ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୪ ତାରିଖ ମଙ୍ଗଳବାର। ଚନ୍ଦ୍ର- ମେଷ ରାତ୍ରି ୦୪.୧୩ ଗତେ ବୃଷ। ତିଥି-ତ୍ରୟୋଦଶୀ ରାତ୍ରି ୧୦.୦୧ ଗତେ ଚତୁର୍ଦ୍ଦଶୀ। ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୪.୧୩ ଗେତ ବିଛା ରାଶିର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି- ଭୂମିଦାନ ରାତ୍ରି ୧୦.୩୫ ଗେତ ୦୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ।
ଆପଣ ଜାଣନ୍ତି କି ଯେତେବେଳେ ଭୋଟ୍ ଗଣନା ହୁଏ, ଇଭିଏମ୍ ମେସିନରୁ କିଛି ଭୋଟ୍ ମଧ୍ୟ ବାହାର କରିଦିଆଯାଏ। ତେବେ ଏହି ବ୍ୟବସ୍ଥା ଆଜିକାଲିରୁ ହେଉନି, ବରଂ ଯେତେବେଳେ ଇଭିଏମ୍ରେ ଭୋଟ୍ ଦେବା ଆରମ୍ଭ ହେଲା ସେବେଠାରୁ ହେଉଛି। ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।
ରାଜ୍ୟର ବିଧାନସଭାରେ ୧୪ ଶହ ୯୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ଭରସା କରିଛନ୍ତି ଭୋଟର ଜଣାପଡ଼ିବ । ଏଥିପାଇଁ ରାଜ୍ୟରେ ମୋଟ୍ ୭୦ଟି କାଉଣ୍ଟିଂ ସେଣ୍ଟରରେ ହେବ ମତଗଣନା ।
କୁଆଡ଼େ ଗଲେ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ ? ନିଖୋଜ ହେବାର ୨ ଦିନ ପରେ ବି କାହିଁକି ମିଳୁନି ତାଙ୍କ ପତ୍ତା ? କି ରହସ୍ୟ ରହିଛି ନିଖୋଜ ପଛରେ ?
କେଉଁଠି NDAକୁ ୪ଶହ ପାର୍ କରାଇବାକୁ ପୂଜା-ପ୍ରାର୍ଥନା ତ ଆଉ କେଉଁଠି ପ୍ରସ୍ତୁତ ହୋଇ ସାରିଲାଣି 'ମୋଦି ମିଠା'। ବିଜେପି ଶିବିରରେ ଅପୂର୍ବ ଉତ୍ସାହ ଆଣିଛି ଏକ୍ଜିଟ ପୋଲ୍ ଆକଳନ। ମୋଦି ସରକାରର ତୃତୀୟ ଇନିଂସ ପାଇଁ ପଦ୍ମ କ୍ୟାମ୍ପରେ ଫୁଲ୍ କନଫିଡେନ୍ସ।
ରାତି ପାହିଲେ ଖୋଲିବ ଇଭିଏମ୍। ବାହାରିବ ଭାଗ୍ୟ ଫଳ। ଆଶା ଆଶଙ୍କାରେ ନେତା, ଉତ୍କଣ୍ଠାରେ ଜନତା। ବଡ଼କଥା ହେଲା, ଅନ୍ୟ ନିର୍ବାଚନଠୁ ୨୪ ନିର୍ବାଚନ ଥିଲା ଅନେକ ଦୃଷ୍ଟିରୁ ଭିନ୍ନ। ସମସ୍ତଙ୍କ ପାଇଁ ବହୁ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ, ଅନେକ ଆହ୍ୱାନ ଭରା।
ରାତି ପାହିଲେ ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି ସିଇଓଙ୍କ କାର୍ଯ୍ୟାଳୟ ଯାଏଁ, ସବୁଠି ପ୍ରସ୍ତୁତି ଶେଷ। ନିରନ୍ତର ବ୍ୟବଧାନରେ କିପରି ଗଣତି ଅପଡେଟ୍ ମିଳିବ ସେନେଇ ବ୍ୟାପକ ବ୍ୟବସ୍ଥା ହୋଇଛି।
ସୀମା ସୁରକ୍ଷା ବାହିନୀ (BSF) ରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। କେ ୱାଟର ୱିଙ୍ଗରେ ଗ୍ରୁପ୍ ବି ଏବଂ ସି ବର୍ଗ ପଦବୀ ପାଇଁ BSF ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ରେଲୱେ ଡିସିପିଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ୪୧ରେ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଟ୍ରେନଟି ଚହଲା ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ନିଆଁ ଲାଗିସାରିଥିଲା। ନିଆଁ ଲାଗିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା।
ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।
