• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1314151
ବିଦେଶରେ ପାକିସ୍ତାନ ବିରୋଧରେ ଏମିତି ବର୍ଷିଲେ ଭାରତର ମହିଳା ସାମ୍ୱାଦିକ

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରଣାଳୟର କମିଟି ଆଗରେ ବର୍ଷିଛନ୍ତି ଭାରତର ମହିଳା ସାମ୍ୱାଦିକ ଆରତୀ ଟିକୋ ସିଂହ। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ଦକ୍ଷିଣ ଏସିଆରେ ମାନବ ଅଧିକାର’ ଶୀର୍ଷକ ଆଲୋଚନାରେ ଭାଗ ନେଇ ପାକିସ୍ତାନର ବ୍ୟାଣ୍ଡ ବଜାଇଛନ୍ତି ଆରତୀ ଟିକୋ। କଶ୍ମୀରରେ ହେଉଥିବା ଆତଙ୍କବାଦ କାର୍ଯ୍ୟକଳାପ ବାବଦରେ ସାରା ବିଶ୍ୱର ଗଣମାଧ୍ୟମ ଏବଂ ମାନବାଧିକାର କର୍ମୀ ଆଜିଯାଏ କାହିଁକି ପ୍ରସଙ୍ଗ କରିନାହାନ୍ତି ବୋଲି ପ୍ରଶ୍ନ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ପାକିସ୍ତାନର […]

accident
ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୫ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକ ନିକଟରେ ବସ୍ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ଜଣ ବସ୍‌ ଯାତ୍ରୀଙ୍କ ସମେତ ଟ୍ରକ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁପ୍ତା ନାମକ ବସ୍‌ଟି ରାଉରକେଲାରୁ ଗୟା ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ […]

122333
୩ ଆତଙ୍କୀଙ୍କ ସହ ନିପାତ ହେଲା ଜାକିର ମୂଷାର ଉତ୍ତରାଧିକାରୀ

ଜମ୍ମୁ କାଶ୍ମୀର ପୁଲିସ ଓ ଯବାନଙ୍କ ବଡ଼ ସଫଳତା ଏନକାଉଣ୍ଟରରେ ତିନି ସ୍ଥାନୀୟ ଆତଙ୍କବାଦୀ ନିପାତ ଜାକିର ମୂଷାର ଉତ୍ତରାଧିକାରୀ ମଧ୍ୟ ନିହତ ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନା ଏବଂ ପୁଲିସକୁ ବଡ଼ ସଫଳତା ମିଳିଛି। କାରଣ ଗତକାଲି ଯବାନଙ୍କ ଗୁଳିରେ ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କଶ୍ମୀର ଯୁବକଙ୍କୁ ଆତଙ୍କବାଦରେ ସାମିଲ୍ ହେବାକୁ ପ୍ରବର୍ତ୍ତାଉଥିଲା। ଗତକାଲି ପୁଲ୍‌ୱାମା ଅଞ୍ଚଳର ତ୍ରାଲ୍‌ଠାରେ ଯବାନଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ ୩ ଆତଙ୍କବାଦୀ। ଏହି ତିନି ଆତଙ୍କବାଦୀଙ୍କ […]

khatia
ଆମ୍ବୁଲାନ୍ସ ଆସିଲାନି, ୫ କିମି ଖଟିଆରେ ବୁହା ହେଲେ ରୋଗୀ

ଫୁଲବାଣୀ:ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହାର ପୁଣି ଏକ ନମୁନା ।  ରାସ୍ତା ଖରାପ ଯୋଗୁ ଗାଁକୁ ଗାଡ଼ି ଆସିପାରିଲାନି। ତେଣୁ ଖଟିଆରେ ବୁହା ହେଲେ ରୋଗୀ। ଏଥର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ମୁଣ୍ଡିମାସକା ଗାଁରେ। ମୁଣ୍ଡିମାସକା ଗାଁର କାମିନ ମଲ୍ଲିକ ନାମକ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ନଆସିବାରୁ ମହିଳାଙ୍କୁ ଗାଁରୁ ପ୍ରାୟ ୫ […]

