ଭୁବନେଶ୍ୱର: ସମୟୋଚିତ ପଦକ୍ଷେପ ଅଭାବରୁ ରାଜ୍ୟ ସରକାରଙ୍କ ପ୍ରାୟ ୧୪୦ କୋଟି ଟଙ୍କା କ୍ଷତି ହୋଇଛି। କ୍ଷତି ସଂପର୍କରେ ତଦନ୍ତ ପାଇଁ ହାଇକୋର୍ଟରେ ଓଡ଼ିଶା ସିଭିଲ ଲିବର୍ଟି ଫୋରମ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭୂଷଣ କାରଖାନା କର୍ତ୍ତୃପକ୍ଷଙ୍କ ଉପରେ ସରକାରଙ୍କ ପ୍ରବେଶ କର ବାବଦରେ ୧୩୯ କୋଟି ୧୫ ଲକ୍ଷ ୮୦ ହଜାର ଟଙ୍କା ବକେୟା ଥିଲା। ହେଲେ ଭୂଷଣ ବିକ୍ରି ବେଳେ ସରକାର ନିଜ ପକ୍ଷ ନରଖିବାରୁ ବକେୟା ପାଇନଥିଲେ। କିନ୍ତୁ […]
ରାଜସ୍ଥାନ: ରାଜସ୍ଥାନରେ ଗତ କିଛିଦିନ ହେବ କ୍ଷମତା ଲଢ଼େଇ ଜାରି ରହିଛି। ଏହା ମଧ୍ୟରେ ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅଧିବେଶନରେ କଂଗ୍ରେସର ରଣନୀତି କଣ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସଚିନ ପାଇଲଟ୍ ସାମିଲ ହୋଇଛନ୍ତି। ପ୍ରାୟ ଏକମାସ ପରେ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସାମ୍ନାସାମ୍ନି ହୋଇଥିଲେ। ଯେଉଁଥିରେ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୮ ଜଣ ଆକ୍ରାନ୍ତ ସୁସ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି ଗଜପତିରୁ ୧୩୯, ବଲାଙ୍ଗିର ୧୦୦, ସମ୍ବଲପୁର ୯୫, କଟକରୁ ୭୧ ଓ ସୁନ୍ଦରଗଡ଼ରୁ ୫୭ ଆକ୍ରାନ୍ତ ସୁସ୍ତ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ […]
ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଗାତର ସପ୍ତମ ଦିନରେ ଏନଡିଆରଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଓ ମୁଖ୍ୟମନ୍ତ୍ରୀ ପି. ବିଜୟାନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ଶୁକ୍ରବାର ଇଡୁକି ଜିଲ୍ଲା ରାଜମାଲାରେ […]
ଚେନ୍ନାଇ: ସାଧାରଣତ ଜଣେ ମଣିଷ ବିଫଳତା ପାଇଁ ନିଜ ଭିତରେ ଥିବା ଦୁର୍ବଳତାକୁ ଅଧିକ ଦୋଷ ଦେଇଥାଏ। ଏହି କାରଣରୁ ପ୍ରତିଟି ଛୋଟ ସମସ୍ୟା ତା’କୁ ବଡ଼ ଲାଗିଥାଏ। ଏଥିରେ ନିରାଶ ହୋଇ ଅଧିକାଂଶ ଲୋକେ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। କିନ୍ତୁ ଏସମସ୍ତଙ୍କ ପାଇଁ ଦୃଷ୍ଟିବାଧିତ ପୂର୍ଣ୍ଣା ସୁନ୍ଦରୀ ଆଶାର କିରଣ ସାଜିଛନ୍ତି, ଯିଏ ସେମାନଙ୍କୁ ନିରାଶାର ଛାୟା ତଳୁ ବାହାର କରିବାର ଆଶା ଉଜାଗର କରିଛନ୍ତି। ତାମିଲନାଡୁର ୨୫ ବର୍ଷୀୟା ଛାତ୍ରୀ ପୂର୍ଣ୍ଣାଙ୍କୁ ଆଖିକୁ […]
ଭୁବନେଶ୍ୱର: କ୍ରମାଗତ ବଢ଼ିଚାଲିଛି ଜିରୋ ରେଜଲ୍ଟ କରିଥିବା ଯୁକ୍ତ ଦୁଇ ସ୍କୁଲଗୁଡ଼ିକର ସଂଖ୍ୟା। ପୂର୍ବ ଅପେକ୍ଷା ଏଥର ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ଆହୁରି ବଢ଼ିଛି। ସରକାର କହୁଛନ୍ତି ସିସିଟିଭି ଲାଗି ପାସ୍ ହାର କମୁଛି। ହେଲେ ଆଶ୍ଚର୍ଯ୍ୟର କଥା, ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ରେଜଲ୍ଟ ଶୂନ୍ ହେଉଛି, ଅଧିକାଂଶ ସ୍ଥାନରେ ପିଲାଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ। ଏଭଳି ଚିନ୍ତାଜନକ ତଥ୍ୟ ପରେ ଚିରାଚରିତ ଢଙ୍ଗରେ ଜବାବ ତଲବ କରିବା ସହ କାର୍ଯ୍ୟାନୁଷ୍ଠାନର […]
