• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

11111
୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍‌ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି […]

2323223
୩୦୦ ନର୍ସିଂହୋମ୍‌ରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା। ଏହି ଯୋଜନାରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୩୦୦ ନର୍ସିଂହୋମ୍ ଆଉ ରୋଗୀଙ୍କୁ ସେବା କରିବେନି । ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାରୀ ମେଡିକାଲ ସହ ପ୍ରାୟ ୩ଶହ ନର୍ସିଂହୋମ ଅନୁବନ୍ଧିତ ହୋଇଥିଲେ । ତେବେ ୨୦୧୭ରୁ ସେମାନଙ୍କୁ ବକେୟା ଅର୍ଥ ମିଳିନି। ପ୍ରାୟ […]

1313223
ଜିଓର IUC ଚାର୍ଜ କ'ଣ ? ଉପଭୋକ୍ତାଙ୍କ ପକେଟରୁ କେମିତି କଟିବ ପଇସା ଜାଣନ୍ତୁ

ଭୁବନେଶ୍ୱର: ଅକ୍ଟୋବର୍‌ ୧୦ ତାରିଖରୁ ଟେଲିକମ୍‌ କମ୍ପାନୀ ଜିଓ ଆଉ ଫ୍ରି କଲ୍‌ ସୁବିଧା ଦେବନାହିଁ ବୋଲି ଘୋଷଣା କରିଥିଲା। ଏଥିପାଇଁ ଗ୍ରାହକଙ୍କୁ IUC ଚାର୍ଜ ଦେବାକୁ ପଡ଼ିବ। ଜିଓ ରିଚାର୍ଜ ସହିତ IUC ଚାର୍ଜ ପାଇଁ ଗ୍ରାହକ ଅଲଗା ଟକ୍‌ଟାଇମ୍‌ ରିଚାର୍ଜ କରିବେ। ଏହି ଖବର ଶୁଣିବା ମାତ୍ରେ ଅନେକ ଗ୍ରାହକ ଘଟଣାଟିକୁ ସମ୍ପୂର୍ଣ୍ଣ ବୁଝିପାରିନଥିଲେ। ଗୋଟିଏ ରିଚାର୍ଜ ପରେ ପୁଣି ଆଉ ଗୋଟିଏ ରିଚାର୍ଜ କରିବାକୁ ପଡ଼ିବ ବୋଲି ଭାବି ଏବେ ବି ଅନେକ […]

basant panda
ଦାମଙ୍କୁ କେବେ ବି ଅଣଦେଖା କରାଯାଇନି-ବସନ୍ତ ପଣ୍ଡା

ଭୁପନେଶ୍ୱର: ବିଜେପିରେ ମିଶିବାର ୭ ମାସ ପରେ ଆଜି ବରିଷ୍ଠ ନେତା ଦାମୋଦର ରାଉତ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ସାରିଛନ୍ତି। ଦଳରେ ତାଙ୍କ  ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନ ଥିବା ଅନୁଭବ କରି ସେ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ  ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏ ନେଇ ମୁହଁ ଖୋଲିଛନ୍ତି।  କହିଛନ୍ତି, ଦଳରେ […]

hus
କାଠଯୋଡ଼ିରେ ନିଖୋଜ ଦେବବ୍ରତଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର:ପତ୍ନୀ ଓ ପୁତ୍ରଙ୍କ ସାମ୍ନାରେ କାଠଯୋଡ଼ି ପୋଲରୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତଙ୍କ ମୃତଦେହ ଆଜି ମିଳିଛି।  ଗୋବିନ୍ଦପୁର ଥାନା ରହମ୍ବା ନିକଟ ଦେବୀ ନଦୀ କୂଳରୁ  ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେବବ୍ରତଙ୍କର ବୋଲି ସ୍ପଷ୍ଟ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି। ଗତ ୯ ତାରିଖ ନିଆଳି କରଞ୍ଜ ଗାଁର ଦେବବ୍ରତ ମହାପାତ୍ର ବାଇକ୍‌ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ। ସାଥୀରେ ତାଙ୍କର ପତ୍ନୀ ଓ ପୁଅ ଥିଲେ।  ହଠାତ୍‌ ଦେବବ୍ରତ ନିଜ ବାଇକକୁ […]