1111111
ଦାଦା ହେଲେ ବିସିସିଆଇ ବସ୍

ମୁମ୍ୱାଇ: ଆଜିଠୁ ବିସିସିଆଇରେ ଆରମ୍ଭ ହେଲା ସୌରଭ ଯୁଗ। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଏବେ ଭାରତର ସଫଳତମ କ୍ରିକେଟର ଏବଂ […]

aftermath of fani
‘ଫୋନି’ ପରେ କ୍ଷତିଗ୍ରସ୍ତ ନିମେଇସାପୁର ଗାଁରେ ଅଧିକାରୀଙ୍କ ପାଦ ପଡ଼ିନି

କଟକ: ଘର ଉପରୁ ଉଡ଼ିଯାଇଛି ଚାଳ ଛପର। ଆଉ ଖୋଲା ଆକାଶ ତଳେ କଟୁଛି ଜୀବନ। ଖାଲି ଏତିକି ନୁହେଁ ଘରେ ଥିବା ଆସବାବପତ୍ର ସବୁ ନଷ୍ଟ ହୋଇଯାଇଥିବାରୁ ରାନ୍ଧିକି ଖାଇବା ବି କଷ୍ଟକର ହୋଇପଡ଼ୁଛି। କଟକ ସଦର ନିମେଇସାପୁର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସାମୁଦ୍ରିକ ଝଡ଼ ‘ଫୋନି’ ଯିବାର ସପ୍ତାହେ ବିତି ଯାଇଥିଲେ ସୁଦ୍ଧା ବାତ୍ୟା କ୍ଷତିଗ୍ରସ୍ତ ନିମେଇସାପୁର ଗାଁରେ ଏଯାଏ ପ୍ରଶାସନର ଦେଖାନାହିଁ। ନା ମିଳିଛି ରିଲିଫ ନା ହୋଇଛି […]

224345566
ନେତାଙ୍କୁ ଜୋତାମାଳ ପିନ୍ଧାଇ, ଗଧ ପିଠିରେ ବସାଇ ବୁଲାଇଲେ

ଜୟପୁର: ମଙ୍ଗଳବାର ୨ ଜଣ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇବା ସହ ମୁହଁ କଳା କରି କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି ଦଳର କର୍ମୀ। ଏହି ଦୁଇ ନେତା ଟିକେଟ୍‌ ବଣ୍ଟନରେ ଦୁର୍ନୀତି କରିଥିବା ଦର୍ଶାଇ କର୍ମୀମାନେ ଏପରି କରିଥିବା କୁହାଯାଉଛି। ଜାତୀୟ ସଂଯୋଜକ ରାମଜୀ ଗୌତମ ଏବଂ ଦଳର ପୂର୍ବତନ ରାଜସ୍ଥାନ ସଭାପତି ସୀତାରାମଙ୍କ ମୁହଁ ଏଭଳି କଳା କରାଯାଇଛି। ସେମାନେ ରାମଜୀଙ୍କୁ ଗଧରେ ବସାଇ ସ୍ଥାନୀୟ ଏକ କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି। ସେଠାରେ ଥିବା ଜଣେ […]

supreme court
ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି

ନୂଆଦିଲ୍ଲୀ: ଚଳିତ ମାସ ମେ ୧୩ ତାରିଖରୁ ଜୁନ ୩୦ ତାରିଖ ଯାଏ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ରହିବ। ତେବେ ମେ ୨୫ରୁ ୩୦ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଛୁଟିରେ ରହିବେ ବୋଲି ଜଣାପଡ଼ିଛି। ଜୁଲାଇ ୧ ତାରିଖରେ ସୁପ୍ରିମକୋର୍ଟ ପୁଣି ଖୋଲିବ। ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ୩ଟି ପର୍ଯ୍ୟାୟରେ ବିଚାରପତି ମାନେ ଛୁଟିରେ ଯିବେ। ମେ ୧୩ରୁ ୨୮ ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ମେ ୨୯ରୁ […]

