Advertisment

ଧୋକ୍କା ! ଶୋଇଥିଲେ ଯୁବକ, ଯୌନାଙ୍ଗ କାଟି କରିଦେଲେ ଯୁବତୀ

ଲିଙ୍ଗ ପରିବର୍ତ୍ତନ ହେତୁ ମୁଜାହିଦଙ୍କୁ ତାଙ୍କ ସହ ରହିବାକୁ ହେବ। କାରଣ ପରିବାର ଲୋକ ଅଥବା ସମାଜ ଆଉ ତାଙ୍କୁ ଗ୍ରହଣ କରିବେ ନାହିଁ। ଏଥିସହ ସେ କୋର୍ଟ ମ୍ୟାରେଜ ପାଇଁ ଓକିଲଙ୍କ ସହ କଥା ହୋଇଥିବା ମଧ୍ୟ କହିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Sex Change Surgery In UP

Sex-Change Surgery

ଅଜାଣତରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଅଭିଯୋଗ। ଉତ୍ତରପ୍ରଦେଶ ମୁଜାଫର ନଗରରୁ ଏଭଳି ସମ୍ୱଦେନଶୀଳ ଅଭିଯୋଗ ଆଣିଛନ୍ତି ଜଣେ ୨୦ବର୍ଷୀୟ ଯୁବକ। ୨୦ବର୍ଷୀୟ ମୁଜାହିଦ ପୁଅ ଥିଲେ। ମାତ୍ର ସେ ନିଦରୁ ଉଠିବା ପରେ ତାଙ୍କର ଲିଙ୍ଗ ପରିବର୍ତ୍ତନ ହୋଇଯାଇଥିଲା। ତାଙ୍କ ଅଜ୍ଞାତସାରରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିଦିଆଯାଇଥିଲା। ମୁଜାଫର ନଗରର ବେଗରାଜ ମେଡିକାଲ୍‌ କଲେଜର ଡାକ୍ତର ଓ ଅନ୍ୟଜଣେ ବ୍ୟକ୍ତି ମିଶି ଏଭଳି କାଣ୍ଡ ଭିଆଇଥିବା ମୁଜାହିଦ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ମନସୁରପୁରସ୍ଥିତ ବେଗରାଜ ମେଡିକାଲ୍‌ କଲେଜରେ ଏଭଳି ସମ୍ୱଦେନଶୀଳ ଘଟଣା ଘଟିଛି। ଏହି ଅଭିଯୋଗ ଆଣିଛନ୍ତି ସଞ୍ଜକ ଗ୍ରାମର ମୁଜାହିଦ ନାମକ ଯୁବକ। ଗତ ୩ତାରିଖରେ ଓମପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରିତ ହୋଇଥିଲେ। ଏହାପରେ ସେ ଡାକ୍ତରଙ୍କ ସହ ମିଶି ତାଙ୍କ ଅଜାଣତରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିଛନ୍ତି। ଗତ ୨ବର୍ଷ ଧରି ଓମପ୍ରକାଶ ତାଙ୍କୁ ନିର୍ଯାତନା ଦେବା ସହ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ଭାଇଠୁ କୋଟିଏ ଟଙ୍କା ଲୁଟିବା ପାଇଁ ଭଉଣୀ କଲା ଅପହରଣ ନାଟକ

ତାଙ୍କର ଡାକ୍ତରୀ ସମସ୍ୟା ଅଛି ଏବଂ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି ଓମପ୍ରକାଶ ତାଙ୍କୁ ବାରମ୍ୱାର କହୁଥିଲେ। ଓମପ୍ରକାଶଙ୍କୁ ବିଶ୍ୱାସ କରି ମୁଜାହିଦ ବେଗରାଜ ମେଡିକାଲ୍‌ କଲେଜକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଆନାସ୍ଥେସିଆ ଦେଇ ତାଙ୍କର ଅସ୍ତ୍ରୋପଚାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ହୋସକୁ ଆସିବା ପରେ ଓମପ୍ରକାଶ ମୁଜାହିଦଙ୍କୁ ପୁଅରୁ ଝିଅ କରି ଦେଇଥିବା କଥା କହିଥିଲେ।

Advertisment

ଲିଙ୍ଗ ପରିବର୍ତ୍ତନ ହେତୁ ମୁଜାହିଦଙ୍କୁ ତାଙ୍କ ସହ ରହିବାକୁ ହେବ। କାରଣ ପରିବାର ଲୋକ ଅଥବା ସମାଜ ଆଉ ତାଙ୍କୁ ଗ୍ରହଣ କରିବେ ନାହିଁ। ଏଥିସହ ସେ କୋର୍ଟ ମ୍ୟାରେଜ ପାଇଁ ଓକିଲଙ୍କ ସହ କଥା ହୋଇଥିବା ମଧ୍ୟ କହିଥିଲେ। କେବଳ ସେତିକି ନୁହେଁ, ଓମପ୍ରକାଶ ମୁଜାହିଦଙ୍କ ବାପାଙ୍କୁ ଗୁଳି କରି ତାଙ୍କ ନାଁରେ ଥିବା ସଂପତ୍ତି ନିଜ ନାଁରେ କରିବା ସହ ଲକ୍ଷ୍ନୌ ଚାଲିଯାଇଥିବା କଥା କହିଥିବା ମୁଜାହିଦ ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ସାମନାକୁ ଆସିବା ପରେ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ନେଇ ଚାଷୀନେତା ଶ୍ୟାମପାଲ୍‌ଙ୍କ ନେତୃତ୍ୱରେ ବିଜେୟୁ କର୍ମୀମାନେ ହସ୍ପିଟାଲ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ଓମପ୍ରକାଶ ଓ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି।

ତେବେ ମୁଜାହିଦଙ୍କ ବାପା ଜୁନ ୧୬ତାରିଖରେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଓମପ୍ରକାଶକୁ ଗିରଫ କରାଯାଇଥିଲା। ଏଥିସହ ମୁଜାହିଦଙ୍କୁ ୨କୋଟିର କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।

ଅଧିକ ପଢ଼ନ୍ତୁ: CBSE ରେ ପାଠ ପଢ଼ାଇପାରିଲାନି ବାପା; ଝିଅକୁ ଧରି କୂଅକୁ ଡେଇଁଲା ମା’

Doctors
Advertisment
Advertisment