Advertisment

କାଶ୍ମୀରରୁ ମୋଦିଙ୍କ ସନ୍ଦେଶ; କହିଲେ ଯୋଗ ପ୍ରତି ଆକର୍ଷିତ ହେଉଛି ବିଶ୍ୱ

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ ଆକର୍ଷିତ ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Yoga Day creating new records across world: PM Modi

Yoga Day creating new records

ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏଥରର ଥିମ୍‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଶ୍ରୀନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଶ୍ରୀନଗର SKICC ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ୭ ହଜାର ଲୋକଙ୍କ ସହ ଏକତ୍ର ଯୋଗ କରିଛନ୍ତି ମୋଦି।

Advertisment

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ କିପରି ଆକର୍ଷିତ ହୋଇଛି ସେନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି। ଯୋଗ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି। ଯୋଗ ବିଷୟରେ ଅନୁଧ୍ୟାନ ପାଇଁ ବିଶ୍ୱରୁ ବହୁ ପର୍ଯ୍ୟଟକ ଭାରତ ଆସୁଛନ୍ତି। ଆଜିକାଲି ତ ଲୋକେ ବ୍ୟକ୍ତିଗତ ଟ୍ରେନର ରଖିଲେଣି। ଯୋଗ ଯୁବପିଢିଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ଯୋଗମୁଦ୍ରାରେ ବୀର ଯବାନ, ସୀମାରୁ ସୁସ୍ଥ ରହିବାର ବାର୍ତ୍ତା ଦେଲେ ଜାଗ୍ରତ ପ୍ରହରୀ

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀନଗରରେ ଯୋଗ ମାଧ୍ୟମରେ ମିଳିଥିବା ଶକ୍ତି ଆମେ ଅନୁଭବ କରିପାରିବା। ଦେଶର ଲୋକ ତଥା ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତିଙ୍କୁ ମୁଁ ଯୋଗ ଦିବସର ଶୁଭେଚ୍ଛା ଜଣାଉଛି। ଆନ୍ତର୍ଜାତୀୟ ଯୋଗ ଦିବସ ୧୦ବର୍ଷର ଐତିହାସିକ ଯାତ୍ରା ସମାପ୍ତ କରିଛି। ୨୦୧୪ ରେ ଆନ୍ତର୍ଜାତୀୟ ଉତ୍ସବ ପାଳନ ନେଇ ପ୍ରସ୍ତାବ ଦେଇଥିଲି। ମିଳିତ ଜାତିସଂଘରେ ଭାରତର ଏହି ପ୍ରସ୍ତାବକୁ ୧୭୭ ଦେଶ ସମର୍ଥନ କରିଥିଲେ ଏବଂ ଏହା ଏକ ରେକର୍ଡ ଥିଲା। 

ସେ କହିଛନ୍ତି, ମୁଁ ଯୋଗ ଏବଂ ସାଧନାର ମାଟି କାଶ୍ମୀରକୁ ଆସିବାର ସୁଯୋଗ ପାଇଛି। ଶ୍ରୀନଗରରେ ଯୋଗରୁ ଆସୁଥିବା 'ଶକ୍ତି' ଅନୁଭବ କରିପାରିବା। କାଶ୍ମୀରରୁ ଭାରତବାସୀ ଏବଂ ଯୋଗ ଦିବସ ଅବସରରେ ବିଶ୍ୱବାସୀଙ୍କୁ ମୁଁ ମୋର ଶୁଭେଚ୍ଛା ଜଣାଉଛି | ଚଳିତ ବର୍ଷ ଭାରତରେ ଜଣେ ୧୦୧ ବର୍ଷ ବୟସ୍କା ମହିଳା ଯୋଗ ଶିକ୍ଷକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେ କଦାପି ଭାରତ ଗସ୍ତ କରିନାହାନ୍ତି, କିନ୍ତୁ ଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଆଜି ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ତଥା ଅନୁଷ୍ଠାନରେ ଯୋଗ ଶିକ୍ଷା ଦିଆଯାଉଛି।

ଅଧିକ ପଢ଼ନ୍ତୁ: ଯୋଗ କଲେ ମୁଖ୍ୟମନ୍ତ୍ରୀ; କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

କେବଳ କାଶ୍ମୀର ନୁହଁ, ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ୍, ରାଞ୍ଚି, ଲକ୍ଷ୍ନୌ, ମହୀଶୂର ତଥା ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର, ୱାଶିଂଟନରେ ମିଳିତ ଜାତିସଂଘ ମୁଖ୍ୟାଳୟ ଏବଂ ଲଣ୍ଡନରେ ପାର୍କ ସମେତ ଅନେକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦେଶରେ ଥିବା ଦୂତାବାସ ଏବଂ ଭାରତୀୟ ମିଶନ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

ସଂସ୍କୃତି ମନ୍ତ୍ରଣାଳୟ ଯୋଗ ଦିବସକୁ ନୂଆଦିଲ୍ଲୀର ପୁରାନା କିଲାଠାରେ ପାଳନ କରିବ। କୁତବମିନାର ନିକଟ ସନ୍‌ ଡାଏଲ ଲନରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅହମ୍ମଦାବାଦରେ ଯୋଗ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: International Yoga Day 2024: ଯୋଗ ମନ ପାଇଁ, ଶରୀର ପାଇଁ; ଜାଣନ୍ତୁ ଯୋଗ ପୂର୍ବରୁ ଓ ପରେ କ’ଣ ଖାଇବେ

PM Modi International Yoga Day
Advertisment
Advertisment