Advertisment

କେଜ୍ରିୱାଲ୍‌ଙ୍କୁ ପୁଣି ଝଟକା; ଜାମିନ୍‌ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

ଗତକାଲି କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଦିଲ୍ଲୀ କୋର୍ଟ। ଦିଲ୍ଲୀ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲା ଇଡି।

author-image
Manoranjan Behera
Arvind Kejriwal

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଝଟକା। କେଜ୍ରିୱାଲଙ୍କ ମୁକ୍ତି ପ୍ରକ୍ରିୟାରେ ସାମୟିକ ରୋକ୍‌ ଲଗାଇଲେ ହାଇକୋର୍ଟ। ଶୁଣାଣି ନସରିବା ପର୍ଯ୍ୟନ୍ତ ଜେଲ୍‌ରୁ ମୁକୁଳିବା ଉପରେ ରୋକ୍‌ ଲଗାଯାଇଛି। ଇଡି ଆବେଦନ ଉପରେ ଶୁଣାଣି ନସରିବା ପର୍ଯ୍ୟନ୍ତ ମୁକ୍ତିରେ ରୋକ୍‌ ଲାଗିଛି।

Advertisment

ଗତକାଲି କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଦିଲ୍ଲୀ କୋର୍ଟ। ଦିଲ୍ଲୀ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲା ଇଡି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା କେଜରିୱାଲଙ୍କୁ ଦିଲ୍ଲୀର ରୋଜ ଆଭେନ୍ୟୁ କୋର୍ଟ ଆଜି ଜାମିନ ପ୍ରଦାନ କରିଥିଲେ। କେଜରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡରେ ଜାମିନ୍ ମିଳିଛି।

ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ତଳ କୋର୍ଟରେ ଏହି ମାମଲାରେ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା। ଲିଖିତ ଜବାବ ରଖିବାକୁ ମଧ୍ୟ ସମୟ ମିଳିନଥିଲା। ଯାହା ଆଦୌ ଠିକ୍ ନୁହେଁ। ଏବେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି। ତେବେ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳୁଛି କି ନାହିଁ, ତା ଉପରେ ନଜର। 

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ତୋଷାରପାତ ଅଭିଯୋଗରେ କେଜରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଏହା ପୂର୍ବରୁ ଗତ ସାଧାରଣ ନିର୍ବାଚନ ବେଳେ ସୁପ୍ରିମକୋର୍ଟ ତାଙ୍କୁ ଗୋଟିଏ ଥର ଅନ୍ତରୀଣ ଜାମନ୍ ମଧ୍ୟ ପ୍ରଦାନ କରିଥିଲେ।

Arvind Kejriwal Enforcement Directorate Delhi High Court
Advertisment
Advertisment