Advertisment

ଭାଇଠୁ କୋଟିଏ ଟଙ୍କା ଲୁଟିବା ପାଇଁ ଭଉଣୀ କଲା ଅପହରଣ ନାଟକ

ଅପହରଣ ନାଟକରେ ସଂପୃକ୍ତ ମହିଳା ଓ ତାଙ୍କ ବନ୍ଧୁ ସାମିଲ ଥିବାର ସୂଚନା ମିଳିଛି। ସଂପୃକ୍ତ ମହିଳାଙ୍କୁ ଉଦ୍ଧାର ସହ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଧରିଲା ପୋଲିସ।

author-image
Manoranjan Behera
ଅଦ୍ୟତନ ହୋଇଛି
Kidnapping Case

Kidnapping Case

ଭୁବନେଶ୍ୱରରୁ ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ୍‌ ହୋଇଛି। ଭାଇଠାରୁ ୧ କୋଟି ଟଙ୍କା ଝଡ଼େଇବାକୁ କରାଯାଇଥିଲା ନାଟକ। ଅପହରଣ ନାଟକରେ ସଂପୃକ୍ତ ମହିଳା ଓ ତାଙ୍କ ବନ୍ଧୁ ସାମିଲ ଥିବାର ସୂଚନା ମିଳିଛି। ସଂପୃକ୍ତ ମହିଳାଙ୍କୁ ଉଦ୍ଧାର ସହ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଧରିଲା ପୋଲିସ।

Advertisment

ପ୍ରେସମିଟରେ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ କହିଛନ୍ତି, ସଂପୃକ୍ତ ମହିଳା ସ୍ୱାମୀ ପରିତ୍ୟକ୍ତା, ବାପାମାଙ୍କ ସହ ରୁହନ୍ତି। ଭାଇଠାରୁ ୧ କୋଟି ଝଡ଼ାଇବାକୁ ରାଜସ୍ଥାନର ଇନ୍‌ଷ୍ଟାଗ୍ରାମ ବନ୍ଧୁ ସହ ପ୍ଲାନ୍‌ କରିଥିଲେ। ଯୋଜନା ମୁତାବକ ଅପହରଣ ନାଟକ କରି ଭାଇଠାରୁ ୧୨ ଲକ୍ଷ ଝଡ଼ାଇଥିଲେ। ସମସ୍ତଙ୍କୁ ନୟାଗଡ଼ରୁ ଧରି ପର୍ଦ୍ଦାଫାସ୍ ସହ ୧୨ ଲକ୍ଷ ଉଦ୍ଧାର କଲା ପୋଲିସ।

ଗତକାଲି ମହିଳା ଜଣକ ଅପହରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆଜି ଭୁବନେଶ୍ୱରରୁ ଅପହୃତା ମହିଳାଙ୍କୁ ଉଦ୍ଧାର କଲା ପୋଲିସ। ଭୋର୍‌ରୁ ମହିଳାଙ୍କୁ ଉଦ୍ଧାର କରିଛି ଚନ୍ଦକା ଥାନା ପୋଲିସ। ମନ୍ଦିର ଯିବା ବେଳେ ମହିଳାଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଥିଲା। ଅପହର୍ତ୍ତାମାନେ ମହିଳାଙ୍କୁ ଛାଡ଼ିବାକୁ ୧ କୋଟି ଟଙ୍କା ଦାବି କରିଥିଲେ। ତେବେ ଅପହରଣ ପଛର କାରଣ ଏବେ ଜଣାପଡ଼ିଛି।

Advertisment

ଚନ୍ଦକା ଅଂଚଳର ଏକ ଆପାର୍ଟମେଣ୍ଟରେ ନିଜ ବାପାଙ୍କ ଘରେ ରହୁଥିଲେ ମହିଳା। ବୁଧବାର ଦିନ ଘରୁ ବାହାରକୁ ଯାଇଥିବା ବେଳେ ଆଉ ଫେରିନଥିଲେ। ପରେ ଖୋଜା ଖୋଜି ପରେ ବି ମହିଳାଙ୍କୁ ପାଇନଥିଲେ ଘର ଲୋକ । ତାଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କଲ ଆସିବା ସହ ଅପହରଣକାରୀ ୧ କୋଟି ଟଙ୍କା ମାଗିବା ପରେ ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ।

Kidnapping Case
Advertisment
Advertisment