ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣୀ ଗାଁର ଏକ ବୁଦାମୂଳରୁ ଆଜି ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ୍ ମହାପାତ୍ର (୧୬)। ତାଙ୍କ ବୟସ ୧୪ରୁ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ କୋଦୁଅବେରେଣୀ ଗାଁର ରବି ମହାପାତ୍ରଙ୍କ ପୁଅ। ବିଶ୍ୱଜିତ୍ ୫ ଦିନ ହେଲା ନିଖୋଜ ଥିଲେ।
ବିଶ୍ୱଜିତ୍ଙ୍କ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ବାଘମାରୀ-କଣ୍ଟିଲୋ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।
ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି।