• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଟେନିସ୍ ଷ୍ଟାର୍‌ ସାନିଆ ମିର୍ଜା ଏବଂ ଭାରତୀୟ କ୍ରିକେଟର ମହମ୍ମଦ ଶାମି ବିବାହ କରିବାକୁ ଯାଉଛନ୍ତି କି ? ବାସ୍ତବରେ ସୋସିଆଲ ମିଡିଆରେ ସେମାନଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଉଭୟ ମହମ୍ମଦ ଶାମି ଓ ସାନିଆ ମିର୍ଜା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ଯେଉଁଥିପାଇଁ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କି ଦୁହେଁ ପ୍ରକୃତରେ ବିବାହ କରିବାକୁ ଯାଉଛନ୍ତି କି ? ତେବେ ସୋସିଆଲ ମିଡିଆରେ ଏହି ଚର୍ଚ୍ଚା ମଧ୍ୟରେ ସାନିଆ ମିର୍ଜାଙ୍କ ପିତା ଇମ୍ରାନ ମିର୍ଜା ଏହି ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ନିରର୍ଥକ ।

ସୂଚନା ଅନୁସାରେ ନିକଟରେ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ସେହିପରି ଟିମ୍‌ ଇଣ୍ଡିଆର ପେସ୍‌ ବୋଲର ମହମ୍ମଦ ଶାମି ମଧ୍ୟ ତାଙ୍କ ପତ୍ନୀ ହସିନ ଜାହାନଙ୍କଠାରୁ ଅଲଗା ରହୁଛନ୍ତି ।

ବାସ୍ତବରେ କେବଳ ମହମ୍ମଦ ଶାମି ଏବଂ ସାନିଆ ମିର୍ଜାଙ୍କ ଭାଇରାଲ ଚିତ୍ର ନକଲି ନୁହେଁ ବରଂ ସେମାନଙ୍କ ବିବାହର ଗୁଜବ ମଧ୍ୟ ମିଥ୍ୟା ଅଟେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଟି ୨୦୧୦ରେ ସାନିଆ ମିର୍ଜାଙ୍କ ବିବାହର ଅଟେ । କିନ୍ତୁ କେହି ଏହି ଫଟୋକୁ ଏଡିଟ୍‌ କରି ଶୋଏବ ମଲ୍ଲିକଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କ ଫଟୋ ଲଗାଇ ଦେଇଛନ୍ତି । ଜୁନ୍‌ ୧୨ରୁ ସୋସିଆଲ ମିଡିଆରେ ଏହି ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ମହମ୍ମଦ ଶାମି ଏବଂ ସାନିଆ ମିର୍ଜାଙ୍କ ଦାମ୍ପତ୍ୟ ଜୀବନ ପ୍ରାୟ ସମାନ । ଉଭୟ ନିଜ ନିଜ ସାଥୀଙ୍କଠାରୁ ଛାଡ଼ପତ୍ର ନେଇସାରିଛନ୍ତି । ୨୦୧୮ ମସିହାରେ ଭାରତୀୟ କ୍ରିକେଟର ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ ଘରୋଇ ନିର୍ଯାତନା ଅଭିଯୋଗ କରିଥିଲେ । ପରେ ଏହି ମାମଲା ଅତ୍ୟନ୍ତ ଗମ୍ଭୀର ରୂପ ନେଇଥିଲା ଏବଂ ଏହା ଏବେ ମଧ୍ୟ ଚାଲିଛି । ଏହି କାରଣରୁ ଏବେ ଶାମି ଏବଂ ହସିନ୍ ଅଲଗା ରହୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଆଇନଗତ ଭାବେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇନାହିଁ ।

ଅନ୍ୟପକ୍ଷରେ, ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁଅ ମଧ୍ୟ ଅଛି, ଯାହାର ନାମ ଇଜହାନ୍ ମିର୍ଜା ମଲିକ୍ । ତେବେ ଚଳିତ ବର୍ଷ ପ୍ରାରମ୍ଭରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ସେପଟେ ଶୋଏବ ମଲ୍ଲିକ ଚଳିତ ବର୍ଷ ଜାନୁଆରୀ ୨୦ରେ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now