1233
ଡାକ୍ତରଖାନାରେ ଭର୍ତ୍ତି ହେଲେ ରବର୍ଟ ଭଦ୍ରା

ନୋଏଡ଼ା: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଭୀଷଣ ପିଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୋଏଡ଼ା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବେ ନୋଏଡ଼ାରେ ଥିବା ମେଟ୍ରୋ ମଲଟିସ୍ପେଶାଲିଟି ହସ୍ପିଟାଲର ଅର୍ଥୋପେଡିକ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଗତାକାଲି ରାତିରେ ନିଜେ ପ୍ରିୟଙ୍କା ତାଙ୍କୁ ହସ୍ପିଟାଲ ଆଣିଥିଲେ। ରାତିତମାମ ସେ ହସ୍ପିଟାଲରେ ରହିବା ପରେ ସକାଳୁ ଘରକୁ ଯାଇଛନ୍ତି। ହେଲେ […]

dharmendra pradhan
ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପରେ ଅନଲାଇନ୍ କାରବାର ସ୍ୱାଭାବିକ ହେବ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୈଳ ବିକ୍ରି ପ୍ରକ୍ରିୟା ଧରେ ଧୀରେ ସ୍ୱାଭାବିକ ହେଉଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକରେ ପେଟ୍ରୋଲ, ଡିଜେଲ ଓ LPG ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ୨୩୪ଟି ପେଟ୍ରୋଲ ପମ୍ପରୁ ଆଜି ସୁଦ୍ଧା ୨୩୨ଟି କାର୍ଯ୍ୟକ୍ଷମ ହୋଇଛି। ବାକି ୨ଟି କାଲି କାର୍ଯ୍ୟକ୍ଷମ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ୮ଟି ମୋବାଇଲ୍ ଟ୍ୟାଙ୍କର ଯୋଗେ ଡିଜେଲ, ପେଟ୍ରୋଲ […]

222222
ହେଲ୍‌ମେଟ୍‌ ପିନ୍ଧି ଟ୍ରାଫିକ୍‌ ନିୟମ ବୁଝାଇଲା କୁକୁର

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଭେଇକ୍ଲି ଆକ୍ଟ ଆସିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା। ଏ ସଂକ୍ରାନ୍ତ ଅନେକ ରୋଚକ ଖବର ଓ ଫଟୋ ଆମେ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ। ‍ଫଟୋରେ ଦେଖିବାକୁ ମିଳିଛି ଏକ କୁକୁର ବାଇକ୍‌ରେ ପଛପଟେ ବସିଛି ଏବଂ ସେ ବି ହେଲମେଟ ପିନ୍ଧିଛି। ମାଲିକ ମଧ୍ୟ […]

new vc
ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ଓୟୁଏଟିର ନୂଆ କୁଳପତି

ଭୁବନେଶ୍ୱର: ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ହେଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏବେ ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ ତାରିଖରେ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ […]

11111
କଙ୍ଗାରୁକୁ ପାଣିରୁ ଉଦ୍ଧାର କଲା ପୁଲିସ, ଆଉ ତା ପରେ ....

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କାନବେରାରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନଦୀରେ ଏକ କଙ୍ଗାରୁ ବୁଡ଼ି ଯାଉଥିବା ଦେଖି ଦୁଇ ଜଣ ପୁଲିସ କର୍ମଚାରୀ ବହୁ କଷ୍ଟରେ ତାକୁ ଉଦ୍ଧାର କଲେ। ହେଲେ ତା’ପରେ କଙ୍ଗାରୁ ଏମିତି କାମ କଲା…  ପାଣିରୁ କଙ୍ଗାରୁକୁ ଉଦ୍ଧାର କରିବାର ଦୃଶ୍ୟକୁ କେହିଜଣେ ମୋବାଇଲରେ ରେକର୍ଡିଂ କରିଥିଲେ ଯାହାର ଭିଡିଓ ଭାଇରାଲ ହୋଇଛି। ପୁଲିସ  କର୍ମୀମାନେ କଙ୍ଗାରୁକୁ ଥରେ ବହୁ କଷ୍ଟରେ ପାଣିରୁ ଉଦ୍ଧାର […]