ନିଖୋଜ ଭାରତୀୟ ଛାତ୍ରୀ ନୀତିଶା କୁଣ୍ଡଲା। ସେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିର୍ଭସିଟିର ସେନ୍ ବର୍ଣ୍ଣାର୍ଡିନୋରେ ପଢୁଥିଲେ। ମେ' ୨୮ ତାରିଖରୁ ନିଖୋଜ ଅଛନ୍ତି ନୀତିଶା ।
'କଲ୍କୀ ୨୮୯୮ ଏଡି'କୁ ନେଇ ଜୋରଦାର ଆଲୋଚନା ଚାଲିଛି। ଏହା ଏମିତି ଏକ ଚଳଚ୍ଚିତ୍ର ଯେଉଁଥିପାଇଁ ସାରା ଦେଶର ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ଅନେକ କୌତୁହଳ ଅଛି। ଫିଲ୍ମର ନିର୍ମାତା ମଧ୍ୟ ବିଭିନ୍ନ ଉପାୟରେ ଫିଲ୍ମର ମାର୍କେଟିଂ ଆରମ୍ଭ କରିଦେଇଛନ୍ତି।
କ୍ରିକେଟ୍ ଖେଳୁଥିବା ବେଳେ ଜଣେ ଯୁବକ ନିଜ ଜୀବନ ହରାଇଛନ୍ତି। ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ପରି ଭାଇରାଲ୍ ହେବାରେ ଲାଗିଛି।
ଲାଗିଥିଲା ଜଗା ଡୋରୀ... ହେଲେ ଅଧାରାସ୍ତାରୁ ବାନ୍ଧି ନେଲା ଯମ । କେହି କିଛି ବୁଝିବା ଆଗରୁ ଯେମିତି ଅଦିନିଆ ମେଘ ପରି ଆକାଶଟାରେ କଳା ମେଘ ଢାଙ୍କିଗଲା ।
ଦେଶରେ ଚଳିତ ସାଧାରଣ ନିର୍ବାଚନ ଐତିହାସିକ । ମତଦାନରେ ବିଶ୍ୱ ରେକର୍ଡ ହୋଇଛି । ରେକର୍ଡ ୬୪ କୋଟି ୨୦ ଲକ୍ଷ ମତଦାନ କରିଛନ୍ତି । G7 ଦେଶର ମତଦାତାଙ୍କଠାରୁ ଦେଢ ଗୁଣା ଅଧିକ ।
ଗୋଟିଏ ଦିନରେ ରିଲିଜ୍ ହେବ ଜୁନିଅର ଏନଟିଆରଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ଦେବରା: ପାର୍ଟ-୧' ଓ ସୁପର୍ଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭେଟ୍ଟାୟାନ'। ତେବେ ଏଥିରୁ ସ୍ପଷ୍ଟ ଯେ ରଜନୀକାନ୍ତ ଏବଂ ଜୁନିୟର NTR ବଡ ପରଦାରେ ଏକାଠି ସଂଘର୍ଷ କରିବେ।
ବ୍ୟକ୍ତି ଜଣକ ଚାହା ପିଉଥିବା ବେଳେ ହଠାତ୍ ତାଙ୍କ ହାତରୁ କପ୍ଟି ତଳେ ପଡିଯାଇଥିଲା। ସେ ଶରୀର ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଓ ଚୌକିରୁ ତଳେ ପଡିଗଲେ। କିଛି ମିନିଟ୍ ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ।
ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟୋନଡ୍ ଓ ଡବଲ ଟୋନଡ୍ କ୍ଷୀର ଲିଟର ପିଛା ୫୬ ଓ ୫୦ ଟଙ୍କା ରହିଛି ।
ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା । ସନ୍ଦେଶଖାଲିରେ ଟିଏମସି କର୍ମୀ ମାନେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ ।
ଦିଲ୍ଲୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।
ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। କିନ୍ତୁ ଏସି ଅନ୍ କରି ଶୋଇ ପଡିଥିଲା।
ଆଉ ଗୋଟାଏ ଦିନ ପରେ ଭାରତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ତେବେ ଭାରତର ପ୍ଲେଇଂ ଏକାଦଶ କଣ ରହିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ପ୍ଲେଇଂ ଇଲେଭେନ୍କୁ ନେଇ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ।
ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ୍ । ଏବେ ଯାଏଁ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।