• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଉ ଗୋଟାଏ ଦିନ ପରେ ଭାରତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ତେବେ ଭାରତର ପ୍ଲେଇଂ ଏକାଦଶ କଣ ରହିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ପ୍ଲେଇଂ ଇଲେଭେନ୍‌କୁ ନେଇ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପରି କୌଣସି 'ଇମ୍ପାକ୍ଟ ପ୍ଲେୟାର୍' ନିୟମ ନ ଥିବାରୁ ଦଳର ସନ୍ତୁଳନକୁ ନେଇ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ିଯାଇଛି ।

ଏଣୁ ଚୂଡ଼ାନ୍ତ ଏକାଦଶ ସିଲେକ୍ସନ କରିବା ବେଳେ ଅଧିକ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେବେ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କହିଛନ୍ତି ଯେ, ଏକାଦଶରେ ଅଧିକ ବୋଲିଂ ବିକଳ୍ପ ରହିବା ଉଚିତ କାରଣ ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ବୋଲିଂ କରୁନାହାନ୍ତି । ସେମାନଙ୍କର ଉପସ୍ଥିତି ଦଳକୁ ଏକ ପ୍ରକାର ପଙ୍ଗୁ କରିଦେଇଛି ।

ଅଧିକ ପଢ଼ନ୍ତୁ: ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପ୍ରସଙ୍ଗ: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଗମ୍ଭୀର, କହିଲେ….

ଏଣୁ ସେ ଦଳରେ ଜଶସ୍ୱୀ ଜୟସ୍ୱାଲ୍‌ଙ୍କୁ ସାମିଲ୍ କରିବାକୁ କହିଛନ୍ତି । ଫଳରେ ଆବଶ୍ୟକ ସମୟରେ ସେ ଗୋଟିଏ କିମ୍ବା ଦୁଇଟି ଓଭର ବୋଲିଂ କରିପାରିବେ । ସେ କହିଛନ୍ତି ଯେ, ମନୋନୀତ ଦଳ ସହ ଗୋଟିଏ କିମ୍ବା ଦୁଇଟି ମିଶ୍ରଣ କରିବା ଉଚିତ୍ ରହିବ । ଗୋଟେ କମ୍ବିନେସନ୍‌ରେ ଅ‍କ୍ଷର ପଟେଲଙ୍କ ସମେତ ୬ଜଣ ବୋଲରଙ୍କୁ ନେଇ ଖେଳିହେବ ।

ଅନ୍ୟ ଏକ କମ୍ବନେସନ୍‌ରେ ଚାରିଜଣ ଆଗ ଧାଡି ବୋଲରଙ୍କ ସହ ଖେଳିପାରିବେ ଶିବମ ଓ ହାର୍ଦ୍ଦିକଙ୍କୁ ମଧ୍ୟ ବୋଲିଂରେ ଲଗାଇ ହେବ । ଅନ୍ୟ ଜମେ ହେଲେ ଜଶସ୍ୱୀ ଜୟସ୍ୱାଲ୍ । ଯେ ନେଟ୍‌ରେ ତ ବୋଲିଂ କରୁଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମ୍ୟାଚ୍‌ରେ ବୋଲିଂ କରିନାହାନ୍ତି । ସେ ଏକ ଭଲ ଅପ୍ସନ ହୋଇପାରିବେ ବୋଲି ଇରଫାନ ପଠାନ କହିଛନ୍ତି । ଆଇପିଏଲ୍‌ରେ ଲାଗାତାର ଭାବେ ନେଟ୍ସରେ ବୋଲିଂ କରିଥିବାରୁ ତାଙ୍କୁ ମ୍ୟାଚ୍‌ରେ ମଧ୍ୟ ବୋଲିଂ କରେଇବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ବିରାଟ, ରୋହିତ ଓ ସୂର୍ଯ୍ୟକୁମାର ବୋଲିଂ କରୁନଥିବାରୁ ଏହା ଦଳର ସନ୍ତୁଳନ ବିଗାଡ଼ୁଛି । ଏହା ହିଁ ଆମକୁ ଅକ୍ଷମ କରୁଛି ବୋଲି ଇରଫାନ କହିଛନ୍ତି । ଯଦି ହାର୍ଦ୍ଦିକ ତିନିରୁ ଚାରି ଓଭର ବୋଲିଂ କରିବେ, ତେବେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ୱାର୍ମଅପ୍‌ରେ ଚମକିଲେ ପାଣ୍ତ୍ୟା-ପନ୍ତ, ଆରମ୍ଭ ହେଲା ପୁରୁଷ ଟି-୨୦ ବିଶ୍ୱକପ୍

ତେବେ ଇରଫାନଙ୍କର ଏହି ଭାବନାକୁ ସମ୍ମାନ ଜଣାଇଛନ୍ତି, ଭାରତର ଅନ୍ୟ ଜଣେ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର । ଦଳରେ ଅଲରାଉଣ୍ଡର ଅଭାବକୁ ନେଇ ପଠାନଙ୍କ ଭାବନାକୁ ଦର୍ଶାଇ କହିଛନ୍ତି ଯେ ଉଭୟ ଶିବମ ଦୁବେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ରହିବା ଆବଶ୍ୟକ । ତେବେ ଯାଇଁ ଦଳର ଭାରସାମ୍ୟ ଠିକ୍‌ ରହିବ । ଅଲରାଉଣ୍ଡର ଅଭାବ ଟିମ୍ ଇଣ୍ଡିଆ ପାଇଁ ଟିକେ ଦୁର୍ବଳତା ।

ଅଷ୍ଟ୍ରେଲିଆରେ ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ କ୍ୟାମେରନ୍ ଗ୍ରୀନ୍‌ଙ୍କ ଭଳି ବ୍ୟାଟର୍ ଗୋଟିଏ ମ୍ୟାଚରେ ଚାରି ଓଭର ବୋଲିଂ କରିପାରିବେ । ଅଲରାଉଣ୍ଡରଙ୍କ ଅଭାବ ପାଇଁ ଶିବମ୍‌ଙ୍କୁ ସାମିଲ୍ କରାଯାଇଛି । ତେବେ ବିଶ୍ୱକପ୍‌ରେ ଦଳକୁ କିଛି ସଂଶୋଧନ କରିବାକୁ ପଡ଼ିବ । ଏହା ସହ କାହାକୁ ଗୋଟିଏ ମ୍ୟାଚ୍‌ରେ ଅତି କମରେ ଦୁଇରୁ ତିନି ଓଭର ବୋଲିଂ କରିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now