• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1
ବିଜେପି ଆଡ଼କୁ ଢଳିବ କି ଶିବସେନା !

ନୂଆଦିଲ୍ଲୀ:ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ  କରିବା ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଶିବସେନାକୁ ସମର୍ଥନ କରିବା ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତେବେ ଶିବସେନା-ଏନସିପି ମେଣ୍ଟରେ ସରକାର ଗଢିବା ଯେ ଏତେ ସହଜ କଥା ନୁହେଁ, ହୃଦୟଙ୍ଗମ କରି ସାରିଛି ଶିବସେନା। ତେଣୁ ଏବେ କ’ଣ କରିବ ଶିବସେନା ? କୁଆଡେ ଢଳିବ ? ବିଜେପି ଆଡକୁ କି ? ଏମିତି ଅନେକ ପ୍ରଶ୍ନ ଉଠୁଛି । ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ […]

43435636
ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ !

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ। ଏ ନେଇ ଦଳ ତରଫରୁ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଏହା ଏକ ପ୍ରକାର ସ୍ପଷ୍ଟ ବୋଲି ଧରିବାକୁ ହେବ। ଗତକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏହି ଅବସରରେ ରାଜ୍ୟରେ ସରକାର ଗଢ଼ିବା ପାଇଁ ଶିବସେନାକୁ ଏନସିପି-କଂଗ୍ରେସ ସମର୍ଥନ କରିବ କି ନାହିଁ ଆଲୋଚନା ହୋଇଥିଲା। ବୈଠକ ପରେ ଶରଦ ପାଓ୍ୱାର ଗଣମାଧ୍ୟମକୁ ଶିବସେନାକୁ ସମର୍ଥନ ବାବଦରେ କୈଣସି […]

last phase voting
୨୦୧୯ ସାଧାରଣ ନିର୍ବାଚନର ଆଜି ଶେଷ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ: ୨୦୧୯ ମହାଲଢ଼େଇର ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ ମତଦାନ ଅର୍ଥାତ୍‌, ଆଜି ୧୯ ସାଧାରଣ ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟୟ ଭୋଟ୍ ଗ୍ରହଣ। ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ଅନ୍ତିମ ପର୍ଯ୍ୟାୟରେ ୯୧୮ ଜଣ  ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଯାହାଙ୍କ ଭାଗ୍ୟ ୧୦ କୋଟି ୧ ଲକ୍ଷ ୭୫ ହଜାର ୧୫୩ ଭୋଟର ନିର୍ଦ୍ଧାରଣ କରିବେ।  ଏଥିପାଇଁ ୧ […]

international-space-center
ଏତେ ସୁନ୍ଦର ଏ ପୃଥିବୀ ! ଅନ୍ତରୀକ୍ଷରୁ ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ପୃଥିବୀର ସୌନ୍ଦର୍ଯ୍ୟ ତ ଆମେ ଅତି ପାଖରୁ ଦେଖୁଛେ। ବିମୋହିତ ହେଉଛେ। ହେଲେ କେବେ ଅନ୍ତରୀକ୍ଷରୁ ଦେଖିଛନ୍ତି ଆମ ପୃଥିବୀକୁ ! ପ୍ରକୃତରେ କେତେ ସୁନ୍ଦର ତାର ରୂପ ! ପାଖରୁ ବି, ଦୂରରୁ ବି  । ଅନ୍ତରୀକ୍ଷରୁ ପୃଥିବୀକୁ ଦେଖିବାର ସୁଯୋଗ ତ ସମସ୍ତଙ୍କ ଭାଗ୍ୟରେ ମିଳେନି। ତେବେ ଇଣ୍ଟରନାସନାଲ ସ୍ପେଶ ସେଣ୍ଟର ନାସା ପକ୍ଷରୁ ପୃଥିବୀର କେତେଗୁଡ଼ିଏ ଫଟୋ ଜାରି କରାଯାଇଛି। ଯାହାର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ଭାବିବେ ଏହା ଆମ ପୃଥିବୀ […]

election
ଓଡ଼ିଶାର ୩୪ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ବୁଥ୍ ରିଗିଂ, ଇଭିଏମ୍ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ଓଡ଼ିଶାର ୩୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍‌ରେ ସାନି ମତଦାନ ହେଉଛି। ଯେଉଁଥିରେ ବରିର ୫ଟି, ବିଞ୍ଝାରପୁରର ୨ଟି ଏବଂ ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍ ରହିଛି। କଟକର ୫ଟି ବୁଥ୍‌ […]

