• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

fisherman
ଜୀବନ ଜୀବିକାକୁ ନେଇ ଚିନ୍ତାରେ ଚିଲିକା ମତ୍ସ୍ୟଜୀବୀ

ଭୁବନେଶ୍ୱର: ବାତ୍ୟା ‘ଫୋନି’କୁ ୧୧ ଦିନ ବିତିଲାଣି। ପ୍ରଳୟଙ୍କାରୀ ‘ଫୋନି’ ପ୍ରଭାବରେ ସବୁ କିଛି ଛାରଖାର ହୋଇଯାଇଛି। ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ମତ୍ସ୍ୟଜୀବୀ ପରିବାର ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ଅଣଚାଷ ପବନ ଆସି ସେମାନଙ୍କ ଡଙ୍ଗା ଭାଙ୍ଗି ଦେବା ସହ ଜାଲ ମଧ୍ୟ ଉଡ଼ାଇ ନେଇଛି। ଫଳରେ ଏବେ ସବୁ କିଛି ହରାଇ  ମୁଣ୍ଡରେ ହାତ ଦେଇ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି […]

congress
‘ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ’

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏବେବି ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ଆସିନଥିବା ବେଳେ ରାଜ୍ୟ ସରକାର ଭୁଲ୍‌ ତଥ୍ୟ ଦେଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଏଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣିଛି। ପୁରୀରେ ଟ୍ରକ୍‌ ଟ୍ରକ୍‌ ରିଲିଫ ସାମଗ୍ରୀ ବିଭିନ୍ନ ସ୍ଥାନରେ ରଖାଯାଇଥିବା ବେଳେ ଅନ୍‌ଲୋଡ୍‌ କରିବାକୁ ଲୋକ ନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ଗାଁ ଗୁଡିକରେ ଗଛ କାଟିବାକୁ ସରକାରୀ […]

otv
ବଡ଼ଦାଣ୍ଡରେ ଓଟିଭି ପକ୍ଷରୁ ଲାଗିଲା ଟିଭି

ପୁରୀ: ପୁରୀକୁ ଖିନଭିନ୍ କରିଦେଇଛି ବାତ୍ୟା ‘ଫୋନି’।  ସଂଧ୍ୟା ହେବା ମାତ୍ରେ ସହର ଅନ୍ଧାରରେ ବୁଡ଼ି ଯାଉଛି। ମୋବାଇଲ୍‌ ଚାଲୁନି କି ଲୋକେ ଟେଲିଭିଜନ ବି ଦେଖିପାରୁ ନାହାନ୍ତି। ଏଭଳି ସମୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଓଟିଭି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ପୁରୀ ବଡ଼ଦାଣ୍ଡରେ ଏକ ବଡ଼ ଟିଭି ଲଗାଯିବା ପରେ ଲୋକେ ସାରା ଦୁନିଆର ଖବର ଜାଣି ପାରୁଛନ୍ତି। ‘ଫୋନି’ରେ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏପରିକି ପୁରୀ […]

manguli jena
ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସିଆଇଡି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡ଼ଜେନା, ପପିନ ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଇସ୍ପାତ ମହାରଣା ଏମାନେ ଖୋର୍ଦ୍ଧା ନିରାକାରପୁର ପୋଲିସ ଷ୍ଟେସନ ଅଞ୍ଚଳର। ଅଧିକ ପଚରାଉଚରା ପାଇଁ ପୁଲିସ୍‌ ଏମାନଙ୍କୁ ରିମାଣ୍ଡରେ ନେଇପାରେ। ଏମାନଙ୍କ ନାଁରେ ପୂର୍ବରୁ ଏକାଧତ୍କ ମାମଲା ରହିଛି। ଦିବ୍ୟଲୋଚନ, ସୀମାଞ୍ଚଳ, ପପିନ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଅଛି। ସୂଚନାଯୋଗ୍ୟ,ଗତ […]

konark temple
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

କୋଣାର୍କ(ସଞ୍ଜୟ ପତି): ବାତ୍ୟା ‘ଫୋନି’ ଯୋଗୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ପୁଣିଥରେ ଖୋଲିଛି। ହାତ କଟା ଟିକେଟ୍‌ ଦେଇ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉଛି। ମନ୍ଦିର ଖୋଲିବା ନେଇ ଏଏସ୍ଆଇ ଡିଜି ସୂଚନା ଦେଇଥିଲେ। ଗତ ୩ ତାରିଖରେ ବାତ୍ୟା ‘ଫୋନି’ ପ୍ରଭାବରେ ମନ୍ଦିର ପରିସର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସୌନ୍ଦର୍ଯ୍ୟ ହରାଇଥିଲା କୋଣାର୍କ ମନ୍ଦିର। ଏଣୁ ପର୍ଯ୍ୟଟକଙ୍କ […]