ଭୁବନେଶ୍ୱର: ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍ଲାଇନ୍ ପରୀକ୍ଷା କେନ୍ଦ୍ର କରିବାକୁ OJEE ନିଷ୍ପତ୍ତି ନେଇଛି। ଏହିସବୁ କେନ୍ଦ୍ର ହେଲା ପାଟନା, ରାଞ୍ଚି ଏବଂ କୋଲକାତା। ସେହିପରି ରାଜ୍ୟରେ ମଧ୍ୟ ଆଉ କିଛି ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ଛଡ଼ା ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବର କରୁନ୍ ନାୟର୍ ଏବେ କରୋନାରୁ ସୁସ୍ଥ ହୋଇଛନ୍ତି। ନିକଟରେ କରୁନ୍ ନିଜର କୋଭିଡ୍-୧୯ ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ପାଇଁ ୟୁଏଇ ଗସ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ନାୟର୍ ପଜିଟିଭ୍ ଚିହ୍ନଟ ହେବା ପରଠାରୁ ଦୁଇରୁ ଅଧିକ […]
ଭୁବନେଶ୍ୱର: ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ନେଇ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି କରିଛି। ପ୍ରତି ସ୍କୁଲରେ ପାଳନ କରାଯିବ ସ୍ୱାଧୀନତା ଦିବସ। ହେଲେ ପିଲାଙ୍କୁ ଆସିବାକୁ ମନା କରାଯାଇଛି। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲକୁ ଆସିବେ। ୯ରୁ ୧୧ଟା ଭିତରେ ପତାକା ଉତ୍ତୋଳନ କରିବେ। ୧୦ ଜଣରୁ ଅଧିକ ଏକାଠି ହେବେନି। ସାମାଜିକ ଦୂରତ୍ୱ ଓ ମାସ୍କ ବାଧ୍ୟତାମୂଳକ ସ୍ୱାଧୀନତା ଦିବସରେ କୌଣସି ଖାଦ୍ୟ ପଦାର୍ଥ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ମହାମାରୀ କରୋନା […]
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, ପୁରୀ, ଜଗତସିଂହପୁର, ସମ୍ବଲପୁର, ଦେବଗଡ, ଅନୁଗୁଳ ଓ ବଲାଙ୍ଗିରରେ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆଜି ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡା, […]
ନବରଙ୍ଗପୁର: ଆସନ୍ତାକାଲିଠୁ ୪୧ ଘଣ୍ଟା ପାଇଁ ନବରଙ୍ଗପୁର ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା କରାଯାଇଛି। କାଲି ଦିନ ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସଟ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସଟ୍ଡାଉନ୍ରେ ମେଡିକାଲ୍ ସେବା, ସମସ୍ତ ସରକାରୀ ଅଫିସ, ପେଟ୍ରୋଲ […]
ଆଠଗଡ଼: ଲଗାଣ ବର୍ଷାରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ରାସ୍ତାରେ ୩ ଫୁଟର ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିବା ସୂଚନା ମିଳିଛି। ଦେଖାଯାଉନି ରାସ୍ତା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ […]
