Advertisment

‘ଯିଏ ଭୁଲ କରିଥିବ, ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ’

ପାଟନା ପୋଲିସ୍‌ ଖୁବଶୀଘ୍ର ବିସ୍ତୃତ ରିପୋର୍ଟ ପଠାଇବ। ପ୍ରାଥମିକ ସୂଚନା ଅନୁସାରେ ତ୍ରୁଟି କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି।’

author-image
Satyendu Shekher Mishra
Dharmendra Pradhan On NTA

Dharmendra Pradhan On NTA

ନିଟ୍ ପରୀକ୍ଷା ବିଭ୍ରାଟର ଉଚ୍ଚ ସ୍ତରୀୟ ତଦନ୍ତ ହେବ କହିଲେ ଧର୍ମେନ୍ଦ୍ର । ଦୋଷୀ ଯିଏ ବି ହେଉ, ତାକୁ ଛଡ଼ାଯିବ ନାହିଁ । ଗୁଜବ ଓ ରାଜନୀତି ନକରିବାକୁ ଶିକ୍ଷାମନ୍ତ୍ରୀଙ୍କ ଅପିଲ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପ୍ରତି ସରକାର ଯତ୍ନବାନ । ତଦନ୍ତ ଚାଲିଛି, ସ୍ପଷ୍ଟ ପ୍ରମାଣ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ହେବ । ଏନଟିଏକୁ ଅଧିକ ସୁଦକ୍ଷ କରିବାକୁ ଏକ ଉଚ୍ଚ କମିଟି ଗଠନ କରାଯିବ । ଏନଟିଏ ଗଠନ, ପରିଚାଳନା ସଂପର୍କରେ କମିଟି ମତାମତ ଦେବ । ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ କହିଛନ୍ତି ଧର୍ମେନ୍ଦ୍ର ।

Advertisment

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ‘ସ୍ୱଚ୍ଛତାରେ ଆମେ କେବେ ହେଲେ ବୁଝାମଣା କରିବୁ ନାହିଁ। ନିଟ୍‌ ପରୀକ୍ଷା କଥା ବିଚାରକୁ ନେଲେ, ଆମେ ବିହାର ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛୁ। ପାଟନା ପୋଲିସ୍‌ ଖୁବଶୀଘ୍ର ବିସ୍ତୃତ ରିପୋର୍ଟ ପଠାଇବ। ପ୍ରାଥମିକ ସୂଚନା ଅନୁସାରେ ତ୍ରୁଟି କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି।’

ବିହାରରେ ନିଟ ପ୍ରଶ୍ନପତ୍ର ଲିକ୍‌ ହୋଇଥିବାରୁ ଶ୍ରୀ ପ୍ରଧାନ ସେଠାକାର କଥା କହିଛନ୍ତି। ସେ ଆହୁରି କହିଛନ୍ତି, “ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଥରେ ଆମ ପାଖକୁ ବଳିଷ୍ଠ ପ୍ରମାଣ ଆସି ଯାଉ, ଆମେ ଦୋଷୀଙ୍କୁ ଆଦୌ ଛାଡ଼ିବୁ ନାହିଁ।

Advertisment

ଏନଟିଏ ହେଉ କିମ୍ବା ଏନଟିଏର ବରିଷ୍ଠ ଅଧିକାରୀ ହୁଅନ୍ତୁ, କାହାକୁ ବି ଛଡ଼ା ଯିବନି। ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଆମର ପ୍ରାଥମିକତା। ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଯାଉଛନ୍ତି। ଏହି କମିଟି ଏନଏଟିଏ ଷ୍ଟ୍ରକଚର କେମିତି ବୃଦ୍ଧି କରାଯିବ, ଏହାର କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ସ୍ୱଚ୍ଛତା, ତଥ୍ୟ ଓ ସୁରକ୍ଷା ପ୍ରୋଟକଲ ଆଦିର ପ୍ରସ୍ତାବ ଦେବ। ଆମେ ସବୁବେଳେ ଶୂନ୍ୟ ତ୍ରୁଟି ଯୁକ୍ତ ପରୀକ୍ଷା ଚାହୁଁ। କମିଟିରେ ଟେକ୍ନୋକାର୍ଟ, ବୈଜ୍ଞାନିକ, ଶିକ୍ଷା ପ୍ରଶାସକ, ଶିକ୍ଷାବିତ ପ୍ରମୁଖ ରହିବେ।”

Exam NEET
Advertisment
Advertisment