sarathi
କୋର୍ଟରେ ହାଜର ହେଲେ ସାରଥି

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସ୍‌ସି/ଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଆଜି କୋର୍ଟରେ ଅନ୍ୟ ୨ଦୁଇ ଜଣ ସାକ୍ଷୀ ଅନୁପସ୍ଥିତ ରହିବାରୁ ଚାର୍ଜଫ୍ରେମ୍ ହୋଇପାରିନାହିଁ। ଆସନ୍ତା ୧୭ରେ ସାରଥିଙ୍କୁ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

0000000000001
ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ଭୋଟ ପାଇବେ ରୀତା !

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଭୋଟ ପାଇବାରେ ମୁଖ୍ୟମନ୍ତ୍ରୀଙ୍କୁ ଟପିଯିବେ ରୀତା ସାହୁ । ଏଭଳି ଆକଳନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।  ସୁଶାନ୍ତ କହିଛନ୍ତି, ଗତ ନିର୍ବାଚନରେ ନବୀନ ଯେତିକି ଭୋଟ ପାଇଥିଲେ, ରୀତା ତାକୁ ଟପିଯିବେ । ସେ ଏକଥା ସିଧାସଳଖ ନ କହିଲେ ମଧ୍ୟ ପରୋକ୍ଷରେ ଏହିପରି ଆକଳନ କରିଛନ୍ତି । ସେ କହିଛନ୍ତି, ଉପନିର୍ବାଚନବେଳେ ବିଜେପୁର ମାହୋଲ ପୂରା ବିଜେଡ଼ି ସପକ୍ଷରେ ଥିଲା। ତେଣୁ ଏଥର  ବିଜେଡି ୧.୨୫ଲକ୍ଷରୁ ୧.୪୦ ଲକ୍ଷ ଭୋଟ […]

pm modi
ୟୁପିରେ ଭଲ ନାହିଁ ବିଜେପିର ସ୍ଥିତି! ବଦଳିପାରେ ମେଣ୍ଟ ଚିତ୍ର

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ଟି ଆସନରୁ ୭୩ଟିରେ ବିଜୟୀ ହୋଇଥିବା ବେଳେ ଏଥର ଅଧାରୁ କମ୍ ଆସନ ପାଇପାରେ। ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ୨୭ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବ୍ରୋକେରାଜେ ଫାର୍ମ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି, ରାଜ୍ୟରେ ମୋଟ ଭୋଟ୍‌ର ୪୫ ପ୍ରତିଶତ ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟକୁ ଯିବ। ସେହିପରି ୩୪.୨ ପ୍ରତିଶତ ଭୋଟ୍‌ […]

12111
ମ୍ୟାଚ୍‌ବେଳେ ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ।  ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ପାଭିଲିୟନ୍‌ରେ କୋଚ୍ ରବି ଶାସ୍ତ୍ରୀ ଶୋଇପଡ଼ିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହାଇଛି। ବିଭିନ୍ନ ମହଲରୁ ରବି ଶାସ୍ତ୍ରୀଙ୍କୁ ଏନେଇ ପ୍ରବଳ ସମାଲୋଚନା କରାଯାଇଛି ।  କିପରି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଚାଲୁଥିବା ବେଳେ ସେ ଶୋଇ ପଡ଼ିଥିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କିଛି କ୍ରୀଡ଼ା ପ୍ରେମୀ । ରାଞ୍ଚିରେ […]

supreme-court
ସମ୍ପୂର୍ଣ୍ଣ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆଉ ୩ ମାସ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ, ସୁପ୍ରିମକୋର୍ଟ ଆଜି ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ଆଉ କିଛିଦିନ ସମୟ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଏହି ବିବାଦୀୟ ମାମଲାର ସମସ୍ତ ରିପୋର୍ଟ ଦାଖଲ କରିବାକୁ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍‌ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ […]

