ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ ।
ଥାଲାସେମିଆ ଏକ ଗୁରୁତର ଜେନେଟିକ୍ ରକ୍ତ ବ୍ୟାଧି ସମସ୍ୟା। ଏହାର ଗୁରୁତର ଅବସ୍ଥାରେ ରୋଗୀକୁ ସାଧାରଣତଃ ଜୀବନସାରା ରକ୍ତଦାନ, ଚିକିତ୍ସା ଏବଂ ପରିଚାଳନା ଆବଶ୍ୟକ ପଡେ। ବଂଶାନୁକ୍ରମିକ ବା ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଗଣାଯାଏ।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ।
ପ୍ରଥମ ଥର ପାଇଁ ୨୦୦୦ ମସିହାରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ପୁଟିନ୍ । ପରେ ୨୦୦୪, ୨୦୧୨, ୨୦୧୮ରେ ଶପଥ ନେଇଥିଲେ।
ବର୍ତ୍ତମାନ ବିଜେପି ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗି ସାରିଛି। ଏଥିସହ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସରକାର ଚଳାଉଥିବା ବିଜେପିର ସରକାର ମଧ୍ୟ ଟଳମଳ ସ୍ଥିତିରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବି ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।
ସାଧାରଣ ନିର୍ବାଚନର ତୃତୀୟ ଚରଣ ପାଇଁ ପଡ଼ିଲା ଭୋଟ୍। ଇଭିଏମରେ ସିଲ୍ ହେଲା ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ୍ ମାଣ୍ଡଭିୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବିଭିନ୍ନ ଦଳର ବହୁ ହେଭୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।
ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ ସ୍ତ୍ରୀ।
ବ୍ରହ୍ମପୁର ସମାବେଶରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସବୁଠୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି। ସାଉଦି ଆରବରେ ହଇରାଣ ହୋଇଥିଲେ ଖଲ୍ଲିକୋଟ ଅଞ୍ଚଳର ଏହି ଦାଦନ ଶ୍ରମିକ। ନା ଠିକରେ ଖାଇବା ମିଳୁଥିଲା, ନା ଠିକରେ ମଜୁରୀ। ପରେ ବହୁ କଷ୍ଟରେ ସେମାନେ ଘରକୁ ଫେରିଥିଲେ।
ବୈଜୟନ୍ତଙ୍କ ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଛନ୍ତି। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଛନ୍ତି।
ମୋଦି ଯିବା ପରେ କାଲି ଆସୁଛନ୍ତି ରାଜନାଥ, ବିଷ୍ଣୁ ଦେବ ସାଏ । ୯ ତାରିଖରେ ଆସିବେ ନୀତିନ ଗଡ଼କରି, ହିମନ୍ତ ବିଶ୍ବଶର୍ମା ।
ଆମ ଇସ୍ତାହାର ଓଡ଼ିଶା ବିକାଶର ରୋଡମ୍ୟାପ୍ କହିଲା ବିଜେପି । ବିଜେପିର ମେନିଫୋଷ୍ଟୋକୁ ମିଛ କହିଲା ବିଜେଡି ।
ଟ୍ୟୁମର ଅପରେସନ୍ ଡାକ୍ତରଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଚାରିଆଡ଼େ ବ୍ଲଡ ଭେସେଲ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ଥିଲା ।
କୋର୍ଟ କେଜ୍ରିଓ୍ୱାଲଙ୍କ ସପକ୍ଷରେ କିଛି କଥା କହିଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନ ଉପରେ କିନ୍ତୁ କିଛି ନିଷ୍ପତ୍ତି ଶୁଣାଇ ନାହାନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପିପିଲି ବିଧାନସଭା ଆସନରେ ଏମିତି ଚିତ୍ର । ରୁଦ୍ରଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଜାଗୃତି ପଣ୍ଡା ।
୨୦୨୪ ନିର୍ବାଚନ ସମୟରେ ଦଳୀୟ ରାଜନୀତି ଏତେ ଗୋଳିଆ ହୋଇଯାଇଛି ଯେ ନେତା, ଜନତା ଓ ସମୀକ୍ଷକ; ସବୁ ଦ୍ୱନ୍ଦ୍ୱରେ! ଦଳୀୟ ପ୍ରାର୍ଥୀଚୟନରେ ଜଟିଳ ଓ ଦ୍ୱନ୍ଦ୍ୱାତ୍ମକ ପରିବେଶକୁ ନେଇ ଲୋକଙ୍କ ମଧ୍ୟରେ ଏକ ନିରୁତ୍ସାହ ତଥା ନୀରବତାର ବାତାବରଣ ଦେଖିବାକୁ ମିଳୁଛି।
କେବଳ ବଡ଼ ବଡ଼ ଟ୍ରାଭେଲ ଏଜେନ୍ସି ନୁହନ୍ତି, ଅଟୋ ବାଲା, ଟାକ୍ସିବାଲା ବି ମାଗଣା ଅଫର ରଖିଛନ୍ତି ।
ଜଣେ ସ୍ଥାନୀୟ ବାସିନ୍ଦା ଏହି ଭିଡିଓ କରିଛନ୍ତି। ଯେଉଁଥିରେ ମାଛଗୁଡିକ ଆକାଶରୁ ଖସି ତଳେ ପଡୁଥିବା ଦେଖାଯାଉଛି। ଭିଡିଓ କରୁଥିବା ବ୍ୟକ୍ତି ତଳୁ ମାଛ ଉଠାଇ ଦେଖାଉଛନ୍ତି, ଯାହା ଜୀବିତ ଅଛି। ପ୍ରବଳ ବର୍ଷା ଝଡ ତୋଫାନ ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।
ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି। ଦିନେ କହୁଥିଲେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି।
ପ୍ରକୃତରେ ଅସଲି ପରୀକ୍ଷାର୍ଥୀ ହେଉଛନ୍ତି ମୟୂରଭଂଜର ଶାଶ୍ବତ ତ୍ରିପାଠୀ। ତାଙ୍କ ପାଇଁ ପରୀକ୍ଷା ଦେଉଥିଲେ କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜ । ଏଥିପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷ ଟଙ୍କା।
ଭୋଟ ଦେବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯିଏ ବି ଦେଖୁଛି ଏହି ଭିଡିଓକୁ ଟିକେ ଅଟକି ଯାଉଛି । ଆଉ ମନ ଭରିବା ପର୍ଯ୍ୟନ୍ତ ବାରମ୍ବାର ଏହି ଭିଡିଓକୁ ଦେଖୁଛି ।
କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅହମ୍ମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ମଧ୍ୟପ୍ରଦେଶ ବିଦିଶାରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ମୋଦିଙ୍କ ଏହି ରୋଡ ସୋ'ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅଡ଼ିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧରେ ଚାଲିଛି ବୈଠକ ।
ଭାରତର ଅନେକ ଯୁବବର୍ଗ ପୋଷ୍ଟାଲ୍ ଚାକିରି ପାଇଁ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକ ସେବାରେ ଚାକିରି କରିବାକୁ ଇଚ୍ଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ(IPPB) ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଆସନ୍ତା ମାସରେ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଏନେଇ ସମସ୍ତ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଇପିଏଲ ସରିବା ପରେ ପରେ ହିଁ ଆରମ୍ଭ ହୋଇଯିବ ଏହି ବିଶ୍ୱକପ୍ ମହାକୁମ୍ଭ । ଅଳ୍ପ କିଛିଦିନ ତଳେ ଭାରତୀୟ ଦଳ ନିଜର ଦଳ ଘୋଷଣା କରିଛି ।
ଗତ କିଛିଦିନ ତଳେ ପାଣି ବିନା ହନ୍ତସନ୍ତ ହେଉଥିବା ବେଙ୍ଗାଲୁରୁ ଆଜି ପାଣି ବହୁଳ ପାଲଟିଛି । ପ୍ରବଳ ବର୍ଷା ଫଳରେ ବେଙ୍ଗାଲୁରୁର ରାସ୍ତାଘାଟ ସବୁ ବୁଡ଼ି ଯାଇଛି । ଗତ ସୋମବାର ଦିନ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଥିଲା ।