Advertisment

International Yoga Day 2024: ନିୟମିତ ଯୋଗ କରୁଛନ୍ତି ତ ଖାଆନ୍ତୁ ଏହି ସବୁ ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ...

ଯୋଗ ଶବ୍ଦର ବ୍ୟବହାର ଋକବେଦରେ ରହିଛି। ଏଣୁ ଏହା ଏକ 800 ଖ୍ରୀ.ପୂ ରୁ 400 ଖ୍ରୀ.ଅ ଭିତରେ ଏହାର ଉତ୍ପତ୍ତି ବୋଲି ଧରାଯାଇପାରେ। ତେବେ ଖ୍ରୀ.ପୂ. ତୃତୀୟରୁ ଚତୁର୍ଥ ମଧ୍ୟରେ ଥିବା କଥା ଉପନିଷଷଦରେ ପ୍ରଥମେ ଏହାର ବ୍ୟବହାରିକ ଅର୍ଥ ବ୍ୟାଖ୍ୟା କରାଯାଇଥିଲା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
International Yoga Day 2024

Yoga Day

ଆମ ଭାରତୀୟ ସଭ୍ୟତାର ଅନେକ ମହତ୍ୱପୂର୍ଣ୍ଣ ଉପାଦାନ ବିଶ୍ୱକୁ ଆଲୋକିତ କରିପାରିଛି, ଏହା ଆମେ ଇତିହାସରୁ ପଢ଼ିଛେ। ଏପରି ଏକ ପ୍ରସଙ୍ଗ ହେଲା ଯୋଗ। ହଜାର ହଜାର ବର୍ଷତଳର ସଭ୍ୟତାର ଶିକ୍ଷଣ ହେଉଛି ଯୋଗ ଯାହା ବର୍ତ୍ତମାନ ଆଧୁନିକ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇପାରିଛି ଏବଂ ବିଶ୍ୱର ଅନେକ ଦେଶରେ ଏହାର ଚାହିଦା ବଢ଼ିଛି। ଯୋଗ ଅଭ୍ୟାସ କରୁଥିବା ଅନେକ ବ୍ୟକ୍ତି ସେମାନଙ୍କର ଅନନ୍ୟ ଅନୁଭୂତି ବାଣ୍ଟନ୍ତି ଯେଉଁଥିରୁ ଜଣାପଡ଼େ ଯେ, ଏହା ବାସ୍ତବରେ ଆମ ଶରୀର ପାଇଁ ଏକ ଅତ୍ୟାବଶ୍ୟକ ତତ୍ତ୍ୱ। ତେବେ ଆପଣ ଜାଣନ୍ତି କି, ଯୋଗାଭ୍ୟାସ କରୁଥିବା ଲୋକମାନଙ୍କୁ କିଛି ପୁଷ୍ଟିକର ଖାଦ୍ୟାଭ୍ୟାସ ରଖିବାକୁ ପଡ଼ିବ ଯାହା ଦ୍ୱାରା ଯୋଗର ଯଥେଷ୍ଟ ଉପକାରିତା ମିଳିପାରିବ। ଆଜି ଯୋଗ ଦିବସ ଅବସରରେ ଆସନ୍ତୁ ଆମ ଶରୀର ପାଇଁ ଯୋଗ ଏବଂ ଏଥି ସମ୍ପର୍କିତ କିଛି ଖାଦ୍ୟ ବିଷୟରେ ଜାଣିବା।