12741
ସବ୍ୟସାଚୀ ହେଲେ ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରଠାରେ ଆସନ୍ତା ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଟେନିସ ପ୍ରିମିୟର ଲିଗର ତୃତୀୟ ସଂସ୍କରଣ। ସର୍ବଭାରତୀୟସ୍ତରରୁ ବଛା ବଛା ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଛନ୍ତି । ୫ଦିନ ଧରି ହେବାକୁ ଥିବା ଏହି ଲିଗ୍‌ର ଚାମ୍ପିୟନ ଏବଂ ରନର୍ସଅପ ଟ୍ରଫି ଉନ୍ମୋଚିତ ହୋଇଛି । ଓଲିଉଡ ଅଭିନେତା ସବ୍ୟସାଚୀ ଓଡ଼ିଶା ପ୍ରିମିୟର ଲିଗର […]

111
ସୀମାନ୍ତରେ ଯବାନଙ୍କ ଜୀବନ ବଞ୍ଚାଇବ ଏହି ଫ୍ରିଜ

ଜମ୍ମୁକାଶ୍ମୀର:ଜମ୍ମୁ-କାଶ୍ମୀର ନିବାସୀ ତଥା ଆଇଆଇଟି କାନପୁରର ମେକାନିକାଲ ଇଞ୍ଜିନିୟରିଂର ପୂର୍ବତନ ଛାତ୍ର ଅଖିଳ ଚାଢକ ଏକ ପୋର୍ଟେବଲ୍‌ ସୋଲାର ଫ୍ରିଜ ତିଆରି କରିଛନ୍ତି ଯାହା ସୀମାନ୍ତରେ ଥିବା ଯବାନଙ୍କ ଜୀବନ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସୋଲାର ଏନର୍ଜିରେ ଚାଲୁଥିବା ଏହି ଫ୍ରିଜ୍‌ ଦୁର୍ଗମ ସ୍ଥିତିରେ ଆମ ଯବାନଙ୍କ ପାଖରେ ଜୀବନରକ୍ଷାକାରୀ ଔଷଧ  ପହଞ୍ଚାଇ ପାରିବ। ସୀମାନ୍ତରେ ଅନେକ ପ୍ରତିକୂଳ ପରିସ୍ଥିତିରେ ଠିଆ ହୋଇ ଦିନରାତି ଦେଶକୁ ଜଗିଛନ୍ତି ଆମ ଯବାନ। ଯଦି ସାପ […]

12344321
କଳିଙ୍ଗ ବାଲିଯାତ୍ରାକୁ ନେଇ ଘନେଇଲା ବିବାଦ

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ନେଇ ଉଠିଥିବା ବିବାଦ କ୍ରମେ ଘନେଇବାରେ ଲାଗିଛି । ଉଭୟ ବିଜେପି ଓ ବିଜେଡି ଏହାକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି । ପୌରପାଳିକା ଏବଂ କଳିଙ୍ଗ ବାଲିଯାତ୍ରା କମିଟିରେ ବିଜେଡିର ଏକଚାଟିଆ ପ୍ରାଦୁର୍ଭାବ ଓ ଦୁର୍ନୀତି କଥା ଉଠାଇ ବିଜେପି ୪ ଦିନ ହେଲାଣି ପୌରପାଳିକା ନିକଟରେ ଧାରଣା ଦେଇଛି । ଜିଲ୍ଳାପାଳ ତଦନ୍ତ କରି ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । […]

12332
ଆଜି ଅଁଳା ନବମୀ, ରାଧାପାଦ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଅଁଳା ନବମୀ। ଏହି ଅବସରରେ ଆଜି ଭକ୍ତ କରିବେ ରାଧା ପାଦ ଦର୍ଶନ। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆଜି  ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରି,  ଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଣ୍ଟିଆ ପ୍ରଭୃତି ଲାଗି କରାଯାଇଛି। ଭିତର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ବେଶ […]

ssssssssssssssssss
କୁନି ବୈଜ୍ଞାନିକଙ୍କୁ ମିଳିଲା ନାସାରୁ ନିମନ୍ତ୍ରଣ

ଅନୁଗୁଳ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ସବୁ ବାଧା, ସବୁ ପ୍ରତିବନ୍ଧକ। ଇଚ୍ଛାଶକ୍ତି ଥିଲେ ଯେ କୌଣସି ପରିସ୍ଥିତିରେ ବି ମିଳେ ସଫଳତା।  ଏହି ପଂକ୍ତିକୁ ଏବେ ସତ କରି ଦେଖାଇଛନ୍ତି ଅନୁଗୁଳର କୁନି ଇଞ୍ଜିନିୟର୍ ଶୁଭ୍ରାଂଶୁ ନାୟକ। ନବମ ଶ୍ରେଣୀରେ ପଢ଼ନ୍ତି, ହେଲେ କୌଣସି ଇଞ୍ଜିନିୟଙ୍କଠାରୁ ସେ କମ ନୁହନ୍ତି। ଶୁଭ୍ରାଂଶୁଙ୍କ ଉଭାବନ ପାଇଁ ଏବେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ସ୍ପେଶ ଏଜେନ୍ସି NASA ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନାସା ପକ୍ଷରୁ […]

