ଭୁବନେଶ୍ୱର:ମାତାଲ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ! ନିଶାଗ୍ରସ୍ତ ହୋଇ ଡାକ୍ତର ଜଣେ ବ୍ୟକ୍ତିଙ୍କ ଘରକୁ ପଶି ତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ସହରରେ। ସ୍ଥାନୀୟ ଟାଉନ ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଡାକ୍ତରଙ୍କ ନଁ ଅବିନାଶ ମିଶ୍ର । ରାତି ପ୍ରାୟ ୩ଟାରେ ରେଲେଓ୍ୱ ଷ୍ଟେସନ ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ନିଶାଶକ୍ତ ଅବସ୍ଥାରେ କେହି ଜଣେ ପଶି ଆସିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ […]
ପୁରୀ: ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରୁ ବର୍ତ୍ତି ପାରିନି ମନ୍ଦିର। କୋଣାର୍କ ସୂର୍ଯ୍ୟମନ୍ଦିର ପାଣି ଘେରରେ ଥିବାବେଳେ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିର ମଧ୍ୟ ଜଳମଗ୍ନ ହୋଇ ଯାଇଛି। ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ପାଣିରେ ବୁଡ଼ି ରହିଛି ସୂର୍ଯ୍ୟ ମନ୍ଦିର। ମନ୍ଦିରର ମୁଖ୍ୟ ଭାଗରୁ ଆରମ୍ଭ କରି ପୂରା ସୂର୍ଯ୍ୟ ମନ୍ଦିରରେ ପାଣି ଆଉ ପାଣି। ପର୍ଯ୍ୟଟକ ମନ୍ଦିର ଭିତରକୁ ପଶିବା ଏକରକମ ମୁସ୍କିଲ୍ ହୋଇପଡ଼ିଛି। ମନ୍ଦିର ପରିସରରେ ଆଣ୍ଠୁଏ ଲେଖାଏ […]
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପାହାଡ ଧସି ଘର ଭୁଶୁଡ଼ି ଯାଇଥିବାବେଳେ କେନ୍ଦ୍ରାପଡ଼ାରେ ଅଞ୍ଚଳରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲାରେ ଗତକାଲି ରାତି ତମାମ ବର୍ଷା ଲାଗି ରହିଥିଲା । ଗୁଣପୁରର ରିଜିଙ୍ଗତାଲ ନିକଟରେ ପାହାଡରୁ ପଥର ଧସି ଯାଇଛି। ଫଳରେ ରାସ୍ତା ଉପରେ ପଥର ପଡ଼ି […]
ନୂଆଦିଲ୍ଲୀ: ଶେଷରେ ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର ଅପରେସନ ପାଇଁ ଆଜି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଜିରୋ ଲାଇନ୍ ଅଞ୍ଚଳରେ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିର ଅର୍ଥ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯାଇ ପାରିବେ। ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ତଥାପି […]
ନୂଆଦିଲ୍ଲୀ: ହରିଆଣାରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ୨୦୧୪ରୁ କ୍ଷମତାସୀନ ବିଜେପି ସରକାରରେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା କ୍ୟାପ୍ଟେନ ଅଭିମନ୍ୟୁ ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ତାଙ୍କୁ ଦଳ ନାରନାଉଣ୍ଡ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ସେ ଏଠାରେ ପରାସ୍ତ ହୋଇଛନ୍ତି। କ୍ୟାପ୍ଟେନ ଅଭିମନ୍ୟୁଙ୍କ ବିରୋଧରେ ଏଠାରେ ଦ୍ୟୁଷନ୍ତ ଚୌଟାଲାଙ୍କ ଦଳ ଜେଜେପି ରାମ କୁମାର ଗୌତମଙ୍କୁ ଟିକେଟ୍ ଦେଇଥିଲା। ସେ ପୂର୍ବତନ ବିଜେପି ବିଧାୟକ। ଏଠାରେ ଜୋରଦାର ଟକ୍କର ହେବ […]