Advertisment

ଯୋଗ ଶବ୍ଦର ବ୍ୟବହାର ଋକବେଦରେ ରହିଛି। ଏଣୁ ଏହା ଏକ 800 ଖ୍ରୀ.ପୂ ରୁ 400 ଖ୍ରୀ.ଅ ଭିତରେ ଏହାର ଉତ୍ପତ୍ତି ବୋଲି ଧରାଯାଇପାରେ। ତେବେ ଖ୍ରୀ.ପୂ. ତୃତୀୟରୁ ଚତୁର୍ଥ ମଧ୍ୟରେ ଥିବା କଥା ଉପନିଷଷଦରେ ପ୍ରଥମେ ଏହାର ବ୍ୟବହାରିକ ଅର୍ଥ ବ୍ୟାଖ୍ୟା କରାଯାଇଥିଲା। ତେବେ ଯୋଗର ଅର୍ଥ ଯେପରି ଆପଣ ବୁଝନ୍ତି ଯେ, ଯୋଡ଼ିବା ବା ଏକ କରିବା। ଠିକ୍ ସେପରି, ଯୋଗ କରିବା ଅର୍ଥାତ୍ ଆମ ଆତ୍ମାକୁ ପରମାତ୍ମା ସହ ଯୋଡ଼ିବା। ଆମ ଶରୀରର ଆମ ଆତ୍ମା ଓ ଶରୀରର ଉପାଦାନଗୁଡ଼ିକୁ ଏକୀଭୂତ କରିବା। ଯୋଗର ଅନେକ ଉପାଦାନ ରହିଛି ଏବଂ ଏହାର ଅଭ୍ୟାସ ନିୟମିତ କରିବା ଦ୍ୱାରା ଆମର ଶରୀର, ମନ ତଥା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣରେ ରଖାଯାଇପାରେ। ତେବେ ଯୋଗ ଅଭ୍ୟାସ କରିବା ସହ କେତେକ ଖାଦ୍ୟର ଧ୍ୟାନ ରଖିବାକୁ ହୁଏ। ନ ହେଲେ ଯୋଗର ପ୍ରଭାବ ଧୀର ହୋଇଯାଏ ଅଥବା ବିଲକୁଲ କୌଣସି ଫାଇଦା ହୁଏ ନାହିଁ।

ଅଧିକ ପଢ଼ନ୍ତୁ: International Yoga Day 2024: ଯୋଗ ମନ ପାଇଁ, ଶରୀର ପାଇଁ; ଜାଣନ୍ତୁ ଯୋଗ ପୂର୍ବରୁ ଓ ପରେ କ’ଣ ଖାଇବେ

Advertisment

ଯଦିଓ ଯୋଗର ଖାଦ୍ୟାଭ୍ୟାସ ଅନୁସରଣ କରିବା କଷ୍ଟ ହୋଇପାରେ କିନ୍ତୁ ଏହା ଆବଶ୍ୟକ ହୋଇଥାଏ। ତେବେ ଯୋଗର ନିୟମ ଯାହାକି ଅହିଂସା, ସାତ୍ତ୍ୱିକ ଓ ଶୌଚ ରହିବା ଅନୁସାରେ ଆମର ଖାଦ୍ୟ ମଧ୍ୟ ଏହିପରି ହେବା ଉଚିତ୍। ଶାକାହାରୀ, ସାତ୍ତ୍ୱିକ ଓ ପରିମଳ ପରିବେଶରେ ପ୍ରସ୍ତୁତ ସ୍ୱାସ୍ଥ୍ୟକର ଆହାର ହିଁ ସେବନ କରିବା ଉଚିତ୍।

ଶାକାହାରୀ ହେବା ଅର୍ଥାତ୍ ଉଦ୍ଭିଦଜାତ ଦ୍ରବ୍ୟ ଖାଇବା। ଋତୁ ଅନୁଯାୟୀ ଫଳ ବା ସିଜନାଲ୍ ଫଳ, ପନିପପରିବା ଆଦି ଖାଇବା ଦ୍ୱାରା ଆମକୁ ବିଭିନ୍ନ ଭିଟାମିନ୍ ଓ ଫାଇବର ମିଳେ। ବିଭିନ୍ନ ମିନେରାଲସ୍‌ରେ ଭରପୂର ଶାଗ ଆଦି ଖାଇବା ମଧ୍ୟ ଜରୁରୀ। ଧ୍ୟାନ ଦେବେ ଯେ ଯେତେ ସମ୍ଭବ ହେଉଛି, ନିଜ ବାଡ଼ିରେ ଲଗାଇ ଫଳ ଓ ପନିପରିବା ଉପୁଜାନ୍ତୁ ଯାହା କି ଅର୍ଗାନିକ ଓ ସ୍ୱାସ୍ଥ୍ୟ ପାଇଁ ଅତି ଉପଯୋଗୀ ହେବ। ଏହା ଦ୍ୱାରା ଆପଣ ବାହାରେ ମିଳୁଥିବା ପେଷ୍ଟିସାଇଡ୍ ଯୁକ୍ତ ପରିବା ଆଦି ଖାଇବାରୁ ରକ୍ଷା ପାଇବେ। ଏଥି ସହିତ ଆପଣ ଡ୍ରାଏ ଫୁଟସ୍ ମଧ୍ୟ ନିଅନ୍ତୁ ଯାହା ଆପଣଙ୍କୁ ପ୍ରୋଟିନ୍ ଦେବ। ନିୟମିତ ଆଲମଣ୍ଡ୍, ୱାଲନଟ୍ ଆଦି ଡ୍ରାଏ ଫ୍ରୁଟସ୍ ସହ ଫ୍ଲାକ୍ସ ସିଡ୍, ରାଶି, ଆଦିରେ ଲଡ଼ୁ ତିଆରି କରି ଖାଇଲେ ଏହା ଆପଣଙ୍କ କ୍ୟାଲସିୟମ୍, ମ୍ୟାଗ୍ନେୟିୟମ୍ ଓ ଲୌହ ପରିମାଣ ନିୟମିତ ରଖିବ ଓ ଶରୀରକୁ ଫୂର୍ତ୍ତି ରଖିବ।

