Advertisment

କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି ! ରୋଜ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ୍

ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ୍। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା କେଜରିୱାଲଙ୍କୁ ଦିଲ୍ଲୀର ରୋଜ ଆଭେନ୍ୟୁ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। କେଜରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡରେ ଜାମିନ୍ ମିଳିଛି। ଆସନ୍ତାକାଲି ସେ ଜେଲରୁ ଜାମିନରେ ମୁକୁଳିବେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ତୋଷାରପାତ ଅଭିଯୋଗରେ କେଜରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ 
କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପୂର୍ବରୁ ଗତ ସାଧାରଣ ନିର୍ବାଚନ ବେଳେ ସୁପ୍ରିମକୋର୍ଟ ତାଙ୍କୁ ଗୋଟିଏ ଥର ଅନ୍ତରୀଣ ଜାମନ୍ ମଧ୍ୟ ପ୍ରଦାନ କରିଥିଲେ।

Advertisment

ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଆଜିର ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ “ମାମଲା କେବଳ ଘଟଣାର ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ଲୋକଙ୍କ ବୟାନ ଉପରେ ଆଧାରିତ। ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେମାନେ ଏଠାରେ ସନ୍ଥ ନୁହନ୍ତି।

ସେମାନେ କେବଳ ଭ୍ରଷ୍ଟ ନୁହନ୍ତି, ବରଂ ସେମାନଙ୍କ ମଧ୍ୟରୁ ଅନେକ ଗିରଫ ହୋଇ ଜାମିନ ପାଇଛନ୍ତି। ସେମାନଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଜାମିନ ଦିଆଯାଇଛି। ସେମାନେ ରାଜସାକ୍ଷୀ ବନିଛନ୍ତି। ଏଠାରେ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଗିରଫ ହୋଇ ନାହାନ୍ତି। ସେମାନଙ୍କ ବୟାନକୁ ମଧ୍ୟ ବିଚାରକୁ ନିଆଯାଇ ମାମଲା ହୋଇଛି। 

Advertisment

ତଥାକଥିତ ସାଉଥ ଗ୍ରୁପ ଠାରୁ ୧୦୦ କୋଟି ମିଳିଥିବା ଦାବି କରାଯାଉଛି। କିନ୍ତୁ ଏହାର କୌଣସି ପ୍ରମାଣ ମିଳିନାହିଁ। ୧୦୦ କୋଟି ମିଳିଥିବା ଗୋଟିଏ ବୟାନ। ଏହା ପ୍ରମାଣ ନୁହେଁ।” ଏହା ଶୁଣିବା ପରେ ସନ୍ଧ୍ୟା ୮ଟାରେ କୋର୍ଟ ରାୟ ପ୍ରକାଶ କରି କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। 

Arvind Kejriwal Delhi CM ED AAP
Advertisment
Advertisment