44444444444444
ମାଓବାଦୀ ନାଁରେ ଟଙ୍କା ମାଗୁଥିଲେ, ଧରାପଡ଼ିଲେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ପୁଲିସ ଆଜି ଆଉ ତିନିଜଣ  ନକଲି ମାଓବାଦୀକୁ  ଗିରଫ କରିଛି।  ମାଓବାଦୀ ନାମରେ ଏମାନେ  ନାରାୟଣପାଟଣାର ଦୀପକ ବୁଧୱାର ନାମକ ଜଣେ  ସୁପର କ୍ଲାସ କଣ୍ଟ୍ରାକ୍ଟରଙ୍କ ଠାରୁ  ୨୫ ଲକ୍ଷ ଟଙ୍କା ଦାବି କରି ଆସୁଥିଲେ। ଏ ନେଇ କଣ୍ଟ୍ରାକ୍ଟରଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ।  ପୁଲିସ ଘଟଣାର ତଦନ୍ତ କରି ଏମାନଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ନାରାୟଣପାଟଣା ବ୍ଲକର ବୋଲି ଜଣାପଡ଼ିଛି। ତେବେ ଦୁଇଜଣ ସେମିଳିଗୁଡ଼ାରେ ରହୁଥିଲେ।  ଏମାନେ […]

basudevpur
ବିଷାକ୍ତ ଫଳ ଖାଇ ଜଣେ ମୃତ, ୨ ଗୁରୁତର

ବାସୁଦେବପୁର(କୀର୍ତ୍ତି ଦାସ): କାଳ ହେଲା ବିଷାକ୍ତ ଫଳ। ଜ୍ୱର ଭଲ ହେବା ପାଇଁ କୋଚିଲା ଫଳ ଚୋପା ସିଝେଇ ଖାଇବାରୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ବିନାକାରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଥିବାବେଳେ ଆଉ ଜଣେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

gaga
ସଂସ୍କୃତ ଶ୍ଲୋକ ଟ୍ୱିଟ୍‌ କଲେ ହଲିଉଡ୍‌ ଷ୍ଟାର୍; ଏବେ ଭାଇରାଲ୍

ନୂଆଦିଲ୍ଲୀ: ହଲିଉଡ୍‌ରେ ଲୋକପ୍ରିୟ ଅଭିନେତ୍ରୀ ତଥା ପପ୍‌ ସିଙ୍ଗର୍‌ ଲେଡି ଗାଗା ସୋଶାଲ୍ ମିଡିଆରେ ଖୁବ୍‌ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଶୋସାଲ୍‌ ମିଡିଆରେ ମାଧ୍ୟମରେ ସେ ସବୁବେଳେ ଫ୍ୟାନ୍‌ଙ୍କ ଗହଣରେ ରୁହନ୍ତି। କିନ୍ତୁ ନିକଟରେ ସେ ଏକ ଟ୍ୱିଟ୍‌ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଟ୍ୱିଟ୍‌ ଦେଖିବାମାତ୍ରେ ତାଙ୍କ ଫ୍ୟାନ୍‌ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ଖୁସି ବି ହେଉଛନ୍ତି। କାରଣ ଗାଗା […]

summer
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି; ଆହୁରି ୨ ଦିନ ଯାଏ ଲାଗି ରହିବ ହିଟ୍‌ ୱେଭ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ନାକେଦମ୍ କଲାଣି। ଆହୁରି ଦୁଇ ଦିନ ଯାଏ ଏଭଳି ହିଟ୍ ୱେଭ୍‌ ଲାଗି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଉପକୂଳ ଓଡ଼ିଶାରେ ପାରଦ କମ୍ ରହୁଥିଲେ ମଧ୍ୟ ଆଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ସୁବର୍ଣ୍ଣପୁର […]