forest damage
‘ଫୋନି’ ମାଡ଼ରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ: ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ମାଡ଼ରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି। ଯେତିକି ଜଙ୍ଗଲ ଉଜୁଡ଼ିଛି, ତାର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ଆହୁରି ୨୦ ବର୍ଷ ଲାଗିଯିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପୂର୍ବାବସ୍ଥା ଫେରାଇ ଅଣାଯିବାକୁ ଉଦ୍ୟମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ, ‘ଫୋନି’ ପ୍ରଭାବରେ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ […]

central team
ଦ୍ୱିତୀୟ ଦିନରେ ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ।  ଆଜି ଗୋଟିଏ ଟିମ୍ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ।  ସେହିପରି ଅନ୍ୟ ଏକ ଟିମ୍ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ। ଗତକାଲି କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ […]

324614179
ପାକିସ୍ତାନ ଅପପ୍ରଚାରର ପର୍ଦ୍ଦାଫାସ ହେବ, କଶ୍ମୀର ସ୍ଥିତି ପରଖିବ ୟୁରୋପିଆନ ପ୍ୟାନେଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ବାରମ୍ବାର ପାକିସ୍ତାନ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରୁଛି। ତେବେ ଆସନ୍ତାକାଲି ୟୁରୋପିଆନ ପାର୍ଲାମେଣ୍ଟାରୀ ପ୍ୟାନେଲର ୨୮ ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ କରିବେ। ସେଠାରେ ଏହି ପ୍ରତିନିଧି ଦଳ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପରିସ୍ଥିତି କେମିତି ରହିଛି, ସେକଥା ତର୍ଜମା କରିବ। ସେହିଭଳି କଶ୍ମୀରବାସୀଙ୍କ ସହ ସେମାନେ ଆଲୋଚନା […]

767676789
ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଅଲଗା ଭେଟିଲେ ବିଜେପି ଓ ଶିବସେନା

ମୁମ୍ୱାଇ: ଦୀପାବଳି ପରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ଦଳ ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ମଧ୍ୟରେ ବିବାଦ ବଢ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଭେଟିଥିବାବେଳେ ଶିବସେନା ନେତା ଦିବାକର ରାଓତ ଭେଟିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଦାବି କରିଛି। ଯେଉଁଥିରେ […]

2121
ଦିନେ ମଞ୍ଚକୁ ଜୀବନ ଦେଉଥିଲେ, ଆଜି ମଞ୍ଚ ଦୂରେଇ ଦେଲା

ଭୁବନେଶ୍ୱର: ଯାତ୍ରା ଜଗତର ଚର୍ଚ୍ଚିତ ଖଳ ନାୟକ ଦାମ ପଣ୍ଡା। ଦିନେ ମଞ୍ଚରେ ଚିତ୍କାର ଛାଡିଲେ ଘର ଭିତରେ ପିଲା ବି ନିଦରୁ ଉଠିପଡୁଥିଲା। ହେଲେ କର୍କଟ ରୋଗ ରେ ପଡି ଏବେ ଘରେ ରହୁଛନ୍ତି । ରୋଗ ତ ଭଲହୋଇଛି ହେଲେ କାମ ମିଳୁନି ତାଙ୍କୁ। ଯୌବନରେ ପାଦ ଦେଉ ଦେଉ ଯାତ୍ରା ଜଗତକୁ ଓହ୍ଳାଇ ଆସିଥିଲେ ସେ। ଗ୍ରାଜୁଏସନ ପରେ ପରେ ଗାଁ ପୂଜାରେ ଗାଁ ଲୋକେ ମିଶି ଏକ ଯାତ୍ରା କରିଥିଲେ ନାଟକ […]

bjp
ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ । ମୋଟ ୧୨ ଲକ୍ଷ ୭୫ ହଜାର ହିତାଧିକାରଙ୍କ ମଧ୍ୟରୁ ୧୦ ଲକ୍ଷ ଅଯୋଗ୍ୟ ବୋଲି ଦଳ ଅଭିଯୋଗ କରିଛି । ଅର୍ଥାତ ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଏମିତି ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର ଓ ସାରଦା ମହାପାତ୍ର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁରରେ ଯେତେ ଲୋକ ଅଛନ୍ତି, ତାଠାରୁ ଅଧିକ ଘର […]