ବରଗଡ଼: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ରେକର୍ଡ ସହ ପୁଣି ଥରେ ବାଜି ମାରିଛି ବିଜେଡି। ସାଧାରଣ ନିର୍ବାଚନର ରେକର୍ଡକୁ ଭାଙ୍ଗି ଦଳୀୟ ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି। ରୀତା ମୋଟ ୧, ୩୫, ୯୫୭ ଭୋଟ ପାଇଥିବା ବେଳେ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ପଡ଼ି ଯାଇଛନ୍ତି। ବିଜେପିର ସନତ ଗଡ଼ତିଆଙ୍କୁ ୩୭, ୯୬୭ ଭୋଟ ମିଳିଥିବା ବେଳେ କଂଗ୍ରେସର […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ ଜନମତ ହାସଲ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ବିଭିନ୍ନ ଏକଜିଟ୍ ପୋଲ ଯେଉଁ ଆକଳନ କରିଥିଲେ, ମହାରାଷ୍ଟ୍ରରେ ସେଇଆ ଘଟିବାକୁ ଯାଉଛି। ଅର୍ଥାତ ବିଜେପି ମହାରାଷ୍ଟ୍ରରେ ବଡ଼ ଭାଇ ଓ ଶିବସେନା ତା’ର ସାନ ଭାଇ ହୋଇ କାର୍ଯ୍ୟକରିବ। ସେହିପରି କଂଗ୍ରେସ ଓ ଏନସିପି ମେଣ୍ଟର ସବୁ ଗୋଟି ଚାଳନା ପୁଣିଥରେ ମହାରାଷ୍ଟ୍ରରେ ଫେଲ ମାରିବ। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୨୮୮ […]
ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ବାୟୁ ସୀମା ଭିତରକୁ ପଶି ଆସିଥିବା ଏକ ବିମାନକୁ ଜୟପୁରରେ ବାଧ୍ୟତାମୂଳକ ଜରୁରୀକାଳୀନ ଅବତରଣ କରାଯାଇଛି। ସୂଚନା ଅନୁସାରେ, ଗତକାଲି ପାକିସ୍ତାନ ବାୟୁସୀମାରୁ ଜର୍ଜିଆର ଏକ କାର୍ଗୋ ବିମାନ ଆଣ୍ଟୋନଭ-୧୨ ଏୟାର ଟ୍ରାଫିକ ନିୟମକୁ ଅଣଦେଖା କରି ଭାରତୀୟ ବାୟୁ ସୀମାରେ ପ୍ରବେଶ କରିଥିଲା। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଠାବ କରିବା ପରେ ସମ୍ପର୍କ ରକ୍ଷା ପାଇଁ ଚାହିଁଥିଲେ। କିନ୍ତୁ ପାଇଲଟ କିଛି ଉତ୍ତର ଦେଇନଥିଲେ। ପରେ IAFର […]
ବରଗଡ଼: ବିଜେପୁର ବିଧାନସଭା ଫଳାଫଳ ସ୍ପଷ୍ଟ ହୋଇ ଆସୁଛି। ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଅଛନ୍ତି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୧୭ ରାଉଣ୍ଡ ଗଣତି ଶେଷ ହୋଇ ଯାଇଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗରେ ଥିବାବେଳେ ବର୍ତ୍ତମାନ ୧୭ ରାଉଣ୍ଡ ଗଣତି ବେଳକୁ ରୀତା ସାହୁ ପ୍ରାୟ ୮୦ ହଜାର ଭୋଟରେ ବିଜେପିଠାରୁ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା […]
ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଘୁଞ୍ଚିଲା। ଏଥିସହ ଉଭୟ ଓଡ଼ିଶା ଓ ଛତିଶଗଡ଼ ୪ ସପ୍ତାହ ସମୟ ନେଇଛନ୍ତି। ବାତ୍ୟା ପାଇଁ ତୃତୀୟ ମିଳିତ ବୈଠକ ହୋଇପାରିନଥିବାରୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମୟ ମାଗିଥିଲେ। ତେବେ ୨ ରାଜ୍ୟର ଆବେଦନକୁ ମହାନଦୀ ଟ୍ରିବ୍ୟୁନାଲ ଗ୍ରହଣ କରିଛନ୍ତି। ଜୁଲାଇ ୧୩ ପୂର୍ବରୁ ସ୍ଥଳ ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଜୁଲାଇ ୧୩ରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ।
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ହେଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବିଜେପିର ୫ ଜଣ ସଦସ୍ୟ ଏବେ ପଛରେ ପଡ଼ିଯାଇଛନ୍ତି। ଯାହା ଦଳକୁ ଏକ ଶକ୍ତ ଝଟକା ସଦୃଶ ହୋଇଛି। ପଛରେ ପଡ଼ିଥିବା ବିଜେପି ମନ୍ତ୍ରୀମାନେ ହେଲେ ପଙ୍କଜା ମୁଣ୍ଡେ(ପର୍ଲି), ରାମ ସିନ୍ଧେ(କରଜାତ ଜାମଖେଡ), ଅତୁଲ ସେଭ(ଔରଙ୍ଗାବାଦ), ବାଲା ଭେଗଡ଼େ(ମାଭଲା) ଓ ମଦନ ଏରାୱର(ୟଭତମାଲ)। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଏହି ମନ୍ତ୍ରୀମାନେ ପଛରେ ପଡ଼ିଛନ୍ତି।
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ନଦୀରେ ବୁଡ଼ି ଜଣେ ୧୨ ବର୍ଷର ଜଣେ ବାଳକର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାବୁଦାରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଘର ହରିପୁର ଗାଁରେ। କୃଷ୍ଣଚନ୍ଦ୍ର ଆଜି ତାଙ୍କ ପରିବାର ସହ କାଳାବୁଦା ସ୍ଥିତ ଶନ୍ନିଶ୍ଚର ପୀଠକୁ ଜଳାଭିଷେକ କରିବାକୁ ଆସିଥିଲେ। ଜଳାଭିଷେକ ପରେ ଚିତ୍ରୋତ୍ପଳା ନଦୀରେ କୃଷ୍ଣଚନ୍ଦ୍ର ଗାଧୋଇବାକୁ ଯାଇଥିଲେ। ଏହି […]
ମୁମ୍ବାଇ: ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ଥର ନିର୍ବାଚନ ଲଢ଼ୁଥିବା ଆଦିତ୍ୟ ଠାକରେଙ୍କ ବିଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି। ମହାରାଷ୍ଟ୍ରର ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଶିବସେନା ଓ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଆଦିତ୍ୟଙ୍କ ବିରୋଧରେ କଂଗ୍ରେସ ଓ ଏନ୍ସିପି ସୁରେଶ ମାନେଙ୍କୁ ଟିକେଟ୍ ଦେଇଥିଲେ। ଏନ୍ସିପିର ସୁରେଶ ଆଦିତ୍ୟଙ୍କୁ ଟକ୍କର ଦେବେ ବୋଲି କୁହାଯାଉଥିଲା। ହେଲେ […]
ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ-ବାଲେଶ୍ୱର ମଧ୍ୟବର୍ତ୍ତୀ ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଟ୍ରେନରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା କରାଯାଇଛି। ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିବା ସୂଚନା […]
ଭୁବନେଶ୍ୱର:‘ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି। ବିଜେଡି ଏଠି ସର୍ବାଧିକ ଭୋଟରେ ଜିତିବ।’ ବିଜେପୁର ଉପନିର୍ବାଚନ ଭୋଟ ଗଣତି ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆତ୍ମବିଶ୍ୱାସର ସହ ଏହା କହିଛନ୍ତି। ବିଜେପୁର ବ୍ୟାଟଲ୍ ଆଜି ଶେଷ ପର୍ଯ୍ୟାୟରେ। ଆଜି ସକାଳୁ ଆରମ୍ଭ ହୋଇ ଯାଇଛି ଭୋଟ ଗଣତି। ଭୋଟ ଗଣତି ଫଳାଫଳରୁ ଯାହା ଜଣାପଡ଼ୁଛି, ଫଳାଫଳ ବିଜେଡି ମୁହାଁ । ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଅଛନ୍ତି। ଏହାକୁ ଦେଖି ରୀତା ଖୁବ୍ ଉତ୍ସାହିତ ଅଛନ୍ତି। […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ବୋଗାପଦର ପାହାଡ଼ରେ ମାଓ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି ଯବାନମାନେ ଅପରେସନ୍ରେ ଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ପାହାଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ଜଣାପଡ଼ିଛି।
ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବଚନର ଫଳାଫଳ ଆଜି ଜଣାପଡ଼ିବ। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୬ଷ୍ଠ ରାଉଣ୍ଡ ଭୋଟ ଗଣତି ସରିଲାଣି। ପ୍ରଥମ ୫ଟି ରାଉଣ୍ଡ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଥିବାବେଳେ ୬ଷ୍ଠ ରାଉଣ୍ଡରେ ମଧ୍ୟ ସେ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୭୮୮ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ […]
କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ବୁଧବାର ହୋଇଥିଲା ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ। ଏଥିରେ ୫ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ମୃତଶରୀରକୁ ବ୍ୟବଚ୍ଛେଦ ପରେ ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି କୋରାପୁଟ ପୋଲିସ। ଏହି ତିନିଜଣଙ୍କ ମଧ୍ୟରୁ ପାଲେଶୁ ୱେଙ୍କଟ କାମେଶ୍ୱରୀର ଘର ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଭିମାବରମ, ବିଡିକା ଲକ୍ଷ୍ମୀଙ୍କ ଘର ବିଜୟନଗରମ୍ ଜିଲ୍ଲାରେ ହୋଇଥିବା ବେଳେ କ୍ରିଷ୍ଣା ଓ୍ୱାଡେକା ନାରାୟଣପାଟଣା ବ୍ଲକ କାର୍ତ୍ତୁଲପେଟାର ବାସିନ୍ଦା […]