• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁଇଦିନ ତଳେ ପ୍ରକାଶ ପାଇଛି ଏକ୍ଜିଟ୍ ପୋଲ୍ । ଫଳାଫଳ ଅନୁଯାୟୀ ତୃତୀୟ ଥର ଦେଶରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବ । ଏହାର ପ୍ରଭାବ ଆଜି ଭାରତୀୟ ସେୟାର ମାର୍କେଟ ଉପରେ ପଡ଼ିଛି । ମାର୍କେଟ ଖୋଲା ହେବା ପରେ ସେନସେକ୍ସରେ ଆଜି ୨୫୦୦ ପଏଣ୍ଟ ବୃଦ୍ଧି ଘଟିଛି ।

ଏହା ସହ ନିଫ୍ଟି୫୦ ମଧ୍ୟ ନିଜର ରେକର୍ଡ ଭାଙ୍ଗିଛି । ଏହା ଗତ ଚାରି ବର୍ଷ ମଧ୍ୟରେ ସବୁଠାରୁ ବଡ ଲମ୍ପ ମାରିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ଆଜି ସେମାନଙ୍କର ରେକର୍ଡ ସ୍ତରରେ ପହଞ୍ଚିଛି । ସମସ୍ତ ସେନ୍ସେକ୍ସ ଏବଂ ନିଫ୍ଟି ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଆଇସିଆଇସିଆଇ ବ୍ୟାଙ୍କ ଏବଂ HDFC ବ୍ୟାଙ୍କ ପ୍ରମୁଖ ଯୋଗଦାନକାରୀଗୁଡ଼ିକ ରେକର୍ଡସ୍ତରରେ ପହଞ୍ଚିଛି ।

ଆଦାନୀ ପୋର୍ଟସ୍, ଆଦାନୀ ଏଣ୍ଟ୍ରପ୍ରାଇଜସ୍, ପାୱାର୍ ଗ୍ରୀଡ, ଶ୍ରୀରାମ ଫିନାସ୍ ଏବଂ NTPC ଭଳି ବିଭିନ୍ନ କମ୍ପାନିର ସେୟର୍ ‘ଟପ୍ ଗେନର୍’ ରହିଛନ୍ତି । ଅନୁମାନ କରାଯାଉଛି, ଆସନ୍ତାକାଲି ଯଦି, ଏକଜିଟ୍ ପୋଲ ସତ ପ୍ରମାଣିତ ହୁଏ ତାହେଲେ ଏହି ସଂଖ୍ୟା ଆହୁରି ବଢ଼ିପାରେ ।

ଗତ ଶନିବାର ଦିନ ୧୨ଟି ଏକଜିଟ୍ ପୋଲର ଫଳାଫଳ ପ୍ରକାଶ ପାଇଥିଲା । ଏକଜିଟ୍ ପୋଲ ଅନୁୟାୟୀ ଏଥର ମଧ୍ୟ ଦେଶରେ ଭାରୀ ବହୁମତ ସହ ବିଜେପି କ୍ଷମତାକୁ ଫେରିବ । ସୂଚନାଯୋଗ୍ୟ ଦେଶରେ ସରକାର ଗଠନ ପାଇଁ ଗୋଟେ ଦଳ କିମ୍ବା ଏକ ସହଯୋଗୀ ଦଳ ଅତି କମରେ ୨୭୨ଟି ଆସନ ଆବଶ୍ୟକ କରନ୍ତି ।

ଅଧିକାଂଶ ସଂସ୍ଥାର ସର୍ଭେ କହୁଛି, ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେପିକୁ ମିଳିବ ବୃହତ ସଫଳତା, ଆଉ ଜୋରଦାର ଝଟ୍‌କା ଖାଇବ ବିଜେଡି । ଇଣ୍ଡିଆ ଟୁଡେ ଆକ୍ସିସ ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାର ୨୧ ଲୋକସଭା ସିଟ୍ ମଧ୍ୟରୁ ଜବରଦସ୍ତ ପ୍ରଦର୍ଶନ ସହ ବିଜେପି ୧୮ରୁ ୨୦ ସିଟ୍ ହାସଲ କରିବାକୁ ଥିବା ବେଳେ ବେଳେ ବିଜେଡି ୦ରୁ ୨ ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ହାସଲ କରିପାରେ ।

ସେହିପରି ଏବିପି-ସି ଭୋଟର ବିଜେପିକୁ ୧୭ ରୁ ୧୯ ସିଟ୍ ଦେଇଥିବାବେଳେ ବିଜେଡିକୁ ୧ ରୁ ୩ ଓ କଂଗ୍ରେସକୁ ଦେଇଛି ୦ରୁ ୨ଟି ସିଟ୍ । ଇଣ୍ଡିଆ ଟିଭି ସର୍ଭେ ଅନୁସାରେ, ୧୫ ରୁ ୧୭ ଆସନରେ ବିଜେପି ବିଜୟ ଲାଭ କରିବାର ସମ୍ଭାବନା ଥିବା ବେଳେ ୪ ରୁ ୬ ଆସନରେ ବିଜେଡି ଓ କଂଗ୍ରେସ କେବଳ ଗୋଟିଏ ସିଟରେ ସନ୍ତୁଷ୍ଟ ରହିପାରେ ।

ସେହିପରି ଇଣ୍ଡିଆ ନ୍ୟୁଜ୍ ସର୍ଭେ ଅନୁଯାୟୀ, ବିଜେପି ଖାତାକୁ ୧୩ ଓ ବିଜେଡି ଖାତାକୁ ୮ ଲୋକସଭା ସିଟ୍ ଯାଇପାରେ । ସେହିପରି ଚାଣକ୍ୟ ସର୍ଭେ କହୁଛି ବିଜେପି ୧୬, ବିଜେଡି ୪ ଓ କଂଗ୍ରେସ ଗୋଟିଏ ଆସନ ହାତେଇପାରେ । ତେଣୁ ବିଜେପି ଯେ ରାଜ୍ୟରେ ନିଜ କାୟା ବିସ୍ତାର କରିବାକୁ ଯାଉଛି ସେ ସଂକେତ ଏକ୍ଜିଟ୍ ପୋଲ୍ ରିପୋର୍ଟ ଦେଇସାରିଲାଣି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ ।

ସେପଟେ ଲୋକସଭାରେ ବିଜେପିର ବିପୁଳ ବିଜୟ ସମ୍ଭାବନାର ପ୍ରଭାବ ବିଧାନସଭା ସିଟରେ ମଧ୍ୟ ଜବରଦସ୍ତ ଭାବେ ଦେଖିବାକୁ ପଡ଼ିପାରେ । ଛତିଶଗଡ଼ ଭଳି ଏଠି ବି ମୋଦି ମ୍ୟାଜିକ୍ ଅପ୍ରତ୍ୟାଶିତ ସତ୍ତା ବଦଳାଇପାରେ । ରାଜ୍ୟ ରାଜନୀତିରେ ଆରମ୍ଭ ହୋଇପାରେ ବିଜେପିର ନୂଆ ଅଧ୍ୟାୟ ।

ବିଜେପି ବି ସରକାର ଗଠନକୁ ନେଇ ବେଶ୍ କନଫିଡେଣ୍ଟ ଥିବା ବେଳେ, ବିଜେଡି କହିଛି ୯ ତାରିଖରେ ନବୀନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ସେପଟେ କଂଗ୍ରେସ କହିଛି ଆମ ପ୍ରଦର୍ଶନ ୯ରୁ ୯୦ ନହେଲେ ବି ପୂର୍ବ ତୁଳନାରେ ଭଲ ରହିବ । ଏକଜିଟ୍ ପୋଲ ରେଜଲଟ ପରେ ଏବେ ସମସ୍ତଙ୍କର ଅପେକ୍ଷା ୪ ତାରିଖର ଫଳାଫଳକୁ ।

OTV is now on Whatsapp

Join and get latest news update delivered to you via whatsapp

Join Now