ଚେନ୍ନାଇ: ଭେଟେରାନ ଗାୟକ ଏସ୍ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅଗଷ୍ଟ ୫ ତାରିଖରେ କରୋନା ଲକ୍ଷଣ ଦେଖାଦେବାରୁ ବାଲାସୁବ୍ରମଣ୍ୟମ ଚେନ୍ନାଇ ସ୍ଥିତ MGM ହେଲ୍ଥ କେୟାର୍ରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ୍ ତାଙ୍କ ଉପରେ ଧ୍ୟାନ ରଖିଛି। ବର୍ତ୍ତମାନ ଶ୍ୱାସକ୍ରିୟା ନର୍ମାଲ ରହିଛି ବୋଲି ଗୁରୁବାର ହସ୍ପିଟାଲ ନିର୍ଦ୍ଦେଶକ ଡ. ପ୍ରଶାନ୍ତ ରାଜଗୋପାଳନ ସୂଚନା ଦେଇଛନ୍ତି। ଅଗଷ୍ଟ ୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଫେସ୍ବୁକରେ […]
ଜୟପୁର: ରାଜସ୍ଥାନ ରାଜନୀତିରେ ଟ୍ୱିଷ୍ଟ। କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି। ଏ ନେଇ ଗତକାଲି ବିଧାୟକ ଦଳର ବୈଠକେରେ ନିଷ୍ପତ୍ତି ନିଯାଇଛି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ରାଜ୍ୟ ବିଜେପି ମୁଖ୍ୟ ସତିଶ ପୁନିଆ ସୂଚନା ଦେଇଛନ୍ତି। ବିଜେପିର ଏହି ଘୋଷଣା ପରେ ଦଳକୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ମଧ୍ୟ ଆସ୍ଥା ଭୋଟ୍ କଥା କହିଛି। ଆଜି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ସଚିନ ପାଇଲଟ ଫେରିବା ପରେ ଚିନ୍ତାଶୂନ୍ୟ […]
ଭୁବନେଶ୍ୱର: ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୧,୯୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୪୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୩୬ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ପୁରୀରୁ ୩, ସୁନ୍ଦରଗଡ଼, ସମ୍ବଲପୁର ଓ କଟକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୪୨ ହଜାରରୁ ଅଧିକ କରୋନା ଟେଷ୍ଟ୍ ହୋଇଛି। ଗୋଟିଏ ଦିନରେ ୪୨ ହଜାର ୭୬୧ କରୋନା ଟେଷ୍ଟ୍ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ୍ କରାଯାଇଛି। RTPCR ରେ ୬ ହଜାର ୬୩୫, ଆଣ୍ଟିଜେନ୍ ୩୬,୦୦୨ ଓ ଟ୍ରୁନଟ୍ରେ ୧୨୪ ଟେଷ୍ଟ୍ କରାଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ […]
ନୂଆଦିଲ୍ଲୀ: ଦେଶର ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟା ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୧କୁ ବୃଦ୍ଧି ପାଇଛି। ବର୍ତ୍ତମା ଦେଶରେ କରୋନା ଆକ୍ଟିଭ୍ କେସ୍- ୬ ଲକ୍ଷ ୬୧ ହଜାର ୫୯୫ ଥିବାବେଳେ ସୁସ୍ଥ ହୋଇଛନ୍ତି ୧୭ […]
ବ୍ରହ୍ମପୁର: ଛୋଟ ବୟସରେ ବଡ଼ କାମ। ରାମାୟଣ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ସ୍ଥାନ ପାଇଲେ ବ୍ରହ୍ମପୁରର ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ। ଇଂରାଜୀ ଭାଷାରେ ୫୭ ପୃଷ୍ଠାର ରାମାୟଣ ଲେଖି ସେ ବଡ଼ ସଫଳତା ହାସଲ କରିଛନ୍ତି। ସମ୍ପୂର୍ଣ୍ଣ ବହିକୁ ଲେଖିବାକୁ ତାଙ୍କୁ ୨୨ ଦିନ ସମୟ ଲାଗିଥିଲା। ଲକ୍ଡାଉନ୍ରେ ରାମାୟଣ ସିରିଏଲ୍ ଦେଖି ସେ ରାମାୟଣ ଲେଖିଥିବା କହିଛନ୍ତି। ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ ଏବେ ଚେନ୍ନାଇର […]