• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ସ୍ବାସ୍ଥ୍ୟ ଏବଂ ସମ୍ପୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର । ଏଥର ଯୋଗ ଦିବସର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଦେଶର ବିଭିନ୍ନ ସ୍ଥାନରେ ଏନେଇ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଯୋଗ କରୁଛନ୍ତି । ସୀମାରେ ଥିବା ସୁରକ୍ଷା ବାହିନୀ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି ।

ଯୋଗମୁଦ୍ରାରେ ଯବାନ। ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନା ପକ୍ଷରୁ ପାଳିତ ହୋଇଛି ଯୋଗ ଦିବସ। ଜଳ, ସ୍ଥଳ ଓ ଆକାଶମାର୍ଗରେ ଯୋଗାଭ୍ୟାସ। ଆଇଏନଏସ୍ ବିକ୍ରମାଦିତ୍ୟର ଏୟାରକ୍ରାଫ୍ଟ କ୍ୟାରିଅରରେ ଯୋଗ କରିଛନ୍ତି ସେନା ଅଧିକାରୀ ଓ କର୍ମଚାରୀ। ସେହିପରି ଜମ୍ମୁ କଶ୍ମୀର ବର୍ଡରରେ ଯବାନମାନେ ଯୋଗ କରିଛନ୍ତି। ଲେହ, ଲଦଖରେ ଆଇଟିପିବି ଯବାନମାନେ ଯୋଗ ଦିବସ ପାଳନ କରିଛନ୍ତି।

ଅଧିକ ପଢ଼ନ୍ତୁ: International Yoga Day 2024: ଯୋଗ ମନ ପାଇଁ, ଶରୀର ପାଇଁ; ଜାଣନ୍ତୁ ଯୋଗ ପୂର୍ବରୁ ଓ ପରେ କ’ଣ ଖାଇବେ

ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି। ୱାଘା-ଅଟ୍ଟାରୀ ବର୍ଡରରେ ବି ଯୋଗ କରିଛନ୍ତି ଯବାନ।

ଲଦାଖର ପାଙ୍ଗୋଙ୍ଗ ସୁ ହ୍ରହ ନିକଟରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି । ଲଦାଖର ଶତ୍ରୁ ପକ୍ଷରୁ ଜଗିବା ସହ ଯୋଗାଭ୍ୟାସ କରିଛନ୍ତି । ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରୁଥିବା ଦେଖିବାକୁ ମିଳିଛି । ସୀମାରୁ ଯୋଗ ଦ୍ବାରା ଫିଟ୍‌ ରହିବାର ସୂତ୍ର ଦେଶବାସୀଙ୍କୁ ଦେଇଛନ୍ତି ଯବାନ ।

ଅଧିକ ପଢ଼ନ୍ତୁ: କାଶ୍ମୀରରୁ ମୋଦିଙ୍କ ସନ୍ଦେଶ; କହିଲେ ଯୋଗ ପ୍ରତି ଆକର୍ଷିତ ହେଉଛି ବିଶ୍ୱ

ଦେଶବ୍ୟାପୀ ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି ।
ଏହି ଅବସରରେ ପିଏମ ମୋଦି କହିଛନ୍ତି ସାରା ବିଶ୍ବର ଚିନ୍ତା ଧାରାକୁ ବଦଳାଇ ଦେଇଛି ଯୋଗ । ବର୍ତ୍ତମାନ ଯୋଗ ଅର୍ଥନୀତି ସୃଷ୍ଟି ହୋଇଛି । ଯୋଗ ଋଷିକେଶ ଠାରୁ କାଶି ଓ କେରଳକୁ ଯୋଡ଼ିବାକୁ ନୂଆ ସଂଯୋଗ ସୃଷ୍ଟି ହେଇଛି । ଯୋଗ ଶିକ୍ଷା ପାଇଁ ସାରା ବିଶ୍ବରୁ ପର୍ଯ୍ୟଟକ ଭାରତ ଆସୁଛନ୍ତି । ଏମିତି କି ବ୍ୟକ୍ତିଗତ ଯୋଗ ଶିକ୍ଷକ ବି ନିଯୁକ୍ତି ହେଉଛନ୍ତି । ଏସବୁ ଦେଶର ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୋଦି।

ଅଧିକ ପଢ଼ନ୍ତୁ: ଯୋଗ କଲେ ମୁଖ୍ୟମନ୍ତ୍ରୀ; କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

OTV is now on Whatsapp

Join and get latest news update delivered to you via whatsapp

Join Now