1234
ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ସାରା ଅଲି ଖାନଙ୍କ ଚୁଲ୍‌ବୁଲି ହସ୍, ଚୁଲ୍‌ବୁଲି କାମକୁ ବେଶ ପସନ୍ଦ କରନ୍ତି ତାଙ୍କର ଫ୍ୟାନ୍ସ। ଆଉ ଖାସ୍‌ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସାରା ଅଲି ଖାନ୍‌ଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ସାରା ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ୁଛନ୍ତି। ଆଜିକାଲି ସାରା ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘କୁଲି ନମ୍ବର ୱାନ’ କୁ ନେଇ ବ୍ୟସ୍ତ ଅଛନ୍ତି। ତାଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ […]

15432
ପ୍ରଦୂଷଣରୁ ମୁକ୍ତି ପାଇଁ ଏମିତି ପରାମର୍ଶ ଦେଲେ ମନ୍ତ୍ରୀ

ଲକ୍ଷ୍ନୌ: ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସଙ୍ଗିନ୍‌ ହେବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ, ହରିଆଣା ଏବଂ ପଞ୍ଜାବ ଆଦି ରାଜ୍ୟ ସହ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ତେବେ ଏହାର ସମାଧାନ ପାଇଁ ୩୦୦ ଟିମ୍‌ ବର୍ତ୍ତମାନ କାର୍ଯ୍ୟକରୁଥିବାବେଳେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଅଜବ ପରାମର୍ଶ ଦେଛନ୍ତି। ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ରଙ୍କ ଶରଣ ପଶିବାକୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୁନିଲ ଭରାଲା ନାମକ ଏହି ମନ୍ତ୍ରୀ କହିଛନ୍ତି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ […]

12123
ପାଖରେ ୩ ଟଙ୍କା ଥିଲା, ହେଲେ ୪୦ ହଜାର ଟଙ୍କା ପାଇବା ପରେ.....

ପୁଣେ: ଟଙ୍କା ପାଇଁ କେଉଁଠି ହଟାକଟା, ମାର୍‌ପିଟ୍‌। ଆଉ କେଉଁଠି ଅଭାବି ମଣିଷଟିଏ ଟଙ୍କା ରାସ୍ତାରୁ ପାଇଲେ ବି ନେବାକୁ ଚାହୁଁନି। ଯାଚିଲେ ବି ଗ୍ରହଣ କରୁନି। ଭୋକିଲା ପେଟ ତା’ର ଟଙ୍କାର ପ୍ରଲୋଭନରେ ସଚ୍ଚୋଟତାକୁ ଭୁଲି ଯାଇନି। ଏମିତି ଜଣେ ନିଆରା ସଚ୍ଚୋଟ ବ୍ୟକ୍ତିଙ୍କୁ ଚିହ୍ନନ୍ତୁ, ଯାହା ପାଖରେ ୭ ଟଙ୍କା ନ ଥିଲା ବସ୍ ଭଡ଼ା ଦେଇ ଘରକୁ ଫେରିବା ପାଇଁ। ହେଲେ, ଆଖି ଆଗରେ ୪୦ ହଜାର ଟଙ୍କା ପାଇଲେ ବି ଲୋଭର […]

ambulance
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଆମ୍ବୁଲାନ୍ସ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ନିକଟରେ ଆଜି ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଡ୍ରାଇଭର ଓ ଫାର୍ମାସିଷ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କର କିଛି କ୍ଷତି ହୋଇନି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଆଜି ସକାଳେ ଆମ୍ବୁଲାନ୍ସଟି ଜଣେ ରୋଗୀଙ୍କୁ ଛାଡ଼ିବାକୁ ବାରିପଦା ଡାକ୍ତରଖାନାକୁ ଆସିଥିଲା। ସେଠାରୁ ଫେରିଲା ବେଳେ କାଠପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ପରେ କ୍ରେନ୍‌ ଆସି ଆମ୍ବଲାନ୍ସକୁ […]

Untitled-1
ବାଜି ନେଇଗଲା ଜୀବନ

ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ। ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ। ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ରହିଥିଲା। ହେଲେ ଏହି ବାଜିର ପରିଣାମ କିଛି ଅଲଗା ହୋଇଛି। ଜଣେ ସାଙ୍ଗର ୪୨ ଅଣ୍ଡା ଖାଇବା ପରେ ଚିକିତ୍ସାଧୀନ ଅବସ୍ଥାରେ […]