ଛେନା, କ୍ଷୀର, ଗୋଟା ଶସ୍ୟ ବା ହୋଲ ସେରେଲ ଯେପରିକି ଓଟସ୍, ବିଭିନ୍ନ ମିଲେଟ୍ ଇତ୍ୟାଦି ବି ପୁଷ୍ଟିସାର ବା ପ୍ରୋଟିନ୍ ପାଇଁ ଉପଯୁକ୍ତ ଉତ୍ସ। ଯଦି ଭେଗାନ୍ ଖାଦ୍ୟାଭ୍ୟାସ ଆପଣାଇବାକୁ ଚାହୁଁଛନ୍ତି, ତେବେ ସୋୟାବିନ୍ ମଞ୍ଜି, ସୋୟା କ୍ଷୀର, ତୋଫୁ ଆଦି ଖାଇପାରିବେ। ମାଂସ ମାଛ ଓ ଅଣ୍ଡା ଆଦି ଖାଦ୍ୟ ଯୋଗ ଉପଯୋଗୀ ଖାଦ୍ୟ ନୁହେଁ।

ଯେହେତୁ ଯୋଗର ବିଭିନ୍ନ ପ୍ରକାର ରହିଛି ଏବଂ ସେ ସବୁ ଆମର ଶରୀର ଓ ମନର ଶୋଧନ ପାଇଁ ଆବଶ୍ୟକ, ତେଣୁ ଏକ ନିର୍ମଳ ପରିବେଶରେ ଖାଦ୍ୟ ରାନ୍ଧିବା ଓ ଖାଇବା ଜରୁରୀ। କୌଣସି ରାସାୟନିକ ଦ୍ରବ୍ୟ ଯେପରିକି କୃତ୍ରିମ ରଙ୍ଗ, କୃତ୍ରିମ ମିଠା, ଅତ୍ୟଧିକ ତେଲ, ମସଲା, ନିଶାଜାତୀୟ କୌଣସି ଦ୍ରବ୍ୟ ଇତ୍ୟାଦି ଖାଇବା ନିହାତି ବାରଣ କରିବା ଦରକାର। କ୍ରିୟା ଯୋଗ, ହଟଯୋଗ ପରି କେତେକ ପ୍ରକାର ଯୋଗରେ ଆମ ଶରୀର ଶୁଦ୍ଧ ରହିବା ଅତ୍ୟନ୍ତ ଆବଶ୍ୟକ ହୁଏ।

ଥରକରେ ଏକାବେଳକେ ପେଟ ଭରି ନଖାଇ ଅଳ୍ପ ଅଳ୍ପ କରି ଖାଇବା ଉଚିତ୍। ମନେରଖନ୍ତୁ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପୂର୍ବରୁ ସାଲାଡ୍ ଖାଇବା ଉଚିତ୍। ସାଲାଡ୍‌କୁ ଖାଦ୍ୟ ପରେ କିମ୍ୱା ସାଙ୍ଗରେ ଖାଇଲେ ସୁଫଳ ମିଳେ ନାହିଁ। ଆସନ କରିବାର ଦୁଇଘଣ୍ଟା ପୂର୍ବରୁ ଖାଇବା ସାରିଦଅନ୍ତୁ ଏବଂ ରାତ୍ରିଭୋଜନର ଦୁଇଘଣ୍ଟା ପରେ ଶଯ୍ୟାକୁ ଯାଆନ୍ତୁ। ଜଲଦି ଶୋଇ ଭୋରରୁ ଉଠିବାର ଅଭ୍ୟାସ ଯୋଗ ପାଇଁ ନିହାତି ଜରୁରୀ।

ଉପବାସ ହେଉଛି ସୁସ୍ଥ ଶରୀର ପାଇଁ ଏକ ଉପକାରୀ ଉପାଦାନ। ମଝିରେ ମଝିରେ ଆମ ଶରୀରର ମେଟାବୋଲିଜମ୍‌କୁ ଧୀର କରିବା ପାଇଁ ଉପବାସ ଆବଶ୍ୟକ। ଏହା ଦ୍ୱାରା ଆମ ଶରୀର ସ୍ରବଦା ସକ୍ରିୟ ରହିବା ସହ କାମ କରିବାର ଇଛା ରହିବ। ଆମର ଖାଦ୍ୟ ରାନ୍ଧିବା ସମୟରେ ଖୁବ୍ ସକରାତ୍ମକ ହୋଇ ରାନ୍ଧିବା ଆବଶ୍ୟକ ଯାହା ଦ୍ୱାରା ଖାଦ୍ୟ ଖାଇବା ପରେ ଆମ ମନରେ ସକରାତ୍ମକ ମନୋଭାବ ଜାଗ୍ରତ ହେବ। ଖାଇବା ସମୟରେ ମଧ୍ୟ ଭଓଜନରେ ଧ୍ୟାନ ଦେଇ ଖାଇବା ଉଚିତ୍। ଆଜିକାଲି ପ୍ରାୟ ଦେଖାଯାଉଛି ପିଲାମାନେ ତଥା ଯୁବାବସ୍ଥାରେ ଥିବା କଲେଜ ପିଲାମାନେ ଖାଇବା ସମୟରେ ମୋବାଇଲ୍ କିମ୍ୱା ଟିଭି ଦେଖିବାରେ ଅଭ୍ୟସ୍ତ ହୋଇଯାଉଛନ୍ତି। କିନ୍ତୁ ଯୋଗ ବିଜ୍ଞାନରେ ଖାଦ୍ୟକୁ ସମ୍ମାନ ଦେବାର ବିଧି ରହିଛି। ଏଣୁ ଖାଇବା ସମୟରେ ଆମ ଖାଦ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ।

ଯୋଗ ଆଧାରିତ ଖାଦ୍ୟ ଖାଇବା ଦ୍ୱାରା ଯେ କେବଳ ଆମକୁ ଯୋଗ ପାଇଁ ଉତ୍ସାହ ମିଳଏ, ତାହା ନୁହେଁ, ବରଂ ଆମେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ରକ୍ଷା ପାଉ। ଓଜନ କମ୍ କରିବା ପାଇଁ ଯୋଗ ଓ ଯୋଗ ଆଧାରିତ ଖାଦ୍ୟାଭ୍ୟାସ ଖୁବ୍ ଉପଯୋଗୀ। ଉଦ୍ଭିଦ ଜାତ ଖାଦ୍ୟ ସବୁ କ୍ଷତିକାରକ ଦ୍ରବ୍ୟରୁ ମୁକ୍ତ ହୋଇଥାଏ, ଯାହା ଆମ ପାଚନ ତନ୍ତ୍ରକୁ ଠିକ୍ ରଖିବା ସହିତ ଆମର ଶରୀରକୁ ଶୁଦ୍ଧ ରଖେ। ଏଥି ସହିତ ସାତ୍ତ୍ୱିକ ଖାଦ୍ୟ ଆମ ମାନସିକ ଅବସ୍ଥାକୁ ଠିକ୍ ରଖିବା ସହ ଶାନ୍ତି ଦେଇଥାଏ। ଯେଉଁମାନେ ଯୋଗରୁ ଅସାଧାରଣ ଲାଭ ପାଇବାକୁ ଚାହୁଁଛନ୍ତି, ସେମାନେ ନିହାତି ଏକ ସାତ୍ତ୍ୱିକ ଓ ସୁଷମ ଭୋଜନ ଅଭ୍ୟାସ କରିବା ଜରୁରୀ।

ଅଧିକ ପଢ଼ନ୍ତୁ: Yogasana: ଆପଣ ବୃଦ୍ଧ ଅବସ୍ଥାରେ ଯୁବକ ଭଳି ଦେଖାଯିବାକୁ ଚାହାନ୍ତି କି… କରନ୍ତୁ ଏହି ୨ ଆସନ

Rephrase with Ginger (Ctrl+Alt+E)
Yoga Day International Yoga Day
Advertisment
Advertisment