ଭିନ୍ନ ଅନ୍ଦାଜରେ। ନିକଟରେ ମାଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହାର କିଛି ଫଟୋ ବି ସୋଶାଲ ମିଡିଆରେ ସେୟାର କରିଛନ୍ତି। ଡାକ୍ତର ଶ୍ରୀରାମ ନେନେଙ୍କ ସହ ମାଧୁରୀ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଏହି ଫଟୋ ଉଠାଇଛନ୍ତି। ଏଥିମଧ୍ୟରୁ ଅନେକ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ […]