Advertisment

ଖାଇକୁ ଖସିଲା ସଡ଼କ ପରିବହନ ନିଗମ ବସ୍; ଚାଲିଗଲା ୪ଜୀବନ

ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଜୁବଲ୍ ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ରାଜୀବ ସାଂଖ୍ୟାନ। ତାଙ୍କ କହିବା ମୁତାବକ ବସରେ ୭ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହରାଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Bus Falls Into Ditch at Shimla In Himachal Pradesh

bus accident in Shimla

ହିମାଚଳପ୍ରଦେଶ ସିମଲାରେ ମର୍ମନ୍ତୁଦ ଦୁର୍ଘଟଣା। ଖାଇକୁ ଖସିଲା ସଡ଼କ ପରିବହନ ନିଗମ ବସ୍। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ଜୁବଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ ଡ୍ରାଇଭର, କଣ୍ଡକ୍ଟର, ଜଣେ ମହିଳାଙ୍କ ସମେତ ଅନ୍ୟଜଣେ ନେପାଳ ନାଗରିକଙ୍କ ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟାରେ ସଡ଼କ ପରିବହନ ନିଗମ ବସଟି କୁଡ୍ଡୁରୁ ଗିଲତାଡି ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମିଶାଇ ମୋଟ୍ ୭ଜଣ ଯାତ୍ରୀ ଥିଲେ। ୪କିଲୋମିଟର ଯିବା ପରେ ସକାଳ ପ୍ରାୟ ୬ଟା ୪୫ରେ ଏହା ଭାରସାମ୍ୟ  ହରାଇ ପାହାଡ ତଳ ଖାଇକୁ ଖସି ପଡିଥିଲା। ତୁରନ୍ତ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ମୃତଦେହ ଉଦ୍ଧାର କରିଥିଲା।

ପଢନ୍ତୁ ଏହି ଖବର: କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ

ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଜୁବଲ୍ ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ରାଜୀବ ସାଂଖ୍ୟାନ। ତାଙ୍କ କହିବା ମୁତାବକ ବସରେ ୭ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହରାଇଛନ୍ତି। ଅନ୍ୟ ତିନିଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ମୃତକଙ୍କ ପରିଚୟ ପରିଚୟ ସ୍ପଷ୍ଟ କରିଛନ୍ତି ସିମଲା ଏସପି ସଞ୍ଜୀବ କୁମାର ଗାନ୍ଧି। ବସ ଡ୍ରାଇଭର କରମ ଦାସ, କଣ୍ଡକ୍ଟର ରାକେଶ କୁମାର, ମହିଳା ବିମଳା ଦେବୀ ଓ ଅନ୍ୟଜଣେ ଧନ ଶାହା ବୋଲି ଜଣାପଡିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନି।

Advertisment

ପଢନ୍ତୁ ଏହି ଖବର: ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛ ପଟୁ ପିଟିଲା ଦ୍ରୁତଗାମୀ ମାଲଗାଡ଼ି

Bus Accident Road Mishap
Advertisment
Advertisment