122334
ବିଜେପିରେ ମିଶିବାର ନିଷ୍ପତ୍ତି ଭୁଲ ଥିଲା-ସମ୍ବିତ

ଭୁବନେଶ୍ୱର: ‘ଏକ ଦୁର୍ବଳ ମୁହୂର୍ତ୍ତରେ ବିଜେପିରେ ମିଶିବାର ନିଷ୍ପତ୍ତି ଭୁଲ ଥିଲା। ହେଲେ ବିଜୁ ବାବୁଙ୍କ ଆଦର୍ଶରେ ଦୀର୍ଘ ବର୍ଷ ନିଜକୁ ହଜାଇ ଦେବା ପରେ ଆଉ ଏକ ଦଳରେ ନିଜକୁ କମ୍ଫଟେବ୍‌ଲ ମନେ ନ କରିବା ସ୍ୱାଭାବିକ । ତେଣୁ ତାଙ୍କ (ଦାମ ରାଉତ) ସହ ସେମିତି କିଛି ହୋଇଥିବ, ଯେଉଁଥିପାଇଁ ସେ ଇସ୍ତଫା ଦେଇଥିବେ’ ବୋଲି କହିଛନ୍ତି ଦାମଙ୍କ ପୁଅ ସମ୍ବିତ ରାଉତରାୟ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୪ରେ ନୂଆଦିଲ୍ଲୀରେ […]

12111
କାଶ୍ମୀରରେ ବିଶାଳ ବିକ୍ଷୋଭ, ଓମାର ଓ ଫାରୁକଙ୍କ ଭଉଣୀ ଅଟକ

ଶ୍ରୀନଗର: ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା କୋହଳ ପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ମହିଳା ସଭିଲ୍‌ ସୋସାଇଟ୍‌ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ ସୈଫିଆ ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରାୟା ଅବଦୁଲ୍ଲା ଭାଗ ନେଇଥିଲେ। ତେବେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇ ଅଟକ ରଖିଛନ୍ତି। ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ବାଶିର ଅହମ୍ମଦ […]

qw-4
ଭୟଙ୍କର ଆକ୍ସିଡେଣ୍ଟ; ବସ୍‌ ଓଲଟି ଚାଲିଗଲା ୮ ଜୀବନ

ସୁକମା: ଆନ୍ଧ୍ରପ୍ରଦେଶ-ଛତିଶଗଡ଼ ସୀମାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବସ୍‌ରେ ଥିବା ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ମାରେଡୁମିଲ୍ଲି ଓ ଚିଣ୍ଟୁର ଅଞ୍ଚଳ ମଧ୍ୟରେ […]

43434334
ଅଯୋଧ୍ୟା ମାମଲାରେ କୋର୍ଟରେ ଏମିତି ଯୁକ୍ତି ଉପସ୍ଥାପନ କଲେ ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଦୀର୍ଘ ୩୯ ଦିନ ହେଲା ନିୟମିତ ଶୁଣାଣି ହେଉଥିବା ଅଯୋଧ୍ୟା ଜମି ବିବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ସମ୍ଭବତଃ ଆସନ୍ତାକାଲି ଏହି ନିୟମିତ ଶୁଣାଣି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ଆଜି ଶୁଣାଣିର ୩୯ ତମ ଦିନରେ ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ପୂର୍ବରୁ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠ ଅକ୍ଟୋବର ୧୭ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହେବ ବୋଲି କହିଥିଲେ। ସେହିପରି ସିଜେଆଇ […]

1
ସଇଦ୍‌ଙ୍କ ଟାର୍ଜନ ବାଇକ...ଯାହା ଚାଲେ ଇଶାରାରେ

ଭୋପାଲ:୮୦ ବର୍ଷୀୟ ବୃଦ୍ଧଙ୍କ ହାତର ଯାଦୁ ! ୩୨ ବର୍ଷର ପୁରୁଣା ଏକ ଗାଡ଼ିକୁ କରି ଦେଇଛନ୍ତି ଏକ୍‌ଦମ ହାଇଟେକ୍‌ ବାଇକ୍‌। ଏ ଗାଡି ଆପଣ ବ୍ୟବହାର କରୁଥିବା ଗାଡ଼ିଠାରୁ ଯଥେଷ୍ଟ ଉନ୍ନତମାନର। ଏଥିରେ ମୋବାଇଲ ଚାର୍ଜରଠାରୁ ଆରମ୍ଭ କରି ଏଟିଏମ୍‌ ମେସିନ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ରହିଛି। କହିବାକୁ ଗଲେ, ଏଇ ଗାଡ଼ି ଯେମିତି ତାଙ୍କ ଇଶାରାରେ କାମ କରୁଛି। ଏହି ହାଇଟେକ ଇଞ୍ଜିନିୟର ହେଉଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ବରେଲି ଅଞ୍ଚଳର ମହମ୍ମଦ ସଇଦ। […]

1313223
5-Tକୁ ଏମିତି ସମାଲୋଚନା କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ୨୦ ବର୍ଷ ପରେ 5-ଟି ? ୨୦ ବର୍ଷ ଆଗରୁ ହେଲାନି ? ଏଇଟା ତ କାମ ସରକାରଙ୍କର, ବଡ କଥା କ’ଣ ? ଏମିତି କହି  ରାଜ୍ୟ ସରକାରଙ୍କ 5-ଟି ଆକ୍ସନକୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମଧ୍ୟ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଚାଲିଥିବା ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ଅପରାଜିତା ୫ଟିକୁ କଟାକ୍ଷ କରି ୨୦ ବର୍ଷ ପରେ ରାଜ୍ୟ ସରକାରଙ୍କ ମନେ ପଡିଲା ବୋଲି କହିଛନ୍ତି […]

11111
ଜବରଦଖଲକାରୀଙ୍କ କବଳରୁ ମୁକୁଳିବେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ପରେ ଏବେ ଶ୍ରୀଲିଙ୍ଗରାଜ ମଧ୍ୟ ଜବର ଦଖଲକାରୀଙ୍କ କବଳରୁ ମୁକୁଳିବେ । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏହି ଅଭିଯାନ ପାଇଁ ମନ୍ଦିର ପ୍ରଶାସନ, ବିଏମ୍‌ସି ଓ  ବିଡିଏ ମିଳିତ ଭାବେ ଏକ ସ୍କ୍ୱାଡ ଗଠନ କରିଛନ୍ତି  । ଜବର ଦଖଲ ଉଚ୍ଛେଦ ପୂର୍ବରୁ ମାପଚୂପ କରାଯାଉଛି। ମାପଚୁପ ସରିବା ପରେ ଜବର ଦଖଲ ଉଚ୍ଛେଦ ଅଭିଯାନ କରାଯିବ ବୋଲି ଜଣାପଡ଼ିଛି ।

43433434
ଭୁବନେଶ୍ୱର ବିମାନ ବନ୍ଦରରୁ ମିଳିଲା ଦାମୀ ସିଗାରେଟ୍‌

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ସ୍ମଗଲ୍‌ରଙ୍କ ପାଇଁ ଯେମିତି ପାଲଟି ଯାଇଛି ସ୍ୱର୍ଗ।  ସୁନା, ମହଙ୍ଗା ସାମଗ୍ରୀ ପରେ ଏବେ ଏଠାରୁ ଧରାପଡ଼ିଛି ଦାମୀ ସିଗାରେଟ୍।  ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରା ଚାଲାଣ ହେଉଥିଲା ଏହି ମହଙ୍ଗା ସିଗାରେଟ। ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ (DRI) ପକ୍ଷରୁ ୪ ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ ଆଜି ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। କ୍ୱାଲାଲାମ୍‌ପୁର ଭାୟା କୋଲକାତା ହୋଇ ଭୁବନେଶ୍ୱରକୁ ଆସୁସୁଥିଲା ଏହି […]

sbve
କାଲି ହେବ ଓଡ଼ିଶା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ରାଲି, ରାତିରୁ ଭିଡ଼ ନ କରିବାକୁ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରର 120 ଇନ୍‌ଫାନଣ୍ଟ୍ରି ବାଟାଲିୟନରେ ଯବାନ ଭର୍ତ୍ତି  ପାଇଁ  ଆସନ୍ତାକାଲି ନିଯୁକ୍ତି ରାଲି ହେବ।  ଏଥିପାଇଁ ଓଡିଶାର ପରୀକ୍ଷାର୍ଥୀମାନେ ଭୋର ୪ଟାରୁ  ଦିନ ଗୋଟାଏ ପର୍ଯ୍ୟନ୍ତ ରାଲିରେ ଭାଗ ନେଇପାରିବେ । ଏ ନେଇ ୧୨୦ ବାଟାଲିୟନ କମାଣ୍ଡିଂ ଅଫିସର ସୂଚନା ଦେଇଛନ୍ତି । ପୂର୍ବଦିନରୁ ଆସି ଭିଡ଼ ନ କରିବା ପାଇଁ  ସେ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ।  ଦିନ ଗୋଟାଏ ଭିତରେ ଆସିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ରାଲିରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯିବ […]

cyclone fani
ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ଦ୍ରାପଡ଼ା/ଜଗତସିଂହପୁର: କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ରାପ଼଼ଡ଼ା ଜିଲ୍ଲାରେ ବାତ୍ୟା ପୂର୍ବରୁ ମୁକାବିଲା ପ୍ରସ୍ତୁତି ସନ୍ତୋଷଜନକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ଏଠାରେ ଫୋନିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ୨ ଦିନ ମଧ୍ୟରେ ଶତ ପ୍ରତିଶତ […]

swayams mishra
ଚେସ୍‌ ତାରକା ସ୍ୱୟଂଶ୍‌ ମିଶ୍ରଙ୍କୁ ମିଳିଲା ଗ୍ରାଣ୍ଡ୍‌ ମାଷ୍ଟର ପରିଚୟ

ଭୁବନେଶ୍ୱର: ଚେସ୍‌ ତାରକା ଗ୍ରାଣ୍ଡ୍‌ ମାଷ୍ଟର ଭାବେ ନୂଆ ପରିଚୟ ପାଇଲେ ସ୍ୱୟଂଶ୍‌ ମିଶ୍ର। ଦେବାଶିଷ୍ ଦାସଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ ଗ୍ରାଣ୍ଡ୍‌ ମାଷ୍ଟର। ପୋଲାଣ୍ଡରେ ଶେଷ ହୋଇଥିବା ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ ମାଷ୍ଟର ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଏହି ସଫଳତା ହାସଲ କରି ସେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ହେଲେ ଓଡ଼ିଶା ଫେରିବା ପରେ ତାଙ୍କୁ ମିଳିଲା ନାହିଁ କୌଣସି ସ୍ୱାଗତ, ସମ୍ବର୍ଦ୍ଧନା। ଓଡ଼ିଶାବାସୀ ସାମୁଦ୍ରିକ ଝଡ଼ ‘ଫୋନି’ର ମୁକାବିଲା କରୁଥିବା ବେଳେ ସଫଳତା ହାସଲ […]

23424242
ଆଖି ବୁଜିଲା ମହାବଳ ବାଘ ଶୁଭ୍ରାଂଶୁ

ଭୁବନେଶ୍ୱର: ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର  ଆଜି ସକାଳ ୧୦ଟା ୧୫ରେ ମୃତ୍ୟୁ ଘଟିଛି।  ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ଏ ନେଇ ସୂଚନା ଦେଇଛନ୍ତି।   ଗତ ଏକମାସ ଧରି ଶୁଭ୍ରାଂଶୁ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲା । ଶନିବାର ହଠାତ୍‌ ପଡ଼ିଯିବା ପରେ ଶୁଭ୍ରାଂଶୁ ଆଉ ଖାଦ୍ୟ ଗ୍ରହଣ କରୁନଥିଲା। OUAT ବିଶେଷଜ୍ଞଙ୍କ ଦ୍ୱାରା ଶୁଭ୍ରାଂଶୁର ଚିକିତ୍ସା ଚାଲିଥିଲା।  ଶେଷରେ ଶୁଭ୍ରାଂଶୁର ମୃତ୍ୟୁ ଘଟିଛି।   ଶୁଭ୍ରାଂଶୁର ମୃତ୍ୟୁ  ପରେ ନନ୍ଦନକାନନରେ ବାଘ […]

train
ସ୍ୱାଭାବିକ ହେଉଛି ରେଳ ଚଳାଚଳ

ଭୁବନେଶ୍ୱର: ବାତ୍ୟା ପରେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଟ୍ରେନ୍‌ ଆଜିଠୁ ସ୍ୱାଭାବିକ ଯାତାୟତ କରିଛି। ଖଡ଼ଗପୁର-ଯାଜପୁର-କେନ୍ଦୁଝର ପାସେଞ୍ଜର, ଖଡଗପୁର-ଭଦ୍ରକ ପାସେଞ୍ଜର,ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ ଆରମ୍ଭ କରିଛି। ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତ୍ରା କରିଛି। ସେହିପରି ଗତକାଲି ପୁରୀରୁ  […]